Home >>Odisha Education And Job

Railway Recruitment 2024: ଭାରତୀୟ ରେଳବାଇରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଦ୍ୱାଦଶ ପାଶ୍‌ କରିଥିଲେ କରିପାରିବେ ଆବେଦନ

Railway Recruitment 2024: ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ rrccr.com କୁ ଯାଇ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିପାରିବେ Railway Recruitment 2024 Apply for 12 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisement
Railway Recruitment 2024: ଭାରତୀୟ ରେଳବାଇରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଦ୍ୱାଦଶ ପାଶ୍‌ କରିଥିଲେ କରିପାରିବେ ଆବେଦନ
Priyambada Rana|Updated: Aug 06, 2024, 06:37 PM IST
Share

Railway Recruitment 2024: ଭାରତୀୟ ରେଳବାଇରେ ଚାକିରି କରିବା ପାଇଁ ସୂବର୍ଣ୍ଣ ସୁଯୋଗ। ଆଶାୟୀ ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଉଭୟ ପୁରୁଷ ଓ ମହିଳା ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ ଦ୍ୱାଦଶ ପାଶ୍‌ ପିଲାଙ୍କ ପାଇଁ ଆବେଦନର ଏହା ଏକ ସୂବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ ସ୍କାଉଟ୍ ଓ ଗାଇଟ୍ କୋଟା ଅନୁସାରେ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ rrccr.com କୁ ଯାଇ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିପାରିବେ Railway Recruitment 2024 Apply for 12 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ତାରିଖ ୨୯ ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ  ୨୮ ଅଗଷ୍ଟ।

ଖାଲି ପଦବୀ:

ଏହି ନିଯୁକ୍ତି ପ୍ରକ୍ରିୟା ଅନୁସାରେ ମୋଟ୍ ୧୨ଟି ପୋଷ୍ଟ୍ ପୂରଣ ହେବ

ଯୋଗ୍ୟତା:

ଲେବଲ୍-୨ – ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ୫୦% ମାର୍କ ସହିତ ଦ୍ୱାଦଶ ଶ୍ରେଣୀ ପାଶ୍ କରିଥିବା ଆବଶ୍ୟକ। ଏତଦ୍ ବ୍ୟତୀତ, ITI ସାର୍ଟିଫିକେଟ୍ ରହିବା ଉଚିତ।

ଲେବଲ୍-୧ – ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ ପାଶ୍ କରିଥିବେ ଏବଂ ସେମାନଙ୍କର NCVT ଦ୍ୱାରା ଅନୁମୋଦିତ ITI ପ୍ରମାଣପତ୍ର ମଧ୍ୟ ଥିବ ଆବଶ୍ୟକ।

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ଷ ହେବା ଆବଶ୍ୟକ, ଏଥି ସହ ସର୍ବାଧିକ ବୟସ ୩୦/୩୩ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ମାସିକ ଦରମା:

ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଲେବଲ୍-୧ ଏବଂ ଲେବଲ୍-୨ ଅନୁସାରେ ମାସିକ ଦରମା(Monthly Salary) ପ୍ରଦାନ କରାଯିବ।

 

Read More
{}{}