Hindi News >>Home >>Odisha Entertainment

Arti Singh Wedding: ସବୁ ଅଭିମାନ ଭୁଲି ଆରତୀ ସିଂଙ୍କ ବାହାଘରରେ ପହଞ୍ଚିଲେ ଗୋବିନ୍ଦା

Arti Singh-Dipak Chauhan Wedding: ହାତକୁ ଦୁଇ ହାତ ହୋଇଛନ୍ତି ଗୋବିନ୍ଦାଙ୍ ଭାଣିଜି ତଥା ଅଭିନେତ୍ରୀ ଆରତୀ ସିଂ। ଗୁରୁବାର ଆରତୀ ସିଂ ବିଜନେସ୍ ମ୍ୟାନ୍ ଦୀପକ୍ ଚୌହାନ ସହ ବିବାଦ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ବେଳର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। 

Advertisement
Arti Singh Wedding: ସବୁ ଅଭିମାନ ଭୁଲି ଆରତୀ ସିଂଙ୍କ ବାହାଘରରେ ପହଞ୍ଚିଲେ ଗୋବିନ୍ଦା
Zee Odisha Desk|Updated: Apr 26, 2024, 08:50 AM IST
Share

Arti Singh-Dipak Chauhan Wedding: ହାତକୁ ଦୁଇ ହାତ ହୋଇଛନ୍ତି ଗୋବିନ୍ଦାଙ୍ ଭାଣିଜି ତଥା ଅଭିନେତ୍ରୀ ଆରତୀ ସିଂ। ଗୁରୁବାର ଆରତୀ ସିଂ ବିଜନେସ୍ ମ୍ୟାନ୍ ଦୀପକ୍ ଚୌହାନ ସହ ବିବାଦ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ବେଳର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ବିବାହ ଉତ୍ସବରେ ଅନେକ ଲୋକପ୍ରିୟ କଳାକାରଙ୍କୁ ଦେଖିବାକୁ ମିଳିଛି। ବିଶେଷ କରି ଆରତୀଙ୍କ ଭାଇ ତଥା କମେଡିଆନ୍ କ୍ରିଷ୍ଣା ଅଭିଶେଖ ଓ ତାଙ୍କ ପତ୍ନୀ କରିସ୍ମାଙ୍କ ଲୁକ୍ କୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।

ଫ୍ୟାନ୍ସମାନେ ଆରତୀଙ୍କ ଦୁଲହନ୍ ଲୁକ୍ କୁ ବେଶ୍ ପସନ୍ଦ କରିଛନ୍ତି। ଆଜିକାଲି ବଲିଉଡ ବାହାଘରରେ ଗୋଲାପୀ ଲେହେଙ୍ଗାର ଟ୍ରେଣ୍ଡ ଚାଲିଥିବା ବେଳେ ଆରତୀଙ୍କ ଲାଲ୍ ଲେହେଙ୍ଗା ଲୁକ୍ ଲୋକେ ଖୁବ୍ ଭଲପାଇବା ଦେଇଛନ୍ତି।ଏବେ ଧିରେ ସୋସିଆଲ ମିଡିଆରେ ଆରତୀ ଓ ଦୀପକଙ୍କ ବିବାହର ଫଟୋ ଆସିବାରେ ଲାଗିଛି, ଯାହାକୁ ଲୋକେ ପସନ୍ଦ କରୁଛନ୍ତି। ତେବେ ସବୁଠାରୁ ଖୁସିର କଥା ବିବାହର ଅନ୍ୟ ସମସ୍ତ ରୀତିରେ ଯୋଗ ଦେଇ ନଥିବା ମାମୁଁ ଗୋବିନ୍ଦା ଭାଣିଜୀଙ୍କ ବିବାହରେ ପହଞ୍ଚିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

 

 
 
 
 

 
 
 
 
 
 
 
 
 
 
 

A post shared by TellyMasala (@tellymasala)

Read More
{}{}