Hindi News >>Home >>Odisha Entertainment

Akshay kumar: କାହିଁକି ଲଗାତାର ଫ୍ଲପ୍ ଫିଲ୍ମ ଦେଉଛନ୍ତି ଅକ୍ଷୟ? ଏହା ହେଉଛି ବଡ଼ କାରଣ

Akshay Kumar Back To Back Five Flop Films: ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay kumar)। ଗତ କିଛି ଦିନ ଅକ୍ଷୟ କୁମାର ବଲିଉଡକୁ ଗୋଟିଏ ପରେ ଗୋଟିଏ ଫ୍ଲପ୍ ଫିଲ୍ମ ଦେଉଛନ୍ତି । କ୍ରମାଗତ ଭାବରେ ତାଙ୍କ ଫିଲ୍ମ ଗୁଡିକ ଫ୍ଲପ୍ ହେବାରେ ଲାଗିଛି। ଯଦି ଆମେ ତାଙ୍କର ଶେଷ ପାଞ୍ଚଟି ଚଳଚ୍ଚିତ୍ରକୁ ଦେଖିବା, ତେବେ ସେହି ଶେଷ ପାଞ୍ଚଟି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛି (Akshay Kumar Back To Back Five Flop Films) ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
ସୌଜନ୍ୟ- ସୋସିଆଲ ମିଡ଼ିଆ
Zee Odisha Desk|Updated: Feb 27, 2023, 02:37 PM IST
Share

Akshay Kumar Back To Back Five Flop Films: ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay kumar)। ଗତ କିଛି ଦିନ ଅକ୍ଷୟ କୁମାର ବଲିଉଡକୁ ଗୋଟିଏ ପରେ ଗୋଟିଏ ଫ୍ଲପ୍ ଫିଲ୍ମ ଦେଉଛନ୍ତି । କ୍ରମାଗତ ଭାବରେ ତାଙ୍କ ଫିଲ୍ମ ଗୁଡିକ ଫ୍ଲପ୍ ହେବାରେ ଲାଗିଛି। ଯଦି ଆମେ ତାଙ୍କର ଶେଷ ପାଞ୍ଚଟି ଚଳଚ୍ଚିତ୍ରକୁ ଦେଖିବା, ତେବେ ସେହି ଶେଷ ପାଞ୍ଚଟି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛି (Akshay Kumar Back To Back Five Flop Films) । ଖିଲାଡି କୁମାରଙ୍କ (Akshay Kumar)ଶେଷ ଫିଲ୍ମ ହେଉଛି, 'ସେଲଫି'(Selfiee box office collection) । ଫିଲ୍ମ ରିଲିଜ ହୋଇଛି ସତ, କିନ୍ତୁ ଦର୍ଶକ ଏହି ଫିଲ୍ମକୁ ଏତେ ଭଲପାଇବା ଦେଇନଥିଲେ। କି ହଲରେ ଦର୍ଶକଙ୍କ ଖଚାଖଚ ଭିଡ ହୋଇନଥିଲା।  

୧୦୦ କୋଟି ବଜେଟରେ ତିଆରି ହୋଇଥିବା ଫିଲ୍ମ 'ସେଲଫି'ରିଲିଜ୍ ହେବାର ଦୁଇ ଦିନରେ ୬୦୦ କୋଟି ମଧ୍ୟ ରୋଜଗାର କରିପାରି ନଥିଲା। ଫିଲ୍ମ 'ସେଲଫି'ଚଳିତ ମାସ ୨୩ରେ ପରଦାକୁ ଆସିଛି । ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ଖିଲାଡି କୁମାର ଓ ଇମ୍ରାନ୍ ହାସମୀ ।  ତେବେ ଏହି ଫିଲ୍ମଟି ମାଲାୟଲମ ଫିଲ୍ମର (Driving License) ଡ୍ରାଇଭିଂ ଲାଇସେନ୍ସର  ହିନ୍ଦୀ ରିମେକ ଅଟେ । 

Also Read : Odisha News: ବିଶ୍ୱାସଘାତକ ସ୍ୱାମୀର ଏସିଡ଼ ମାଡ଼ରେ ଜଳିଗଲେ ବନିତା

Also Read : Odisha News: ୪ ଘଣ୍ଟାରେ ଦୁଇ ଜଣଙ୍କୁ ହତ୍ୟା ! ଅଭିଯୁକ୍ତର ଟେର ପାଉନି ପୋଲିସ

'ସେଲଫି' ପୂର୍ବରୁ ଅକ୍ଷୟ କୁମାରଙ୍କ 'ରାମସେତୁ'ମୁକ୍ତିଲାଭ କରିଥିଲା। ତେବେ, ଏହି ଫିଲ୍ମ ରାମସେତୁ ମଧ୍ୟ ବକ୍ସ ଅଫିସରେ ସେଭଳି କିଛି ସଫଳତା ପାଇ ନଥିଲା। ସେହିପରି ଏହା ପୂର୍ବରୁ 'ରକ୍ଷାବନ୍ଦନ'ମଧ୍ୟ  ରିଲିଜ୍ ହୋଇଥିଲା । କିନ୍ତୁ ବକ୍ସ ଅଫିସରେ ଏହା ମଧ୍ୟ ହିଟ୍ ହୋଇନ ଥିଲା। ଏହାପୂର୍ବରୁ ଅକ୍ଷୟ କୁମାରଙ୍କ' ସମ୍ରାଟ ପୃଥ୍ବୀରାଜ୍ '(Samrat Prithviraj)ଏବଂ 'ବଚ୍ଚନ ପାଣ୍ଡେ 'ମଧ୍ୟ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହିପରି ଭାବରେ ଖିଲାଡି କୁମାର କ୍ରମାଗତ ଭାବରେ ଅନେକ ଚଳଚ୍ଚିତ୍ର କରୁଛନ୍ତି, କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସୁନି।

ଯଦି ଆମେ ଅକ୍ଷୟ କୁମାରଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ,ତାଙ୍କ ହାତରେ ଏବେ ଏକାଧିକ ପ୍ରୋଜେକ୍ଟ ରହିଛି। 'ଓମାଇଗଡ ୨','ହେରା ପେରି ','ସୁରାରାଇ ପୁଟ୍ରୁ'(Soorarai Pottru) ,'ବଡେ ମିଆଁ ଛୋଟେ ମିଆଁ 'ଏବଂ 'ଛତ୍ରପତି ଶିବାଜୀ'ଙ୍କ ଉପରେ ମରାଠୀ  ଫିଲ୍ମରେ ନଜର ଆସିବେ। ତେବେ, ଗୋଟିଏ ବର୍ଷ ମଧ୍ୟରେ ଅକ୍ଷୟ ଏକାଧିକ ଫିଲ୍ମ କରିବା ଲକ୍ଷରେ ଅଭିନେତା ଫିଲ୍ମର କାହାଣୀ ଉପରେ ଧ୍ୟାନ ଦେଉନାହାଁନ୍ତି । ଫଳରେ ତାଙ୍କ ଫିଲ୍ମ ଗୁଡିକ ବକ୍ସ ଅଫିସରେ ଫ୍ଲପ୍ ହେଉଛି।

Also Read :  Road Accident: ପିକନିକ୍ ଯିବା ବେଳେ ଦୁର୍ଘଟଣା, ଡକାଡକି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ

Also Read : Mother's Love: ମା' ପରି କିଏ ହେବ! ବର୍ଷାରେ ନିଜକୁ ଓଦାକରି ପିଲାମାନଙ୍କୁ କଲା ରକ୍ଷା, ଅପାଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ ଏହି ଭିଡ଼ିଓ

Read More
{}{}