Home >>Odisha Education And Job

ପ୍ରକାଶ ପାଇଲା UPSC ମେନ୍ସ ୨୦୨୪ ରେଜଲ୍ଟ, ଏଠାରେ ଦେଖନ୍ତୁ...

UPSC CSE Mains Result 2024 ପ୍ରକାଶ ପାଇଛି । ସିଭିଲ ସର୍ଭିସେସ୍ ମେନ୍ ପରୀକ୍ଷା ୨୦୨୪ ପାଇଁ ହାଜର ହୋଇଥିବା ସମସ୍ତ ପ୍ରାର୍ଥୀ ରେଜଲ୍ଟକୁ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଚେକ୍ କରିପାରିବେ।  

Advertisement
UPSC CSE Mains Result 2024
UPSC CSE Mains Result 2024
Jagdish Barik|Updated: Dec 09, 2024, 08:49 PM IST
Share

UPSC CSE Mains Result 2024: ୟୁପିଏସି ମେନ୍ସ ଫଳାଫଳ ୨୦୨୪ ପ୍ରକାଶ କରିଛି। ସିଭିଲ ସର୍ଭିସେସ୍ ମେନ୍ ପରୀକ୍ଷା ୨୦୨୪ ପାଇଁ ହାଜର ହୋଇଥିବା ସମସ୍ତ ପ୍ରାର୍ଥୀ ରେଜଲ୍ଟକୁ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଚେକ୍ କରିପାରିବେ। କଟ୍ଅଫ୍ ମାର୍କ, ମେରିଟ୍ ଲିଷ୍ଟ ଏବଂ ଅନ୍ୟାନ୍ୟ ସୂଚନା ମଧ୍ୟ ଅଫିସିଆଲ୍ ୱେବସାଇଟରେ ରେଜଲ୍ଟ ସହିତ ସେୟାର କରାଯାଇଛି।

ସିଭିଲ ସର୍ଭିସେସ୍ ମେନ୍ ପରୀକ୍ଷା ୨୦୨୪ ସେପ୍ଟେମ୍ବର ୨୦,୨୧,୨୨,୨୮ ଏବଂ ୨୯, ୨୦୨୪ ରେ ଅନୁଷ୍ଠିତ ହୋଇଥିଲା। ଏହା ଦୁଇଟି ସିଫ୍ଟରେ କରାଯାଇଥିଲା। ପ୍ରଥମ ସିଫ୍ଟ ସକାଳ ୯ ଟାରୁ ୧୨ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୨.୩୦ ରୁ ୫.୩୦ ମଧ୍ୟରେ କରାଯାଇଥିଲା।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପ୍ରାର୍ଥୀମାନେ ୧୦୫୬ଟି ପଦବୀରେ ନିଯୁକ୍ତ ହେବେ। ରେଜିଷ୍ଟ୍ରେସନ  ପ୍ରକ୍ରିୟା ୧୪ ଫେବ୍ରୁଆରୀରେ ଆରମ୍ଭ ହୋଇ ୪ ମାର୍ଚ୍ଚ ୨୦୨୪ ରେ ଶେଷ ହୋଇଥିଲା। ପ୍ରିଲିମସ୍ ପରୀକ୍ଷା ୧୬ ଜୁନ୍ ୨୦୨୪ ରେ ଅନୁଷ୍ଠିତ ହୋଇଥିଲା ଏବଂ ରେଜଲ୍ଟ ୧ ଜୁଲାଇ ୨୦୨୪ ରେ ଘୋଷଣା କରାଯାଇଥିଲା।

UPSC ମେନ୍ସ ରେଜଲ୍ଚ ୨୦୨୪ ଏପରି କରି ପାରିବେ ଚେକ୍-

୧. ସର୍ବପ୍ରଥମେ ଆପଣଙ୍କୁ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯିବାକୁ ପଡିବ।
୨. ଏହା ପରେ ଆପଣଙ୍କୁ ହୋମ ପେଜରେ ଦିଆଯାଇଥିବା UPSC ମେନ୍ସ ପରୀକ୍ଷା ରେଜଲ୍ଟ ୨୦୨୪ ଉପରେ କ୍ଲିକ୍ କରିବାକୁ ପଡିବ।
୩. ଏହା ପରେ ରେଜଲ୍ଟ ଆପଣଙ୍କ ସ୍କ୍ରିନରେ ପିଡିଏଫ୍ ଫାଇଲ୍ ଆକାରରେ ଖୋଲିବ।
୪. ଏହା ପରେ ରେଜଲ୍ଟ PDF ଫାଇଲ୍ ରେ ନିଜ ନାମ ଏବଂ ରୋଲ୍ ନମ୍ବର ସହ ଆପଣ ଯାଞ୍ଚ କରି ପାରବେ।
୫. ଏହା ପରେ ରେଜଲ୍ଟ PDF ଫାଇଲ୍ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତ ରେଫରେନ୍ସ ପାଇଁ ଆପଣଙ୍କ ରେଜଲ୍ଟ PDF ଫାଇଲରୁ ଏକ ପ୍ରିଣ୍ଟ ବାହାର କରି ରଖନ୍ତୁ।

Read More
{}{}