Hindi News >>Home >>Odisha Entertainment

Ollywood News: ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଦଶମର ଅଡିଓ

Ollywood News: ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲ ଠାରେ ଓଡ଼ିଶାର ପ୍ରଥମ ମ୍ୟୁଜିକାଲ ଚଳଚ୍ଚିତ୍ର "ଦଶମ" ର ମ୍ୟୁଜିକ୍ ଲଞ୍ଚିଂ ଇଭେଣ୍ଟ ମହାଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇଥିଲେ । 

Advertisement
Ollywood News: ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଦଶମର ଅଡିଓ
Surya Narayana Mohanty|Updated: Jan 15, 2024, 06:19 PM IST
Share

Ollywood News: ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲ ଠାରେ ଓଡ଼ିଶାର ପ୍ରଥମ ମ୍ୟୁଜିକାଲ ଚଳଚ୍ଚିତ୍ର "ଦଶମ" ର ମ୍ୟୁଜିକ୍ ଲଞ୍ଚିଂ ଇଭେଣ୍ଟ ମହାଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇଥିଲେ । ଦଶମ ଚଳଚ୍ଚିତ୍ରରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠ ସ୍ୱରର ଯାଦୁ ଶ୍ରୋତାଙ୍କୁ ବିମୋହିତ କରିବ ।

ଗୋଟିଏ ପରେ ଗୋଟିଏ ହିଟ୍ ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ରାଜା ଡିଙ୍କର ଏକ ନିଆରା ପରିକଳ୍ପନାରେ ନିର୍ମିତ ଚଳଚ୍ଚିତ୍ର ଦଶମର ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା, ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ । ଦଶମ ଚଳଚ୍ଚିତ୍ରରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର କଣ୍ଠଦାନ କରିଛନ୍ତି । ଦଶମରେ ସମୁଦାୟ ୯ ଟି ଗୀତ ରହିଛି ଏବଂ ସମସ୍ତ ଗୀତ ଗୁଡିକୁ ଲେଖିଥିବା ଗୀତିକାର ମାନେ ହେଲେ ସିରାଜ ରଥ, ରଞ୍ଜନ, ସୌମ୍ୟ ରଞ୍ଜନ ପଣ୍ଡା, ସନ୍ଦୀପ ପଣ୍ଡା, ଜେ ପି ୱାର୍ଡସ୍ମିଥ, ରାଜେଶ ଦାସ ଏବଂ କୁମାରଶ୍ରୀ ସାହୁ ।

ଆଜି ମ୍ୟୁଜିକ ଲଞ୍ଚିଂ ଇଭେଣ୍ଟରେ ପ୍ରାୟ ସମସ୍ତେ ଉପସ୍ଥିତ ରହି ପୁରା ପରିବେଶକୁ ସଙ୍ଗୀତମୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଇ କିଛି ବର୍ଷ ହେଲା ଯାହା ବି ଘଟଣା ଘଟୁଛି ତାହା ଇତିହାସ ରଚିବାରେ ସହାୟ ହେଉଛି ଯେମିତିକି ଦଶମ ଚଳଚ୍ଚିତ୍ରରେ ଏକାଧିକ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ କଣ୍ଠଶିଳ୍ପୀଙ୍କୁ ନେଇ ଏକ ମ୍ୟୁଜିକାଲ ଚଳଚ୍ଚିତ୍ର ନିର୍ମାଣ କରି ରେକର୍ଡ ସୃଷ୍ଟି ହୋଇଛି । ତେବେ ଦଶମ ଚଳଚ୍ଚିତ୍ରରେ ଯେତେଜଣ ଚରିତ୍ରଙ୍କୁ ନେଇ ନିର୍ମାଣ ହୋଇଛି ସମସ୍ତେ ନାବାଳକ ଓ ନାବାଳିକା । ସ୍କୁଲ ବେଳର କିଛି ଖଟା ମିଠା କଥା, ଦଶମ ଶ୍ରେଣୀର କିଛି ଅନୁଭୂତିକୁ ନେଇ ଚଳଚ୍ଚିତ୍ର ଦଶମ ଆସନ୍ତା ୧୮ ତାରିଖରେ ମୁକ୍ତିଲାଭ କରିବ । କାହାଣୀ ଓ ସଂଳାପ କୁମାରଶ୍ରୀ ସାହୁ ଏବଂ ରାଜା ଡି ଥିବାବେଳେ ଡିଓପି ବିଶ୍ୱଜିତ କୁଲ୍ଟି, ସମ୍ପାଦନା କେଡ଼ି ସିପୁନ, ନୃତ୍ୟ ନିର୍ଦ୍ଦେଶନା ଦିବ୍ୟ, ଡି ଦୀପକ ଏବଂ ରାଜା ଡି ସମ୍ପାଦନ କରିଛନ୍ତି।

ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନି ପ୍ରତୀକ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ନୀଳାକ୍ଷୀ ପାତ୍ର, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ବାପି ଖୋର୍ଦ୍ଧା ଟୋକା ଏବଂ ଅଭିଜ୍ଞ ରବି ମିଶ୍ର ଅଛନ୍ତି । ପ୍ରମୋସନାଲ ଗୀତଟି ଅସୀମା ପଣ୍ଡାଙ୍କ ସହିତ ଅନୁଗୁଳିଆ ବଣ୍ଟି ଗାଇଛନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଏବଂ ଅଭିନୟ ରେ ଗୁଲୁଆ ଅଛନ୍ତି । ସୋସିଆଲ ମିଡ଼ିଆରେ ଦଶମ ଜୋରସୋର ଚର୍ଚ୍ଚାରେ ଥିବାବେଳେ ଦର୍ଶକ ପ୍ରେକ୍ଷାଳୟରେ ଦେଖିବାକୁ ଖୁବ ଆଗ୍ରହୀ ଥିବା ଜଣା ପଡିଛି ।

Also Read- ଲକ୍ଷ୍ନୌରୁ ଅଯୋଧ୍ୟା ଆରମ୍ଭ ହେବ ହେଲିକପ୍ଟର ସେବା, ୩୦ରୁ୪୦ ମିନିଟରେ ରାମଲାଲାଙ୍କ କରିବେ ଦର୍ଶନ

Also Read- Fighter Movie Trailer Release: ସାମ୍ନାକୁ ଆସିଲା ହ୍ରିତିକ-ଦୀପିକାଙ୍କ କେମେଷ୍ଟ୍ରୀ

Read More
{}{}