Hindi News >>Home >>Odisha Entertainment

Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍

Ollywood News: ​ ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ କଟକ ସହରସ୍ଥିତ ନିଶାମଣି କନଭେନଶନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । 

Advertisement
Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍
Surya Narayana Mohanty|Updated: Jan 11, 2024, 06:03 AM IST
Share

Ollywood News: ଜେଜେଏନଜେ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ କଟକ ସହରସ୍ଥିତ ନିଶାମଣି କନଭେନଶନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅବସରରେ ଓଡ଼ିଆ ସିନେମା ଦୁନିଆର ପ୍ରଖ୍ୟାତ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ୱାଳ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନା ତ୍ରିପାଠୀଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ରୁପେଶ କୁମାର ନାୟକ, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଅଭିନେତା ଆକାଶ ଦାସନାୟକ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କାହାଣୀ ଓ ପ୍ରଯୋଜନା ଦାୟିତ୍ୱ ରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡିଆ ଚଳଚ୍ଚିତ୍ର । କାହାଣୀରେ ଯେମିତି ରହସ୍ୟ ରୋମାଞ୍ଚ ଭରିରହିଛି ସେମିତି ରହିଛି ପ୍ରେମ ସମ୍ପର୍କ ଓ ସଂଘର୍ଷମୟ ଚିତ୍ର । ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ । ସମ୍ପାଦନା ରାଜେଶ ଦାସ କରିଥିବାବେଳେ କୋରିଓଗ୍ରାଫି କରିଛନ୍ତି ଲୁବୁନ ଟୁବୁନ । ଭିଏଫକ୍ସ ଦାୟିତ୍ବରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି । ଅନ୍ୟାନ୍ୟ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି ।

ମୁଁ ଆସ୍ତେ ଆସ୍ତେ ଭିଜେ.... ଗୀତ ଟି ଦ୍ୱେତ କଣ୍ଠରେ ସ୍ୱୟଂ ପାଢ଼ୀ ଏବଂ ସୋହିନୀ ମିଶ୍ର ଗାଇଛନ୍ତି । ଅଧା ରହିଗଲା ପ୍ରେମ କାହାଣୀ ଗୀତଟି ବିଷ୍ଣୁ ମୋହନ କବିଙ୍କ କଣ୍ଠରେ, ପ୍ରିୟାରେ ପ୍ରିୟାରେ.. ମୃଣୟଙ୍କ ସହିତ ଅନ୍ତରା ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି, ଆଜି ଯଦି ପୋଛିବନି ଭକ୍ତି ଗୀତଟିକୁ ସତ୍ୟଜିତ ପ୍ରଧାନ ଓ ଶୁଭଲକ୍ଷ୍ମୀ ଦାଶ , କୁନି କୁନି ଓଠ.... ବାସବଦତ୍ତା ଏବଂ ଲାଗେ ଲାଗେ.. ଗୀତଟି ମୃଣୟଙ୍କ ସହିତ ଅନ୍ତରା ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି । ଫିଲ୍ମଟିର ସମସ୍ତ ସୁଟିଂ କାର୍ଯ୍ୟ ଶେଷ ହୋଇ ଏବେ ପୋଷ୍ଟ ପ୍ରଡ଼କସନ କାମ ଜୋରସୋରରେ ଚାଲିଛି । ଆସନ୍ତା ଫେବୃଆରୀ ଦ୍ଵିତୀୟ ସପ୍ତାହରେ ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି ।

Also Read- ନିଜକୁ 'ଫକୀର' କହୁଥିବା ବ୍ୟକ୍ତି ହୃଦୟରୁ ସାଜିଲେ ଧନୀ, ରାମ ମନ୍ଦିରକୁ ଦେଲେ ସର୍ବାଧିକ ଦାନ

Also Read- Success Story: ଯାଆଁଳା ଭଉଣୀଙ୍କ ସଫଳତା, CA ଫାଇନାଲରେ ଟପ୍ପର

Read More
{}{}