Home >>Odisha Education And Job

DIC Recruitment 2024: ଡିଜିଟାଲ୍ ଇଣ୍ଡିଆ କର୍ପୋରେସନ ଦେଉଛି ବମ୍ଫର ନିଯୁକ୍ତି, ୫୦୦୦୦ ଟଙ୍କା ମିଳିବ ଦରମା, ଜାଣନ୍ତୁ ଡିଟେଲ୍ସ

DIC Recruitment 2024: ୟଙ୍ଗ ପ୍ରଫେସନାଲ୍ ପଦବୀ ପାଇଁ ଡିଜିଟାଲ୍ ଇଣ୍ଡିଆ କର୍ପୋରେସନ୍ (DIC) ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ଡ୍ରାଇଭ ମାଧ୍ୟମରେ ମୋଟ ୧୦ଟି ଖାଲି ପଦବୀ ନିଯୁକ୍ତ କରାଯିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ dic.gov.in ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ।

Advertisement
DIC Recruitment 2024
DIC Recruitment 2024
Jagdish Barik|Updated: Sep 28, 2024, 07:15 PM IST
Share

DIC Recruitment 2024: ୟଙ୍ଗ ପ୍ରଫେସନାଲ୍ ପଦବୀ ପାଇଁ ଡିଜିଟାଲ୍ ଇଣ୍ଡିଆ କର୍ପୋରେସନ୍ (DIC) ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ଡ୍ରାଇଭ ମାଧ୍ୟମରେ ମୋଟ ୧୦ଟି ଖାଲି ପଦବୀ ନିଯୁକ୍ତ କରାଯିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ dic.gov.in ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ପାଇଁ ଆବେଦନ କରିବାର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୪ ରହିଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ୩୦ ଦିନ ମଧ୍ୟରେ DIC, NEGD, MAITY କିମ୍ବା ଭାସିନୀ ଲିଙ୍କ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ପରବର୍ତ୍ତୀ ଚୟନ ପ୍ରକ୍ରିୟା ପୂରା କରିବାକୁ କେବଳ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ଯୋଗାଯୋଗ କରାଯିବ।

ଯୋଗ୍ୟତା ମାନଦଣ୍ଡ: DIC ରେ ୟଙ୍ଗ ପ୍ରଫେସନାଲ୍ସର ୧୦ ଟି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କ ପାଇଁ BE, B.Tech, M.Tech, MBA କିମ୍ବା MCA ଡିଗ୍ରୀ ରହିବା ବାଧ୍ୟତାମୂଳକ ଅଟେ। ଯେଉଁ ପ୍ରାର୍ଥୀମାନେ କମ୍ପ୍ୟୁଟର ସାଇନ୍ସ, ଏଆଇ କିମ୍ବା ସୂଚନା ସିଷ୍ଟମରେ ଯୋଗ୍ୟତା ପାଇଛନ୍ତି ସେମାନଙ୍କୁ ପ୍ରଥମ ପ୍ରାଥମିକତା ଦିଆଯିବ ।

ବୟସ ସୀମା: ୩୨ ବର୍ଷରୁ କମ୍ ଲୋକ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହି ଚାକିରି ଦୁଇ ବର୍ଷ ପାଇଁ ଚୁକ୍ତି ଭିତ୍ତିରେ ଅଛି। ଚାକିରି ସ୍ଥାନ ଦିଲ୍ଲୀ ହେବ।

ଦରମା: ମନୋନୀତ ପ୍ରାର୍ଥୀଙ୍କୁ ମାସକୁ ୫୦,୦୦୦ ଟଙ୍କା ଦରମା ପ୍ରଦାନ କରାଯିବ।

ପୋଷ୍ଟଗୁଡିକର ବିବରଣୀ:
ଡୋମେନ୍ ୧: MBA (ଫାଇନାନ୍ସ) ସହିତ BE / B.Tech ସ୍ନାତକ - 01 ପୋଷ୍ଟ 

ଡୋମେନ୍ ୨: ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ IT ସହାୟତା (AI / ML କ୍ଲାଉଡ୍ କମ୍ପ୍ୟୁଟିଂ, OCR, ସ୍ପିଚ୍ ରେକଗନେସନ, ITIL ଏବଂ ଏଣ୍ଟରପ୍ରାଇଜ୍ ସିଷ୍ଟମ୍) - 03 ଟି ପୋଷ୍ଟ ।

ଡୋମେନ୍ ୩: BE / B. ଟେକ୍ ଗ୍ରାଜୁଏଟ୍ MBA (ମାର୍କେଟିଂ) କଷ୍ଟମର ଅନବୋର୍ଡିଂ / କ୍ଲାଏଣ୍ଟ ଅନବୋର୍ଡିଂ - 02 ପୋଷ୍ଟ ।

ଡୋମେନ୍ 4: ବିଭିନ୍ନ ଡୋମେନରେ IT ଆପ୍ଲିକେସନ୍- 04 ପୋଷ୍ଟ ।

କାର୍ଯ୍ୟ ଅଭିଜ୍ଞତା: DIC ପାଇଁ ଆବେଦନ କରିବାକୁ, ପ୍ରାର୍ଥୀମାନେ AI ML ଫ୍ରେମୱାର୍କ / ପ୍ରଡକ୍ଟ ଡେଭଲପମେଣ୍ଟ ଲାଇଫ୍ ସାଇକଲ୍/ ସେଲ୍ସ ମାର୍କେଟିଂ / ଫିନାନସିଆଲ ଅର୍ ବିଜିନେସ ମ୍ୟାନେଜମେଣ୍ଟ/ ଆପ୍ଲିକେସନ୍ ଆର୍କିଟେକଚର୍ / କ୍ଲାଉଡ୍ ସର୍ଭିସ୍/ ଆପ୍ଲିକେସନ୍ ଡେଭଲପମେଣ୍ଟ / UI / UX ଡେଭଲପମେଣ୍ଟ / MLOPS ରେ ଅତି କମରେ ଏକ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଆବଶ୍ୟକ। ସର୍ଭିସ୍ ମ୍ୟାନେଜମେଣ୍ଟ / ଡାଟା ଆନାଲିଟିକ୍ସ / IA ଅଭିଜ୍ଞତା ବାଧ୍ୟତାମୂଳକ।

Read More
{}{}