Hindi News >>Home >>Odisha Entertainment

Aditi Rao Hydari Siddharth: ବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତି-ସିଦ୍ଧାର୍ଥ, କାହିଁକି ରଖିଛନ୍ତି ସିକ୍ରେଟ୍?

Aditi Rao Hydari Siddharth Wedding: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଦିତି ରାଓ ହାଇଦରୀ ଏବଂ ସାଉଥ ଅଭିନେତା ସିଦ୍ଧାର୍ଥ। ଦୀର୍ଘ ବର୍ଷ ହେବ ଦୁହେଁ ପରସ୍ପରରୁ ଡେଟ୍ କରୁଥିବା ଖବର ସବୁ ବେଳେ ଚର୍ଚ୍ଚାରେ ରହୁଥଥିବା  ବେଳେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। 

Advertisement
Aditi Rao Hydari Siddharth: ବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତି-ସିଦ୍ଧାର୍ଥ, କାହିଁକି ରଖିଛନ୍ତି ସିକ୍ରେଟ୍?
Zee Odisha Desk|Updated: Mar 28, 2024, 06:56 AM IST
Share

Aditi Rao Hydari Siddharth Wedding: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଦିତି ରାଓ ହାଇଦରୀ ଏବଂ ସାଉଥ ଅଭିନେତା ସିଦ୍ଧାର୍ଥ। ଦୀର୍ଘ ବର୍ଷ ହେବ ଦୁହେଁ ପରସ୍ପରରୁ ଡେଟ୍ କରୁଥିବା ଖବର ସବୁ ବେଳେ ଚର୍ଚ୍ଚାରେ ରହୁଥଥିବା  ବେଳେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୂଚନା ଅନୁଯାୟୀ, ଦୁହେଁ ତେଲେଙ୍ଗାନା(Telengana)ର ରଙ୍ଗନାଥ ସ୍ବାମୀ ମନ୍ଦିରରେ ବିବାହ କରିଛନ୍ତି । ଆଦିତି ଏବଂ ସିଦ୍ଧାର୍ଥଙ୍କ ବିବାହରେ କେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ହୋଇଥିବା କୁହାଯାଉଛି।

ଉଭୟ ଗୋପନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କୁହାଯାଉଛି । ତେବେ ଏହି କପଲ୍ ତେଲଙ୍ଗାନା ୱାନାପାର୍ଥି ଜିଲ୍ଲା ଶ୍ରୀରଙ୍ଗପୁରରରେ ଥିବା ଶ୍ରୀ ରଙ୍ଗନାୟକସ୍ୱାମୀ ମନ୍ଦିରରେ ଗୋପନରେ ବିବାହ କରିଛନ୍ତି । ଉଭୟ ଏହି ବିବାହକୁ ସିକ୍ରେଟ ରଖିଥିବା ବେଳେ ଖୁବଶୀଘ୍ର ଏହି ଦମ୍ପତି ସେମାନଙ୍କ ବିବାହକୁ ନେଇ ସର୍ବସାଧାରଣରେ ଘୋଷଣା କରିବାକୁ ଯାଉଛନ୍ତି । ସେପଟେ ଉଭୟଙ୍କ ବିବାହ ଫଟୋ ଅପେକ୍ଷାରେ ରହିଛନ୍ତି ପ୍ରଶଂସକ ।

 

ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ସିଦ୍ଧାର୍ଥ(Sidharth) ଓ ଅଦିତି ପ୍ରଥମ ଥର ପାଇଁ ତେଲୁଗୁ ଚଳଚ୍ଚିତ୍ର 'ମହା ସମୁଦ୍ରାମ' ରେ ଏକାଠି ନଜର ଆସିଥିଲେ । ଏହି ଚଳଚ୍ଚିତ୍ର ପରଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ପରେ ଉଭୟେ ବି-ଟାଉନ(B-Town)ର ଅନେକ ଇଭେଣ୍ଟରେ ଏକାଠି ନଜର ଆସିଥିଲେ । ଏହା ସହ ଅନେକ ସମୟରେ ପରସ୍ପରର ସୋସିଆଲ ମିଡିଆ ପୋଷ୍ଟରେ ନିଜର ପ୍ରତିକ୍ରିୟା ରଖୁଥିଲେ ।

Read More
{}{}