Home >>Odisha Entertainment

Bollywood: ଏହି କାରଣ ପାଇଁ ମଲାଇକାଙ୍କ ହାତ ଛାଡିଲେ ଅର୍ଜୁନ୍, କହିଲେ ସେ ମୋତେ...

Bollywood: ବି-ଟାଉନର ଲବ୍ ବାର୍ଡ ମଲାଇକା ଆରୋରା (Malaika Arora) ଓ ଅର୍ଜୁନ୍ କପୁର (Arjun Kapoor)। ବଲିଉଡର ଏହି ଲୋକପ୍ରିୟ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଜଣେ।  ଦୁହେଁ ନିଜ ସମ୍ପର୍କ ପ୍ରତି ଖୁବ୍ ଡେଡିକେଟେଟ୍।  ଦୁହିଁଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ପ୍ରବଳ ଚର୍ଚ୍ଚା । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।

Advertisement
Bollywood: ଏହି କାରଣ ପାଇଁ ମଲାଇକାଙ୍କ ହାତ ଛାଡିଲେ ଅର୍ଜୁନ୍, କହିଲେ ସେ ମୋତେ...
Zee Odisha Desk|Updated: Jan 06, 2024, 03:39 PM IST
Share

Bollywood: ବି-ଟାଉନର ଲବ୍ ବାର୍ଡ ମଲାଇକା ଆରୋରା (Malaika Arora) ଓ ଅର୍ଜୁନ୍ କପୁର (Arjun Kapoor)। ବଲିଉଡର ଏହି ଲୋକପ୍ରିୟ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଜଣେ।  ଦୁହେଁ ନିଜ ସମ୍ପର୍କ ପ୍ରତି ଖୁବ୍ ଡେଡିକେଟେଟ୍।  ଦୁହିଁଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ପ୍ରବଳ ଚର୍ଚ୍ଚା । ପାର୍ଟି, ଇଭେଣ୍ଟ, ସବୁଠି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ। ଦୁହେଁ ଆଗକୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ତାଜା ରିପୋର୍ଟ ଅନୁସାରେ, ଅର୍ଜୁନ୍ ଏବେ ସୋସିଆଲ ମିଡିଆ ଇନଫ୍ଲୁଏନର କୁଶା କପିଳାଙ୍କୁ ଡେଟ୍ କରୁଛନ୍ତି। 

ALSO READ : Rajyog 2024: ଜାନୁଆରୀରେ ପଡି଼ଛି ଦୁଇଟି ରାଜଯୋଗ, ମେଷ ସହ ଏହି ଦୁଇ ରାଶିଙ୍କର ଫିଟିବ ଭାଗ୍ୟ

କିନ୍ତୁ ଏନେଇ ମୁହଁ ଖୋଲିଛନ୍ତି କୁଶା। ସେ କହିଛନ୍ତି, ଅର୍ଜୁନଙ୍କ ସହ ସେ ରିଲେସନସିପରେ ନାହାଁନ୍ତି । କି ତାଙ୍କୁ ଡେଟ୍ କରୁ ନାହାଁନ୍ତି।  ଏହି ଗୁଜବ ପରେ ପୁଣି ମଲାଇକା, ଅର୍ଜୁନ୍ ଏକାଠି ଏକ ଇଭେଣ୍ଟରେ ସ୍ପଟ୍ ହୋଇଥିଲେ। ରିପୋର୍ଟ ମୁତାବକ  ଅର୍ଜୁନ୍ ଓ ମଲାଇକା ପରପ୍ପର ପ୍ରତି ଖୁବ୍ ଲୟାଲ୍। ତେବେ, ଗୁଜବ ଉଠିବାର କାରଣ ହେଉଛି ବିବାହ। ଶୁଣିବାକୁ ମିଳିଥିଲା ଯେ, କିଛି ଦିନ ତଳେ ମଲାଇକା ଅର୍ଜୁନ କପୁରଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ।  କିନ୍ତୁ ଅର୍ଜୁନ୍ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ତେବେ, ଦୁହେଁ ବିବାହ ନ କରି ପାରିବା କାରଣରୁ ଦୁଇ ମାସ ପୂର୍ବରୁ ନିଜ ସମ୍ପର୍କକୁ ଆଗକୁ ନ ବଢାଇବାକୁ ଅର୍ଜୁନ୍ ଓ ମଲାଇକା ନିଷ୍ପତି ନେଇଥିଲେ। କିନ୍ତୁ ବ୍ରେକ୍ ଅଫ ଖବର ଉପରେ କେହିବି ପ୍ରତିକ୍ରିୟା ରଖି ନଥିଲେ। ତେବେ, ଚଳିତ ଥର କୌଣସି ଖ୍ରୀଷ୍ଟମାସ କି ନୂଆବର୍ଷ ପାର୍ଟିରେ ଉଭୟଙ୍କୁ କୌଣସି ଇଭେଣ୍ଟରେ ଏକାଠି ଦେଖିବାକୁ ମିଳି ନାହିଁ । 

ନିକଟ ଅତୀତରେ ମଲାଇକା ଆରୋରା,  ନିଜର ଏକ ଫଟୋ ଇନଷ୍ଟାରେ ସେୟାର କରିଥିଲେ। ଏବଂ ସେହି ଫଟୋର କ୍ୟାପସନରେ ଲେଖିଥିଲେ ଯେ, 'I, SAID YES'। ମଲାଇକା ଏହି ପୋଷ୍ଟଟି ଅର୍ଜୁନଙ୍କ ଉଦ୍ଦେଶ୍ୟରେ କରିଥିବା ଚର୍ଚ୍ଚା ହେଉଛି। ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦିର୍ଘ ଦିନ ଧରି ପରପ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।  ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ମଲାଇକା-ଅର୍ଜୁନଙ୍କ ଯୋଡିକୁ ସେମାନଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ କରନ୍ତି । ଦୁହେଁ ପ୍ରାୟତଃ ଭ୍ୟାକେସନରେ ଏକାଠି ସମୟ ବିତାନ୍ତି। 

Read More
{}{}