Home >>Odisha Education And Job

SBI Clerk Recruitment 2024: ଷ୍ଟେଟ ବ୍ୟାଙ୍କରେ ୧୩ ହଜାର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଏପରି କରନ୍ତୁ ଆବେଦନ

ଆଶାୟୀମାନେ ଆବେଦନ କରିବା ପୂର୍ବରୁ ଷ୍ଟେଟ ବ୍ୟାଙ୍କର ସରକାରୀ ୱେବସାଇଟକୁ ଭିଜିଟ କରି ସବିଶେଷ ବିବରଣୀ ହାସଲ କରିପାରିବେ। 

Advertisement
SBI Clerk Recruitment 2024: ଷ୍ଟେଟ ବ୍ୟାଙ୍କରେ ୧୩ ହଜାର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଏପରି କରନ୍ତୁ ଆବେଦନ
Prabhudatta Moharana|Updated: Dec 30, 2024, 01:55 PM IST
Share

SBI Clerk Recruitment:ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇରେ ୧୩୭୩୫ଟି ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି। ଏହି ପଦବୀ ମଧ୍ୟରେ କ୍ଲରିକାଲ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହା ସହିତ ପ୍ରାର୍ଥୀମାନେ କ୍ଲର୍କ କ୍ୟାଡରରେ ଜୁନିଅର ଆସୋସିଏଟ୍ (ଗ୍ରାହକ ସହାୟତା ଏବଂ ବିକ୍ରୟ) ପଦବୀ ପାଇଁ ବିଜ୍ଞପ୍ତି ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in ରେ ଦେଖିପାରିବେ।

ଜରୁରୀ ତାରିଖ
SBI Clerk 2024 ପାଇଁ ଆବେଦନ ଜାରି ରହିଛି। ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୭ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ୭ ତାରିଖରେ ପରେ ଆଶାୟୀମାନେ ଆଉ ଆବେଦନ କରି ପାରିବେ ନାହିଁ। ତେବେ ଏହା ପରେ ଆସନ୍ତା ଫେବୃଆରୀ ମାସରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀମାନେ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ମେନ ପରୀକ୍ଷା ଦେବେ। 

ଆବଶ୍ୟକ ଯୋଗ୍ୟତା
ତେବେ ଏହି ପଦବୀ ପାଇଁ ଆଶାୟୀ ଅତି କମରେ ଗ୍ରାଜୁଏସନ କିମ୍ବା ଏହି ସହିତ ସମକକ୍ଷ ଡିଗ୍ରୀ ହାସଲ କରିଥିବା ନିତ୍ୟାନ୍ତ ଜରୁରୀ। ସେହିପରି ଆଶାୟୀ ଯଦି ଇଣ୍ଟିଗ୍ରେଟେଡ଼ ଡୁଆଲ ଡିଗ୍ରୀ ସାର୍ଟିଫିକେଟ ଯଦି ରଖିଥାଆନ୍ତି ତେବେ ତାହା ୩୧ ଡିସେମ୍ବର ୨୦୨୪ ପୂର୍ବରୁ ହୋଇଥିବା ଆବଶ୍ୟକ। 

ବୟସ ସୀମା ଓ ଶୁଳ୍କ
ସେହିପରି ଯଦି ବୟସ ସୀମା କଥା ବିଚାର କରାଯାଏ ତେବେ ୧ ଏପ୍ରିଲ ୨୦୨୪ ସୁଦ୍ଧା ଆଶାୟୀ ୨୦ ରୁ ୨୮ ବର୍ଷ ବୟସର ହୋଇଥିବା ଜରୁରୀ। ଏହାର ଅର୍ଥ ଆଶାୟୀଙ୍କ ଜନ୍ମ ୨ ଏପ୍ରିଲ ୧୯୯୬ ରୁ ୧ ଏପ୍ରିଲ ୨୦୦୪ ମଧ୍ୟରେ ହେବା ଆବଶ୍ୟକ। 

ଆବେଦନ ଶୁଳ୍କ
ସେହିପରି ଆବେଦନ ପାଇଁ ଆଶାୟୀଙ୍କୁ ଆବେଦନ ଶୁଳ୍କ ଦେବାକୁ ହେବ। ଜେନେରାଲ, ଓବିସି କିମ୍ବା EWS ବର୍ଗ ଆଶାୟୀଙ୍କୁ ଆବେଦନ ପାଇଁ ୭୫୦ ଟଙ୍କା ଦେବାକୁ ହେବ। ସେହିପରି ଏସସି, ଏସଟି, ପିଡବ୍ଲୁବିଡି, ଏକ୍ସଏସ ଓ ଡିଏକ୍ସଏସ ବର୍ଗର ଆଶାୟୀଙ୍କ ପାଇଁ ଆବେଦନ ସମ୍ପୂର୍ଣ୍ଣ ମାଗଣା ରହିଛି। 

କିପରି କରିବେ ଆବେଦନ
ଆବେଦନ କରିବାକୁ ଚାହୁଁଥିବା ଆଶାୟୀଙ୍କୁ ପ୍ରଥମେ bank.sbi/web/careers/current-openings ସରକାରୀ ୱେବସାଇଟକୁ ଯିବାକୁ ହେବ। 
ପରେ ହୋମପଜେରେ ଥିବା ଜୁନିୟର ଆସୋସିଏଟସ ରିକ୍ରୁଟମେଣ୍ଟ ଲିଙ୍କରେ କ୍ଲିକ କରନ୍ତୁ। 
ଏହା ପରେ ଆପ୍ଲାଏ ଅନଲାଇନରେ କ୍ଲିକ କରିବାକୁ ହେବ। ଏହା ପରେ ନ୍ୟୁ ରେଜିଷ୍ଟ୍ରେସନ ବିକଳ୍ପକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ। 
ଏହା ପରେ ଅନଲାଇନ ଆବେଦନ ପୂରା କରିବା ସମୟରେ ସଠିକ ସୂଚନା ପ୍ରଦାନ କରିବାକୁ ହେବ। 
ଏହାପରେ ସମସ୍ତ ତଥ୍ୟ ପ୍ରଦାନ କରିବା ସଠିକ ଭାବେ ଯାଞ୍ଚ କରି ଆପଣ ଏହାକୁ ସବମିଟ କରିପାରିବେ। 

Also Read: RRB NTPC Exam 2024: ୧୧ ହଜାରରୁ ଊର୍ଦ୍ଧ୍ୱ RRB NTPC ପଦବୀରେ ନିଯୁକ୍ତିକୁ ନେଇ ଆସିଲା ବଡ ଅପଡେଟ

Read More
{}{}