Home >>Odisha Education And Job

SBI Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଖାଲି ପଡ଼ିଛି ୧,୫୧୧ ପୋଷ୍ଟ୍

SBI Recruitment 2024: ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ sbi.co.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI Recruitment 2024 Apply for 1511 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisement
SBI Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଖାଲି ପଡ଼ିଛି ୧,୫୧୧ ପୋଷ୍ଟ୍
Priyambada Rana|Updated: Sep 16, 2024, 05:46 PM IST
Share

SBI Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଚାକିରି ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଯଦି ଆପଣ ମଧ୍ୟ SBI ରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। SBI ତରଫରୁ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ sbi.co.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ SBI Recruitment 2024 Apply for 1511 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ୧୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ବେଳେ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୪ ଅକ୍ଟୋବର।

ଖାଲି ପଦବୀ:

SC ପାଇଁ ୨୩୮ଟି ପୋଷ୍ଟ୍ ଖାଲି ପଡ଼ିଥିବା ବେଳେ STଙ୍କ ପାଇଁ ୧୧୯ଟି ପୋଷ୍ଟ୍ ଖାଲିପଡ଼ିଛି। ସେହିପରି OBCଙ୍କ ପାଇଁ ୩୯୩ଟି ପୋଷ୍ଟ୍ ଖାଲି ପଡ଼ିଥିବା ବେଳେ EWSଙ୍କ ପାଇଁ ୧୪୭ଟି ପୋଷ୍ଟ୍ ଖାଲି ପଡ଼ିଛି। ସେହିପରି URଙ୍କ ପାଇଁ ୬୧୪ଟି ପୋଷ୍ଟ୍ ଖାଲି ପଡ଼ିଛି। ଏହିପରି ଭାବେ ମୋଟ୍ ୧ ହଜାର ୫୧୧ଟି ପୋଷ୍ଟ୍ ଖାଲି ପଡ଼ିଛି।

ଯୋଗ୍ୟତା:

ବିଭିନ୍ନ ବିଭାଗ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିଛି।

ତେବେ ଅଧିକାଂଶ ପଦବୀ ପାଇଁ BE/BTech., M.Tech / M.Sc, ରହିବା ଜରୁରୀ

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୧ ବର୍ଷ ଧାର୍ଯ୍ୟ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୩୫ ବର୍ଷ ଧାର୍ଯ୍ୟ କରାଯାଇଛି।

ମାସିକ ଦରମା:

ଡେପୁଟୀ ମ୍ୟାନେଜର ପାଇଁ ୯୩,୯୬୦ ଟଙ୍କା ଦରମା ରହିଥିବା ବେଳେ ଆସିଷ୍ଟାଣ୍ଟ୍ ମ୍ୟାନେଜର ପାଇଁ ୮୫,୯୨୦ ଟଙ୍କା ଦରମା ରହିଛି।

ଆବେଦନ ଶୁଳ୍କ:

ସାଧାରଣ ବର୍ଗ/OBC/EWS – ୭୫୦ ଟଙ୍କା

SC/ST/ PwBD – ଦେୟମୁକ୍ତ

 

Read More
{}{}