Home >>Odisha Entertainment

Salman Khan: ସାମ୍ନାକୁ ଆସିଲା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ସମୟର ଫଟୋ

Salman Khan: ରବିବାର ଭୋରରୁ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ନେଇ ଖବର ସମ୍ନାକୁ ଆସିଥିଲା । ଏ ଘଟଣାରେ ମୁମ୍ବାଇ ପୋଲିସ ଛାନଭିନ୍ କରୁଥିବା ବେଳେ ସିସିଟିଭି ଫୁଟେଜରୁ ୨ ଦୁର୍ବୃତ୍ତଙ୍କ ଫଟୋ ସାମ୍ନାକୁ ଆସିଛି ।

Advertisement
Salman Khan: ସାମ୍ନାକୁ ଆସିଲା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ସମୟର ଫଟୋ
Payal Priyadarshini|Updated: Apr 15, 2024, 02:16 PM IST
Share

Salman Khan: ରବିବାର ଭୋରରୁ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ନେଇ ଖବର ସମ୍ନାକୁ ଆସିଥିଲା । ଏ ଘଟଣାରେ ମୁମ୍ବାଇ ପୋଲିସ ଛାନଭିନ୍ କରୁଥିବା ବେଳେ ସିସିଟିଭି ଫୁଟେଜରୁ ୨ ଦୁର୍ବୃତ୍ତଙ୍କ ଫଟୋ ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହରିଆଣାର ଗୁରୁଗ୍ରାମର ଗ୍ୟାଙ୍ଗଷ୍ଟର ବିଶାଳ ରାହୁଲ ଓରଫ (କାଳୁ) ବୋଲି ଜଣାପଡ଼ିଛି । ରାହୁଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାଙ୍କ ସୁଟର୍ ଅଟେ । ସେ ହିଁ ସଲମାନଙ୍କ ଘର ଉପରକୁ ଗୁଳି ମାଡ କରିଥିବା କୁହାଯାଉଛି। ସେପଟେ ଗୁଳି ମାଡ଼ ବେଳେ ଦୁର୍ବୃତ୍ତ ବ୍ୟବହାର କରିଥିବା ବାଇକ୍‌କୁ ପୋଲିସ ଜବତ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁଇ ଅଭିଯୁକ୍ତ ଫେରାର ଥିବା ସୂଚନା ରହିଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ କରିବା ପରେ ଅଭିଯୁକ୍ତମାନେ ସଲମାନଙ୍କ ଘର ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ମଉଣ୍ଟ ମେରୀ ଚର୍ଚ୍ଚ ପାଖରେ ବାଇକକୁ ଛାଡି ଦେଇଥିଲେ। ସେଠାରୁ ଉଭୟ ଅଭିଯୁକ୍ତ କ୍ୟାବ୍‌ ବୁକ୍‌ କରି ବାନ୍ଦ୍ରା ଷ୍ଟେସନ ପହଞ୍ଚିବା ପରେ ସେଠାରୁ ଫେରାର ହୋଇଯାଇଥିବା ପୋଲିସ କହିଛି । 

Also Read- Shah Rukh Khan: ସୁସ୍ଥ ଅଛନ୍ତି ତ ଶାହାରୁଖ ଖାନ୍ ? ଭିଡିଓ ଦେଖି କାହିଁକି ଏମିତି କହିଲେ ଫ୍ୟାନ୍ସ...

ଗୁଳିମାଡ ଘଟଣାକୁ ନେଇ ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ କହିଛନ୍ତି , “ଘଟଣାକୁ ନେଇ କିଛି କହିବାର ନାହିଁ। ସେମାନେ କେବଳ ସଲମାନଙ୍କ ନାଁ ନେଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।”

 

 

Read More
{}{}