Hindi News >>Home >>Odisha Entertainment

Shilpa Shetty: ବାବା କେଦାରନାଥଙ୍କ ଆଶୀର୍ବାଦ ନେଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ

Shilpa Shetty Visited Kedarnath Dham: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ବାବା ଭୋଲେନାଥଙ୍କ ଦର୍ଶନ ପାଇବା ପାଇଁ କେଦାରନାଥରେ ପହଞ୍ଚିଥିଲେ । ତାଙ୍କ ସହିତ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ମା, ଭଉଣୀ ଶମିତା ଶେଟ୍ଟୀ ଏବଂ ଝିଅ ସମିଶା ମଧ୍ୟ ବାବାଙ୍କ ଦର୍ଶନ ପାଇଁ ଯାଇଥିଲେ ।

Advertisement
Shilpa Shetty: ବାବା କେଦାରନାଥଙ୍କ ଆଶୀର୍ବାଦ ନେଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ
Soubhagya Ranjan Mishra|Updated: May 11, 2024, 08:14 PM IST
Share

Kedarnath Dham: ଗତ ଶୁକ୍ରବାର ଦିନ ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ୍ ହେବାରେ ଲାଗିଛନ୍ତି । ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ବାବା ଭୋଲେନାଥଙ୍କ ଦର୍ଶନ ପାଇବା ପାଇଁ କେଦାରନାଥରେ ପହଞ୍ଚିଥିଲେ । ତାଙ୍କ ସହିତ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ମା, ଭଉଣୀ ଶମିତା ଶେଟ୍ଟୀ ଏବଂ ଝିଅ ସମିଶା ମଧ୍ୟ ବାବାଙ୍କ ଦର୍ଶନ ପାଇଁ ଯାଇଥିଲେ । ଶିଳ୍ପା ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ଏଥିସହିତ ତାଙ୍କର ଅନ୍ୟ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ପ୍ରଶଂସକଙ୍କ ସହ ଫଟୋ କ୍ଲିକ୍ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟିକୁ ଶିଳ୍ପାଙ୍କ ଜଣେ ପ୍ରଶଂସକ ଭାଇରାଲ୍ କରିଛନ୍ତି ।

ଅଭିନେତ୍ରୀ ଶିଳ୍ପାଙ୍କ ସମେତ ତାଙ୍କ ପରିବାର ସଦସ୍ୟମାନେ ସାଧାରଣ ଭକ୍ତଙ୍କ ପରି କପାଳରେ ତିଳକ ଲଗାଇଥିବା ଦେଖିବାକୁ ମିଳିଛି । ବଲିଉଡ୍ ଅଭିନେତ୍ରୀଙ୍କୁ ଅତି ପାଖରୁ ଦେଖି ପ୍ରଶଂସକମାନେ ମଧ୍ୟ ଭିଡ ଲଗାଇଥିଲେ । ପ୍ରଶଂସକଙ୍କୁ ନିରାଶ ନକରି ଶିଳ୍ପା ସେମାନଙ୍କ ସହ ଫଟୋ ଉଠାଇଥିଲେ । ତେବେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପୁଅଙ୍କୁ ଏହି ଯାତ୍ରାରେ ଦେଖିବାକୁ ମିଳିନଥିଲା ।

ଶିଳ୍ପା ଶୁକ୍ରବାର ସକାଳ ସମୟରେ ବିମାନ ଯୋଗେ ଦେହରାଡୁନର ଜଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହା ପରେ ଶିଳ୍ପା ଏବଂ ତାଙ୍କ ପରିବାର ସଦସ୍ୟମାନେ କେଦାରନାଥ ଧାମରେ ପହଞ୍ଚି ବାବାଙ୍କ ଦର୍ଶନ କରିଥିଲେ। ଅନ୍ୟପଟେ ଆଜି ଶିଳ୍ପା ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିଥିବା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଦୁଇ ଦିନ ପୂର୍ବେ ଶିଳ୍ପା କାମାକ୍ଷା ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ମାତା ସୁନନ୍ଦା ଶେଟ୍ଟୀ ମଧ୍ୟ ଶିଳ୍ପାଙ୍କ ସହ ଉପସ୍ଥିତ ଥିଲେ । ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା ଯେ, ଶିଳ୍ପା ଏକ ବିଶେଷ ପ୍ରକାରର ପୂଜା କରୁଥିଲେ । ଚର୍ଚ୍ଚା ହେଉଛି ଯେ, ଇଡି କାର୍ଯ୍ୟାନୁଷ୍ଠାନ ପରେ ଶିଳ୍ପା ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଶୁଭ ମନାସି ମନ୍ଦିରରେ ପୂଜା କରିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଘର ସମେତ ଲିଙ୍କ ଥିବା ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ବିପୁଳ ଟଙ୍କାର ସମ୍ପତ୍ତି ରହିଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଶିଳ୍ପା ଶେଟ୍ଟୀଙ୍କ ଜୁହୁ ଫ୍ଲାଟ ଏବଂ ବଙ୍ଗଳା ସମେତ ରାଜ କୁନ୍ଦ୍ରାଙ୍କ ନାମରେ ପଞ୍ଜୀକୃତ ଇକ୍ୱିଟି ସେୟାର ଅନ୍ତର୍ଭୁକ୍ତ ଥିଲା । ଏହି ଘଟଣାଟି ୨୦୦୨ ମସିହାର ବିଟକଏନ୍ ସ୍କାମ ତଥା ମନି ଲଣ୍ଡରିଂ ମାମଲା ସହ ଜଡିତ ।

Also Read- Shani Gochar 2024: ୩ ରାଶି ଉପରେ ଶନିଙ୍କ ଶୁଭଦୃଷ୍ଟି, ବଢିବ ରୋଜଗାର

Also Read- Ayodhya News: ଅକ୍ଷୟ ତୃତୀୟାରେ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରାଗଲା ୧୧ ହଜାର ଆମ୍ୱ

Read More
{}{}