Home >>Odisha Entertainment

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ‘ଶିମଲୀ’ ଫିଲ୍ମର ସମସ୍ତ କର୍ମକର୍ତ୍ତା

‘ଶିମଲୀ’ ଫିଲ୍ମ ରିଲିଜ ନହେବା ପୁର୍ବରୁ ଏହାକୁ ମିଳିଛି ଅନେକ ପ୍ରସଂଶା ଓ ପ୍ରଶସ୍ତି । ଫିଲ୍ମରେ ଥିବା ସମସ୍ତ କଳାକାର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶିମିଳିପାଳକୁ ରକ୍ଷା କରିବାକୁ ନିଆଯାଉଥିବା ସମସ୍ତ ପ୍ରକାରର ପଦକ୍ଷେପ ଏହା ସହିତ ଜଙ୍ଗଳ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।

Advertisement
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ‘ଶିମଲୀ’ ଫିଲ୍ମର ସମସ୍ତ କର୍ମକର୍ତ୍ତା
Soubhagya Ranjan Mishra|Updated: Mar 02, 2025, 04:22 PM IST
Share

Ollywood News: ଶିମିଳିପାଳ ଅଭ୍ୟାରଣର ଅକୁହା କାହାଣୀକୁ ନେଇ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ‘ଶିମଲୀ’ ।  ଚଳଚିତ୍ରଟି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ପର୍ଯ୍ୟବେସିତ ରହିବା ସହିତ କିଭଳି ଭାବେ ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ କାଠ ଓ ବିଭିନ ପ୍ରାଣୀ ଛାଲ ଚୋରା ଚାଲାଣ ହେଉଛି ତାର କେତେକ  ଅକୁହା କାହାଣୀ ସିନେମା ମାଧ୍ୟମରେ ଦର୍ଶକେ ଦେଖିବାକୁ ପାଇବେ । 

‘ଶିମଲୀ’ ଫିଲ୍ମ ରିଲିଜ ନହେବା ପୁର୍ବରୁ ଏହାକୁ ମିଳିଛି ଅନେକ ପ୍ରସଂଶା ଓ ପ୍ରଶସ୍ତି । ଫିଲ୍ମରେ ଥିବା ସମସ୍ତ କଳାକାର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶିମିଳିପାଳକୁ ରକ୍ଷା କରିବାକୁ ନିଆଯାଉଥିବା ସମସ୍ତ ପ୍ରକାରର ପଦକ୍ଷେପ ଏହା ସହିତ ଜଙ୍ଗଳ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।

ଏହା କେବଳ ଏକ ଫିଲ୍ମ ନୁହଁ ଏହା ଏକ ପଦକ୍ଷେପ ଯାହା ଜଙ୍ଗଳ ସୁରକ୍ଷା, ଆମ ସଂସ୍କୃତି ଓ ଭବିଷ୍ୟତକୁ ସୂଚାଏ । ଏହା ସହିତ ଫିଲ୍ମର ସମସ୍ତ କଳାକାର ପ୍ରକୃତିକୁ ବଂଚାଇବାକୁ ନିଆଯାଇଥିବା ପଦକ୍ଷେପରେ ତାଙ୍କ ସାଥୀରେ ଠିଆ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏମ କେ.ଆର୍ ପ୍ରଡକସନ୍‌ ବ୍ୟାନର ରେ ପ୍ରସ୍ତୁତ "ଶିମଲୀ" ର ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ନେଇଛନ୍ତି ଅନେକ ଚଳଚ୍ଚିତ୍ରର ସଂପାଦନା କରିଥିବା  ସୁକୁମାର ମଣି ।

ତେବେ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନ। କରିଛନ୍ତି।

ବର୍ତ୍ତମାନର ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ମହାପାତ୍ର, ମନୋଜ ରାଉତ, ଲିପିକା ସେନାପତି, ଅନୁପ ଶାହା ,ଐଶର୍ଯ୍ୟା ବେହେରା ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର । ସ୍ବର୍ଗତ ବାଚୁ ମୁଖାର୍ଜୀଙ୍କ ସମେତ ବିଷ୍ଣୁ ମୋହନ କବି ଏବଂ ଏସ.ବି. ସ୍ମୃତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଗୀତ ରଚନା କରିଛନ୍ତି । ଏଥିରେ ଚାରିଟି ଗୀତ ରହିଛି। ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁବାଷ ଦାସ ଏବଂ ଶିବାଂଶୀ ଦାଶ କଣ୍ଠଦାନ କରିଛନ୍ତି । ଧ୍ରୁବାନନ୍ଦ ପଣ୍ଡା ଶିମଲୀର ସିନେମାଟୋଗ୍ରାଫର୍ ଅଛନ୍ତି । ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି । ମାର୍ଚ୍ଚ ୧୪ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଶିମଲୀ ଉପରେ ଦର୍ଶକଙ୍କର ଅନେକ ଆଶା ଓ ଉନ୍ମାଦନା ରହିଛି । ଶିମଲୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ଚହଳ ପକାଇବ ଏବଂ ସାରା ବିଶ୍ୱ ଶିମିଳିପାଳର କାହାଣୀ ଜାଣିବେ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛି।

Also Read- ସୁଭଦ୍ରା ଆବେଦନର ଶେଷ ତାରିଖ ୩୧ ମାର୍ଚ୍ଚ, ୩ଟି କିସ୍ତିରେ ଟଙ୍କା

Also Read- Budh Gochar 2025: ୭ ମଇ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ ବୁଧ, ଜାଣନ୍ତୁ ପଡିବ କିପରି ପ୍ରଭାବ

Read More
{}{}