OIL India Recruitment 2025: ଆପଣ ଯଦି ବେକାର ଅଛନ୍ତି କିମ୍ୱା କମ ଦରମାରେ କେଉଁଠାରେ ଚାକିରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ମନଲାଖି ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଉପଯୋଗୀ ହୋଇପାରେ । ଅଏଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଅନେକ ଖାଲି ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଉକ୍ତ ପଦବୀରେ ଆବେଦନ କରିବାକୁ ଉପଯୁକ୍ତ ଯୋଗ୍ୟତା ଅଛି, ତେବେ ଆପଣ ଅଏଲ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ ଯାଇ ନିଯୁକ୍ତି ପାଇଁ ତୁରନ୍ତ ଆବେଦନ କରିପାରିବେ। ଏହି ଖବରରେ ଆମେ ଆପଣଙ୍କୁ ସେ ବିଷୟରେ ବିସ୍ତୃତ ଭାବେ ସୂଚନା ଦେବାକୁ ଯାଉଛୁ ।
ଅଏଲ୍ ଇଣ୍ଡିଆ ବିଜ୍ଞପ୍ତି ଅନୁସାରେ, ଭୂତତ୍ତ୍ୱବିତ୍, ସିଭିଲ୍ ଇଞ୍ଜିନିୟର ଏବଂ ଷ୍ଟୋର୍ ଅଫିସର ପଦବୀ ପାଇଁ ଖାଲି ପଦବୀ ରହିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଆପଣ ଜାଣି ରଖିବା ଉଚିତ ଯେ, ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ମାର୍ଚ୍ଚ ୨୦୨୫ ।
ଅଏଲ୍ ଇଣ୍ଡିଆରେ କେଉଁ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି ?
ଆପଣଙ୍କୁ ସୂଚାଇ ଦେବାକୁ ଚାହୁଁ ଯେ, ବିଜ୍ଞପ୍ତି ଅନୁଯାୟୀ ସିଭିଲ୍ ଇଞ୍ଜିନିୟର ପାଇଁ (୧ ପଦବୀ), ଷ୍ଟୋର ଅଫିସର ପାଇଁ (୧ ପଦବୀ) ଭୂତତ୍ତ୍ୱବିତ୍ ପାଇଁ (୨ ପଦବୀ) ବାହାରିଛି । କହିବାକୁ ଗଲେ ମୋଟ ପଦବୀ ସଂଖ୍ୟା ରହିଛି ୪ ।
ଯୋଗ୍ୟତା ଏବଂ ବୟସ ସୀମା ସମ୍ପର୍କରେ ଜାଣିରଖନ୍ତୁ
ଯଦି ଆପଣ ଅଏଲ୍ ଇଣ୍ଡିଆ ନିଯୁକ୍ତି ୨୦୨୫ରେ ସାକ୍ଷାତକାର ଦେବା ପାଇଁ ଆବେଦନ କରିବାକୁ ଭାବୁଛନ୍ତି, ତେବେ ଆପଣଙ୍କର ବିଜ୍ଞପ୍ତି ଅନୁଯାୟୀ ପ୍ରାସଙ୍ଗିକ ଯୋଗ୍ୟତା ଥିବା ନିହାତି ଆବଶ୍ୟକ। ଆବେଦନ କରିବା ପୂର୍ବରୁ ଦୟାକରି ଏହାକୁ ଭଲଭାବେ ପଢ଼ିନିଅନ୍ତୁ। ଏଥିସହ ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୨୪ ବର୍ଷ ଏବଂ ସର୍ବାଧିକ ୫୦ ବର୍ଷ ମଧ୍ୟରେ ରହିବା ଉଚିତ।
ଆପଣ କେତେ ଦରମା ପାଇବେ?
ପ୍ରତ୍ୟକ ଚାକିରିରେ ଆବେଦନ କରିବା ପୂର୍ବରୁ ଆବେଦନକାରୀମାନେ ଦରମା ସମ୍ପର୍କରେ ଅବଗତ ହେବାକୁ ଚାହାନ୍ତି । ତେଣୁ ଆପଣଙ୍କୁ କହିରଖୁଛୁ ଯେ, ଅଏଲ ଇଣ୍ଡିଆ ବିଜ୍ଞପ୍ତି ଅନୁଯାୟୀ, ସିଭିଲ୍ ଇଞ୍ଜିନିୟରଙ୍କ ଦରମା ମାସିକ ୭୦,୦୦୦ ଟଙ୍କା, ଭୂତତ୍ତ୍ୱବିତଙ୍କ ଦରମା ମାସିକ ୮୦,୦୦୦ ଟଙ୍କା, ଷ୍ଟୋର ଅଫିସରଙ୍କ ଦରମା ମାସିକ ୮୫,୦୦୦ ଟଙ୍କା ରହିଛି ।
ଚୟନ ପ୍ରକ୍ରିୟା ସମ୍ପର୍କରେ
ଅଏଲ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉକ୍ତ ସମସ୍ତ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ୱାକ୍-ଇନ୍ ଇଣ୍ଟରଭିୟୁ ଆଧାରରେ କରାଯିବ। ଏହାର ଅର୍ଥ ହେଉଛି ଏଥିପାଇଁ କୌଣସି ଲିଖିତ ପରୀକ୍ଷାର ଆବଶ୍ୟକତା ନାହିଁ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଉତ୍ତରଦାୟୀ ରହିବ ନାହିଁ।
Also Read- ୨୦ରୁ ୨୮ ବର୍ଷ ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବାହାରିଲା ଚାକିରି