Home >>Odisha Entertainment

Shaitaan Box Office Collection: ରିଲିଜର ୧୦ ଦିନ ପରେ ବି ଧମାଲ କରୁଛି ‘ସୈତାନ’, ଜାଣନ୍ତୁ କେତେ କଲାଣି ରୋଜଗାର

Shaitaan Box Office Collection: ରିଲିଜର ୧୦ ଦିନ ପରେ ବି ବକ୍ସ ଅଫିସରେ ଧମାଲ କରୁଛି ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ’ (Shaitaan) । ଏଥିରେ ଅଜୟଙ୍କ ସହ ଆର. ମାଧବନ୍ ଓ ଜ୍ୟୋଥିକା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

Advertisement
Shaitaan Box Office Collection: ରିଲିଜର ୧୦ ଦିନ ପରେ ବି ଧମାଲ କରୁଛି ‘ସୈତାନ’, ଜାଣନ୍ତୁ କେତେ କଲାଣି ରୋଜଗାର
Zee Odisha Desk|Updated: Mar 18, 2024, 10:43 AM IST
Share

Shaitaan Box Office Collection: ରିଲିଜର ୧୦ ଦିନ ପରେ ବି ବକ୍ସ ଅଫିସରେ ଧମାଲ କରୁଛି ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ’ (Shaitaan) । ଏଥିରେ ଅଜୟଙ୍କ ସହ ଆର. ମାଧବନ୍ ଓ ଜ୍ୟୋଥିକା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ନିକଟରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଯୋଦ୍ଧା' ଓ ଅଦା ଶର୍ମାଙ୍କ ଫିଲ୍ମ 'ବସ୍ତର' ରିଲିଜ ହୋଇଥିଲେ ମଧ୍ଯ ତାହା ‘ସୈତାନ’ର କଲେକ୍ସସନ୍ ଉପରେ ପ୍ରଭାବ ପକାଇପାରିନାହିଁ । ରିଲିଜର ୧୦ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି ଏହି ଫିଲ୍ମ । ଏହା ସହ ଏହି ଫିଲ୍ମଟି ଅଜୟ ଦେବଗନଙ୍କ ଅନେକ ହିଟ୍ ଫିଲ୍ମର ରେକର୍ଡ ଭାଙ୍ଗିଛି।

ଅଜୟ ଦେବଗନ ଓ ଆର ମାଧବନଙ୍କ ଫିଲ୍ମ 'ସୈତାନ' ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ସାକନିକ୍ ରିପୋର୍ଟ ଅନୁଯାୟୀ, ରବିବାର ଫିଲ୍ମଟି ୯.୭୫ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ବକ୍ସ ଅଫିସରେ ଏହାର ମୋଟ କଲେକ୍ସସନ୍ ୧୦୩.୦୫ କୋଟିରେ ପହଞ୍ଚିଛି। 'ସୈତାନ' ୧୦୦ କୋଟି କ୍ଲବରେ ସାମିଲ ହେବା ସହ ଅଜୟ ଦେବଗନଙ୍କ ବହୁ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି। ଚଳଚ୍ଚିତ୍ରଟି ୨୦୧୧ରେ ରିଲିଜ ହୋଇଥିବା ଅଭିନେତାଙ୍କ ହିଟ୍ ଫିଲ୍ମ 'ସିଙ୍ଗମ୍'ର ରେକର୍ଡ ଭାଙ୍ଗିଛି। ପ୍ରକାଶ ଥାଉ କି  'ସିଙ୍ଗମ୍' ଘରୋଇ ବକ୍ସ ଅଫିସରେ ମୋଟ ୧୦୨.୯୪ ଟଙ୍କା ବ୍ୟବସାୟ କରିଥିଲା । ସେପଟେ '୨୦୧୨ରେ ମୁକ୍ତିଲାଭ କରିଥିବା 'ବୋଲ ବଚ୍ଚନ'ର ରେକର୍ଡ ମଧ୍ୟ ଭାଙ୍ଗିଛି 'ସୈତାନ' । ଫିଲ୍ମର ଲାଇଫ ଟାଇମ୍ କଲେକ୍ସସନ୍ ୧୦୨.୯୪ କୋଟି ଟଙ୍କା ଅଟେ । ଏହାସହ ୨୦୧୫ରେ ରିଲିଜ୍ ହୋଇଥିବା 'ଶିବ' ବକ୍ସ ଅଫିସରେ ୧୦୦.୩୩ କୋଟି ଟଙ୍କା ରୋଜଗାର କରିଥିଲା ।

 

ନିକଟରେ ରିଲିଜ ହୋଇଥିବା ସିଦ୍ଧାର୍ଥ ମଲହୋତ୍ରା, ଦିଶା ପଟନି ଓ ରାଶି ଖାନ୍ନାଙ୍କ ଫିଲ୍ମ 'ଯୋଦ୍ଧା' ରିଲିଜ ଦିନ ୪.୧ କୋଟି ଟଙ୍କାର ବ୍ୟବସାୟ କରିଥିଲା । ସାକନିକ୍ ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ରଟି ରବିବାର ୭ କୋଟି ଟଙ୍କା ରୋଜଗାର କରିଛି । ଚଳଚ୍ଚିତ୍ରର ମୋଟ କଲେକ୍ସସନ୍ ୧୬.୮୫ କୋଟି ଟଙ୍କାରେ ପହଁଞ୍ଚିଛି । ଅନ୍ୟପଟେ ଅଦା ଶର୍ମାଙ୍କ ଫିଲ୍ମ 'ବସ୍ତର: ଦି ନକ୍ସଲ ଷ୍ଟୋରୀ’ ବକ୍ସ ଅଫିସରେ ଫ୍ଲପ୍ ହୋଇଛି । ଫିଲ୍ମଟି ପ୍ରଥମ ଦିନରେ ୦.୪ ଲକ୍ଷ ଟଙ୍କା ରୋଜଗାର କରିଥିଲା । ସାକନିକ୍ ରିପୋର୍ଟ ଅନୁଯାୟୀ, ରିଲିଜର ତୃତୀୟ ଦିନରେ ଚଳଚ୍ଚିତ୍ରଟି ୦.୯୦ କୋଟି ଟଙ୍କା ଆୟ କରିଛି। ଏହା ସହିତ ଫିଲ୍ମର ମୋଟ କଲେକ୍ସସନ୍ ୨.୦୫ କୋଟିରେ ପହଞ୍ଚିଛି।

 

Read More
{}{}