Hindi News >>Home >>Odisha Entertainment

Anant Radhika Wedding: ଏହି ଦିନ ହେବ ଅନନ୍ତ -ରାଧିକାଙ୍କ ବିବାହ, ସାମ୍ନାକୁ ଆସିଲା ଓ୍ବେଡିଂ-କାର୍ଡ

Anant Radhika Wedding: ଦେଶର ବିଶଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ- ରାଧିକା ମର୍ଚାଣ୍ଟଙ୍କଙ୍କ ବିବାହ ହେବାକୁ ଯାଇଛି।  ବିଦେଶରେ ଉଭୟଙ୍କ ଗ୍ରାଣ୍ତ ଓ୍ବେଡିଂ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ବିଦେଶରେ ନୁହେଁ ବରଂ ଦେଶରେ ହେବ ଉଭୟଙ୍କ ବାହାଘର ହେବ। ଏନେଇ ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଛି।

Advertisement
 Anant Radhika Wedding: ଏହି ଦିନ ହେବ ଅନନ୍ତ -ରାଧିକାଙ୍କ ବିବାହ, ସାମ୍ନାକୁ ଆସିଲା ଓ୍ବେଡିଂ-କାର୍ଡ
Narmada Behera|Updated: May 30, 2024, 06:09 PM IST
Share

Anant Radhika Wedding: ଦେଶର ବିଶଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ- ରାଧିକା ମର୍ଚାଣ୍ଟଙ୍କଙ୍କ ବିବାହ ହେବାକୁ ଯାଇଛି। ନିକଟରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଆୟୋଜନ କରାଯାଇଥିଲା।  ଯେଉଁଥିରେ ଦେଶ ବିଦେଶରୁ ବଡ଼ ବଡ଼ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ବେଜନେସ୍ ଟାଇକୁନ୍ ମାନେ ଯୋଗ ଦେଇଥିଲେ। ବିଦେଶରେ ଉଭୟଙ୍କ ଗ୍ରାଣ୍ତ ଓ୍ବେଡିଂ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ବିଦେଶରେ ନୁହେଁ ବରଂ ଦେଶରେ ହେବ ଉଭୟଙ୍କ ବାହାଘର ହେବ। ଏନେଇ ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଛି।

 

ALSO READ: Sunny Deol: ସନି ଦେଓଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

 ମିଳିଥିବା ରିପୋର୍ଟ ମୁତାବକ, ଜୁଲାଇ ୧୨ ତାରିଖରେ ଅନନ୍ତ -ରାଧିକାଙ୍କ ବିବାହ ଜିଓ ଓ୍ବାଲର୍ଡ କନଭେନସନ ସେଣ୍ଟର (Jio World Convention Centre in BKC)ରେ ଆୟୋଜିତ ହେବ। ତାହା ପୁଣି ସମ୍ପର୍ଣ୍ଣ ହିନ୍ଦୁ ରିତିନୀତି ଅନୁସାରେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାସହ ଅନନ୍ତ ଓ ରାଧିକାଙ୍କ କାର୍ଡ଼ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ପୂରା କାର୍ଯ୍ୟକ୍ରମ ଲେଖାହୋଇଛି। ଜୁଲାଇ ୧୨ ତାରିଖରେ ବିବାହ ହେବାକୁ ସ୍ଥିର ହୋଇଥିବା ବେଳେ ୧୩ ତାରିଖରେ ଶୁଭ ଆର୍ଶିବାଦ ଓ ୧୪ ତାରିଖରେ ରିସେପସନ୍ ପାର୍ଟି ରଖାଯାଇଛି। ( ଜୁଲାଇ୧୨) ବିବାହ ଦିନ ସମସ୍ତ ଅତିଥିଙ୍କୁ ପାରମ୍ପାରିକ ପୋଷାକ ପିନ୍ଧି ଏହି ବିବାହ ଉତ୍ସବରେ ସାମିଲ୍ ହେବାକୁ କୁହାଯାଇଛି। ତେବେ, ଏହି ବିବାହରେ ଦେଶ ବିଦେଶର ବଡ଼ ବଡ଼ ହସ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

Read More
{}{}