Hindi News >>Home >>Odisha Education And Job

GK in Odia: ଶରୀରର କେଉଁ ଅଙ୍ଗରେ ଥାଏ ଅଧିକ ଜଳ? ଜାଣନ୍ତୁ ଏହିପରି କିଛି କୌତୁହଳପୂର୍ଣ୍ଣ ପ୍ରଶ୍ନର ଉତ୍ତର

GK in Odia: ଅନେକ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଶରୀରକୁ ନେଇ ସଠିକ୍ ଜ୍ଞାନ ପାଇନାହାଁନ୍ତି। ଆଜି ଆମେ ମଣିଷ ଶରୀର ସହିତ ଜଡିତ କିଛି ଏପରି ପ୍ରଶ୍ନ ଆଣିଛୁ, ପ୍ରଶ୍ନ ପଢ଼ି କୁହନ୍ତୁ ଆପଣ କେତେ ଉତ୍ତର ଜାଣିଛନ୍ତି।  

Advertisement
GK Questions in Odia
GK Questions in Odia
Jagdish Barik|Updated: Oct 05, 2024, 03:48 PM IST
Share

GK Questions in Odia: ସାଧାରଣ ଜ୍ଞାନ କେବଳ ସୂଚନା ନୁହେଁ, ଏହା ଆମର ବ୍ୟକ୍ତିଗତ ବିକାଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ଆମର ଚିନ୍ତା ଓ ବୁଝିବାର ଶକ୍ତି ବୃଦ୍ଧି କରେ। ବିଭିନ୍ନ ପରୀକ୍ଷାରେ ତଥା ଜୀବନର ଅନେକ କ୍ଷେତ୍ରରେ ସଫଳତା ହାସଲ କରିବାରେ ସାହାଯ୍ୟ କରେ। ଏଥିମଧ୍ୟରୁ କେତେକ ଗମ୍ଭୀର ବିଷୟ ଏବଂ କେତେକ ଆକର୍ଷଣୀୟ। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଶରୀରକୁ ନେଇ ସଠିକ୍ ଜ୍ଞାନ ପାଇନାହାଁନ୍ତି। ଆଜି ଆମେ ମଣିଷ ଶରୀର ସହିତ ଜଡିତ କିଛି ଏପରି ପ୍ରଶ୍ନ ଆଣିଛୁ, ପ୍ରଶ୍ନ ପଢ଼ି କୁହନ୍ତୁ ଆପଣ କେତେ ଉତ୍ତର ଜାଣିଛନ୍ତି।

ପ୍ରଶ୍ନ: ମଣିଷ ଶରୀରରେ କେତେ କୋଷ ଅଛି?
ଉତ୍ତର: ମାନବ ଶରୀରରେ ୩୭.୨ ଟ୍ରିଲିୟନ୍ କୋଷ ଅଛି ।

ପ୍ରଶ୍ନ: ଗୋଟିଏ ଦିନରେ ମନୁଷ୍ୟର ହୃଦୟ କେତେଥର ଧକ୍ ଧକ୍ କରେ?
ଉତ୍ତର: ମଣିଷର ହୃଦୟ ୧ ମିନିଟରେ ୭୨ ଥର (ପ୍ରାୟ) ଧକ୍ ଧକ୍ କରେ। ଏହି କ୍ରମରେ ୨୪ ଘଣ୍ଟା ମଧ୍ୟରେ ମନୁଷ୍ୟର ହୃଦୟ ୨୪x ୬୦x୭୨= ୧୦୩୬୮୦ ଥର ଧକ୍ ଧକ୍ କରିଥାଏ।

ପ୍ରଶ୍ନ: ଗୋଟିଏ ଦିନରେ ସାଧାରଣତଃ କେତେ ଲାଳ ଉତ୍ପନ୍ନ ହୁଏ?
ଉତ୍ତର: ପାଟି ପ୍ରତିଦିନ ପ୍ରାୟ ଏକ ଲିଟର ଲାଳ ଉତ୍ପାଦନ କରିଥାଏ।

ପ୍ରଶ୍ନ: ମଣିଷର ହୃଦୟ ଜୀବନସାରା କେତେଥର ଧକ୍ ଧକ୍ କରେ?
ଉତ୍ତର: ମଣିଷ ଜୀବନ ହାରାହାରି ଜୀବନକାଳରେ ତିନି ବିଲିୟନରୁ ଅଧିକ ଥର ଧକ୍ ଧକ୍ କରେ।

ପ୍ରଶ୍ନ: ଶରୀରରେ ଥିବା ଉଭୟ ଫୁସଫୁସ ସମାନ କି?
ଉତ୍ତର: ନା, ଆପଣଙ୍କର ବାମ ଫୁସଫୁସ ଆପଣଙ୍କ ଡାହାଣ ଫୁସଫୁସ ଠାରୁ ପ୍ରାୟ ୧୦ ପ୍ରତିଶତ ଛୋଟ।

ପ୍ରଶ୍ନ: ମଣିଷର ନାକ କେତେ ପ୍ରକାରର ଗନ୍ଧ ବାରିପାରେ?
ଉତ୍ତର: ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ନାକ ଏକ ଟ୍ରିଲିୟନ ଭିନ୍ନ ଭିନ୍ନ ଗନ୍ଧ ବାରିପାରେ।

ପ୍ରଶ୍ନ: ଜଣେ ମଣିଷ ନିଜ ଜୀବନକାଳରେ ଶୌଚାଳୟରେ କେତେ ସମୟ ବିତାଇଥାନ୍ତି?
ଉତ୍ତର: ଅଧିକାଂଶ ଲୋକ ହାରାହାରି ଏକ ବର୍ଷ ନିଜ ଜୀବନରେ ଶୌଚାଳୟରେ ବସିଥା’ନ୍ତି।

ପ୍ରଶ୍ନ: ଶରୀରର କେଉଁ ଅଙ୍ଗରେ ଅଧିକ ଜଳ ଅଛି?
ଉତ୍ତର: ମାନବ ଶରୀରରେ ଅଧିକାଂଶ ଜଳ ମସ୍ତିଷ୍କ ଓ କିଡନୀରେ ଥାଏ। ଏହି ଦୁଇଟି ଅଙ୍ଗରେ ସମୁଦାୟ ଜଳର ପ୍ରାୟ ୮୫% ଥାଏ। ଅସ୍ଥି ଏବଂ ଦାନ୍ତରେ ବହୁତ କମ୍ ଜଳ ଥାଏ।

Also Read: GK Questions: କେଉଁ ପ୍ରାଣୀରୁ ଗୋଲାପୀ ରଙ୍ଗର ଝାଳ ବାହାରେ? ଏହି ପ୍ରଶ୍ନ ଉତ୍ତର ସହିତ ବଢ଼ାନ୍ତୁ ଆପଣଙ୍କର ଜ୍ଞାନ

Read More
{}{}