UBI Recruitment 2025: ବ୍ୟାଙ୍କରେ ଚାକିରି କରିବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ୟୁନିଅନ୍ ବ୍ୟାଙ୍କ୍ ଅଫ ଇଣ୍ତିଆରେ ବାହାରିଲା ବମ୍ପର ନିଯୁକ୍ତି। ଆପ୍ରିସେଣ୍ଟ ପଦବୀ ପାଇଁ ୨୬୯୧ ଟି ପୋଷ୍ଟ ପୂରଣ ନେଇ ବିଜ୍ଞପ୍ତି ଜାରି ହୋଇଛି। ତେବେ, ଏହି ନିଯୁକ୍ତି ୨୫ ରାଜ୍ୟରେ କରାଯିବ। ତେବେ, ଆସନ୍ତୁ ଜାଣିବା ବ୍ୟାଙ୍କ୍ ରେ ଚାକିରି କରିବା ପାଇଁ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା କ'ଣ ହେବା ଆବଶ୍ୟକ।...
ଶିକ୍ଷାଗତ ଯୋଗ୍ୟତା:
ଆଶାୟୀମାନେ ଏକ ସ୍ବୀକୃତୀପ୍ରାପ୍ତ ବିଶ୍ବବିଦ୍ୟାଳୟ ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ଚୟନ ପ୍ରକ୍ରିୟା:
-ଆଶାୟୀମାନଙ୍କୁ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ।
-ପରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।
-ମେଡିକାଲ୍ ପରୀକ୍ଷା ମଧ୍ୟ ହେବ।
-ଏସବୁଥିରେ ଉତ୍ତିର୍ଣ୍ଣ ପରେ, ମନୋନୀତ ଆବେଦନକାରୀଙ୍କୁ ଗୋଟିଏ ବର୍ଷ ତାଲିମ୍ ମଧ୍ୟ ଦିଆଯିବ।
ଆବେଦନ କରିବାର ଶେଷ ତାରିଖ:
-ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୫ ) ପାଇଁ ଆବେଦନ ପ୍ରକ୍ରିୟା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇଛି।
-ଆବେଦନର ଶେଷ ତାରିଖ ମାର୍ଚ୍ଚ ୫ ଅଟେ ।
ବୟସ ସୀମା:
-ସର୍ବନିମ୍ନ-୨୦ ବର୍ଷରୁ କମ୍।
-ସର୍ବାଧିକ-୨୮ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ।
-ବୟସ ସୀମା ମଧ୍ୟରେ, OBC SC, ST ବର୍ଗର ପ୍ରାର୍ଥୀମାନଙ୍କୁ ପାଇଁ କିଛି କୋହଳ କରାଯାଇଛି।
ଦରମା:
ମାସିକ-୧୫୦୦୦ ହଜାଟ ଟଙ୍କା ।