Hindi News >>Home >>Odisha Entertainment

Shiv Sena MLC Seeks Ban on Bigg Boss : ବିଗ୍ ବସ୍ ବ୍ୟାନ କରିବାକୁ ଦାବି : ଅଭିଯୋଗ ଆଣିଲେ ଶିବସେନା ନେତ୍ରୀ

spokesperson DEMANDS ban on big Boss reality show : ରିଅଲିଟି ସୋ ବିଗବସ୍ OTT-3 ର ଟେଲିକାଷ୍ଟ ବନ୍ଦ କରିବାକୁ ଶିବସେନା ନେତ୍ରୀ ଦାବି କରିଛନ୍ତି। ଶୋ'ର ଲାଟେଷ୍ଟ ଏପିସୋଡରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହୋଇଥିବା ନେଇ ସେ ଦାବି କରିଛନ୍ତି।

Advertisement
Bigg Boss
Bigg Boss
Zee Odisha Desk|Updated: Jul 24, 2024, 10:25 AM IST
Share

Shiv Sena legislators demands ban on Bigg Boss : ରିଅଲିଟି ସୋ ବିଗବସ୍ OTT-3 ର ଟେଲିକାଷ୍ଟ ବନ୍ଦ କରିବାକୁ ସୋମବାର ଶିବସେନା ନେତ୍ରୀ ଦାବି କରିଛନ୍ତି। ଶୋ'ର ଲାଟେଷ୍ଟ ଏପିସୋଡରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହୋଇଥିବା ନେଇ ସେ ଦାବି କରିଛନ୍ତି। ମହାରାଷ୍ଟ୍ରରେ ଶାସକ ଶିବସେନାର ମୁଖପାତ୍ର ମନୀଷା କାୟନ୍ଦେ ମୁମ୍ବାଇ ପୋଲିସ କମିଶନର ବିବେକ ଫନସାଲକରଙ୍କୁ ଭେଟି ଏହି ସୋ ପ୍ରସାରଣ ବନ୍ଦ କରିବାକୁ ଦାବି କରିଥିଲେ। ମନୀଷା ଦାବି କରିଛନ୍ତି ଯେ ଜୁଲାଇ ୧୮ ପ୍ରସାରିତ ହୋଇଥିବା ଏପିସୋଡରେ ପ୍ରତିଯୋଗୀ ଅରମାନ ମଲିକ ତାଙ୍କ ପତ୍ନୀ କ୍ରିତିକା ମଲିକଙ୍କ ସହ ବିଗ ବସ୍‌ରରେ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖାଯାଇଥିଲେ।

ସେ କହିଛନ୍ତି, 'ଏହି ଦମ୍ପତି ମାନବିକ ସମ୍ପର୍କ ଏବଂ ସାମାଜିକ ଆଦର୍ଶର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶିବସେନା ନେତା କହିଛନ୍ତି' ପିଲାମାନେ ମଧ୍ୟ ଏହି ସୋ ଦେଖନ୍ତି ଏବଂ ଏହା ସେମାନଙ୍କ ଉପରେ ପ୍ରଭାବ ପକାଇଥାଏ।ମନୀଷା ଆହୁରି କହିଛନ୍ତି ଯେ ଏହି ସୋ ବନ୍ଦ କରାଯିବା ଉଚିତ ଏବଂ ସୋ'ର ପ୍ରଡ୍ୟୁସର ତଥା ସାଇବର ଅପରାଧ ଆଇନ ଅନୁଯାୟୀ ଏହାକୁ ପ୍ରସାରଣ କରୁଥିବା କମ୍ପାନୀର ସିଇଓଙ୍କ  ବିରୋଧରେ ମଧ୍ୟ ମାମଲା ରୁଜୁ କରାଯିବା ଉଚିତ।

ସେ କହିଥିଲେ, 'ବିଗ୍ ବସ୍ ଆଉ ପାରିବାରିକ ସୋ ନୁହେଁ। ଅରମାନ ମଲିକ ଏବଂ କ୍ରିତିକା ମଲିକ ସମସ୍ତ ସୀମା ଅତିକ୍ରମ କରିଥିଲେ। ଏଥିରେ ସମ୍ପୂର୍ଣ୍ଣ ଅଶ୍ଳୀଳତା ଦେଖାଯାଉଛି। ‘ଏହା ଯୁବପିଢି ମନଙ୍କୁ କିପରି ପ୍ରଭାବିତ କରେ? ଆମେ ମଧ୍ୟ କେନ୍ଦ୍ରର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଙ୍କ ନିକଟକୁ ଯିବୁ ଏବଂ ସଂସଦର ଏହି ଅଧିବେଶନରେ OTT ପ୍ଲାଟଫର୍ମରେ ଏକ ଆଇନ ଆଣିବାକୁ ତାଙ୍କୁ ଅନୁରୋଧ କରିବୁ। ଶୋ'ର ଅଭିନେତା ତଥା ସିଇଓଙ୍କୁ ମଧ୍ୟ ଗିରଫ କରିବାକୁ ଆମେ ସେମାନଙ୍କୁ କହିଛୁ।

Read More
{}{}