Hindi News >>Home >>Odisha Entertainment

Pushpa 2: ଏହି ଦିନ ବଡ଼ ପରଦାରେ ରିଲିଜ ହେବ ‘ପୁଷ୍ପା- ୨ ଦ ରୁଲ’

Pushpa 2: ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏଥିରେ ଅଲ୍ଲୁ ଅର୍ଜୁନଙ୍କ ଦେହରେ ଶାଢ଼ି, ପାଦରେ ଘୁଙ୍ଗୁର ଓ ବେକରେ ଲେମ୍ବୁ ମାଳ ପକାଇ ଗୁଣ୍ଡାମାନଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା।

Advertisement
Pushpa 2: ଏହି ଦିନ ବଡ଼ ପରଦାରେ ରିଲିଜ ହେବ ‘ପୁଷ୍ପା- ୨ ଦ ରୁଲ’
Payal Priyadarshini|Updated: Apr 18, 2024, 03:23 PM IST
Share

Pushpa 2: ଦୀର୍ଘ ଦିନରୁ ଚର୍ଚ୍ଚା ଥିବା ସୁପରହିଟ୍ ତେଲୁଗୁ ଫିଲ୍ମ ‘ପୁଷ୍ପା- ୨ ଦ ରୁଲ’କୁ ନେଇ ଆସିଛି ବଡ଼ ଖବର । ଖୁବଶୀଘ୍ର ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏଥିରେ ଅଲ୍ଲୁ ଅର୍ଜୁନଙ୍କ ଦେହରେ ଶାଢ଼ି, ପାଦରେ ଘୁଙ୍ଗୁର ଓ ବେକରେ ଲେମ୍ବୁ ମାଳ ପକାଇ ଗୁଣ୍ଡାମାନଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା।

ଟିଜରରେ ଅଲ୍ଲୁ ଅର୍ଦ୍ଧ ନାରୀଶ୍ବର ବେଶରେ ନଜର ଆସିଥିଲେ, ଯାହା ଦର୍ଶକଙ୍କ ଲୋମଟାଙ୍କୁରି ଦେଇଥିଲା। ତେବେ ଆଉ ମାସ କେଇଟା ପରେ ଅନ୍ତ ହେବାକୁ ଯାଉଛି ଦୀର୍ଘ ଦିନର ପ୍ରତୀକ୍ଷା । କାରଣ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ ଏହି ସୁପରହିଟ୍ ଫିଲ୍ମ ।

 

ଫିଲ୍ମର କାହାଣୀରେ ଆକ୍ସନ- ଡ୍ରାମା ଭରି ରହିଛି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସୁକୁମାର । ଖାସ୍ କଥା ହେଲା, ଏହି ଫିଲ୍ମର କିଛି ଅଂଶ ଓଡ଼ିଶାର ମାଲକାନଗିରିରେ ସୁଟିଂ କରାଯାଇଛି । ତେବେ ଫିଲ୍ମର କାହାଣୀରୁ ଚୂଡ଼ାନ୍ତ ରୂପରେଖ ଦେବାକୁ ନିର୍ଦ୍ଦେଶକଙ୍କୁ ବେଶ ପରିଶ୍ରମ କରିବାକୁ ପଡ଼ିଥିଲା । ଏହି ମଲଟି ଷ୍ଟାରର ଫିଲ୍ମଟିର ବଜେଟ ରହିଛି ପ୍ରାୟ ୨୦୦ରୁ ୨୫୦ କୋଟି । ଏହାର ବିତରଣ ଦାୟିତ୍ବ ନେଇଛନ୍ତି ଏଏ ଫିଲ୍ମସ । ଅନ୍ୟପଟେ ଏହାର ପ୍ରଯୋଜନା ଦେଇଛନ୍ତି ନବୀନ ୟାରେନି ଓ ୟାଲା ମଞ୍ଚିଲି ରବି ଶଙ୍କର । ଏଥିରେ ଅଲ୍ଲୁଙ୍କ ନାୟିକା ସାଜିଛନ୍ତି ଚୁଲବୁଲି ନାୟିକା ରଶ୍ମିକା ମନ୍ଦାନା । ଏମାନଙ୍କ ବ୍ୟତୀତ ସାଇ ପଲ୍ଲବୀ, ପ୍ରକାଶ ରାଜ, ଦୟାନନ୍ଦ ରେଡ଼୍ଡୀ, ଫହାଦ ଫାସିଲ, ଅଜୟ ଘୋଷ ଓ ଅନୁସୂୟା ଭରଦ୍ବାଜ ମଧ୍ଯ ଏଥିରେ ନଜର ଆସିବେ ।

Also Read- Bollywood: ପୁଅ ଦରକାର ନା ଝିଅ? ଏଭଳି ଉତ୍ତର ରଖିଲେ ରଣବୀର ସିଂହ...

Read More
{}{}