Athiya Shetty & Kl Rahul Pregnancy Annoucement: କେ.ଏଲ୍ ରାହୁଲଙ୍କ ପାଇଁ ୨୦୨୫ ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ବାସ୍ତବରେ କେ.ଏଲ୍ ରାହୁଲଙ୍କ ପତ୍ନୀ ତଥା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଗର୍ଭବତୀ ଅଛନ୍ତି। ହଁ ଆଜ୍ଞା, ବିବାହର ଦୁଇ ବର୍ଷ ପରେ ଆଥିଆ ମା ହେବାକୁ ଯାଉଛନ୍ତି। ଏହି ଶୁଭ ଖବରକୁ ଉଭୟ କେ.ଏଲ୍ ରାହୁଲ ଏବଂ ଆଥିଆ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟରେ ସେୟାର କରିଛନ୍ତି। ସେମାନେ ଲେଖିଛନ୍ତି ଯେ ଆସନ୍ତା ବର୍ଷ ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି।
କେ.ଏଲ୍ ରାହୁଲ ଏବଂ ଆଥିଆ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆମର ସୁନ୍ଦର ଆଶୀର୍ବାଦ ଖୁବ ଶୀଘ୍ର ଆସିବାକୁ ଯାଉଛି।’ ଏହା ପରେ ଦୁହେଁ ସେମାନଙ୍କର କଥାକୁ ଆହୁରି ସ୍ପଷ୍ଟ କରି ୨୦୨୫ ଲେଖି ଏକ କୁନି ପିଲାର ପାଦଚିହ୍ନ ଇମୋଜି ଦେଇଥିଲେ। କେବଳ ଏତିକି ନୁହେଁ ତାଙ୍କ ପୋଷ୍ଟରେ ତାରା ଷ୍ଟିକର ମଧ୍ୟ ରହିଛି। ଏଠାରେ କେ.ଏଲ୍ ରାହୁଲ ଏବଂ ଆଥିଆଙ୍କ ଦେଖନ୍ତୁ ପୋଷ୍ଟ ।
ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକଙ୍କ ମାନେ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି। ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ କମେଣ୍ଟର ସୁଅ ଛୁଟିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ହାର୍ଟ ଇମୋଜି ସୃଷ୍ଟି ଦେଇ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ବ୍ୟତୀତ ବଲିଉଡର ଅନେକ ସେଲିବ୍ରେଟ୍ ମଧ୍ୟ ଆଥିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ, ଆଥିଆ ନିଜ ବ୍ୟକ୍ତିଗତ ଜୀବନ ଏବଂ ଦାମ୍ପତ୍ୟ ଜୀବନ ଉପରେ ଧ୍ୟାନ ଦେଉଛନ୍ତି।
କେ.ଏଲ୍ ରାହୁଲ ୨୦୨୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ସମୟରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ କରିଥିଲେ। ଏବେ ସେ ଅଷ୍ଟ୍ରେଲିଆ ସିରିଜ୍ ସମୟରେ ତାଙ୍କର ପ୍ରଥମ ସନ୍ତାନର ଜନ୍ମର ଆନନ୍ଦ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। କହିରଖୁଛୁ ଯେ କେ.ଏଲ୍ ରାହୁଲ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି। ସେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଇଣ୍ଡିଆ ଏ ତରଫରୁ କ୍ରିକେଟ୍ ଖେଳୁଛନ୍ତି।