Hindi News >>Home >>Odisha Entertainment

Bollywood News: ସୈଫ୍‌ଙ୍କୁ ଆକ୍ରମଣ ଘଟଣା, ଛତିଶଗଡ଼ ଦୁର୍ଗରୁ ଧରାପଡ଼ିଲା ସନ୍ଦିଗ୍ଧ

ସିସିଟିଭିରୁ ଦେଖିଥିବା ସନ୍ଦିଗ୍ଧ ସହ ଚେହେରା ମିଶିବାରୁ ଜଣାଇଥିଲେ ଯାତ୍ରୀ ଜଣକ । ଧରାପଡ଼ିଥିବା ସନ୍ଦିଗ୍ଧର ନାଁ ଆକାଶ ବୋଲି ସୂଚନା ମିଳିଛି । ସନ୍ଦିଗ୍ଧକୁ ଆଣିବାକୁ ଛତିଶଗଡ଼ ଯାଇଛି ମୁମ୍ବାଇ ପୋଲିସ ।

Advertisement
Bollywood News: ସୈଫ୍‌ଙ୍କୁ ଆକ୍ରମଣ ଘଟଣା, ଛତିଶଗଡ଼ ଦୁର୍ଗରୁ ଧରାପଡ଼ିଲା ସନ୍ଦିଗ୍ଧ
Soubhagya Ranjan Mishra|Updated: Jan 18, 2025, 07:25 PM IST
Share

Bollywood News: ବଲିଉଡ ସୁପରଷ୍ଟାର ସୈଫ୍‌ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି । ଛତିଶଗଡ଼ ଦୁର୍ଗରୁ ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ରେଲୱେ ପୋଲିସ ସନ୍ଦିଗ୍ଧକୁ ଧରିଥିବା ସୂଚନା ମିଳିଛି । ଜଣେ ସଚେତନ ଯାତ୍ରୀ ପ୍ରଥମେ ସନ୍ଦିଗ୍ଧକୁ ଚିହ୍ନଟ କରି ପୋଲିସକୁ ଏ ବାବଦରେ ଜଣାଇଥିଲେ । ସିସିଟିଭିରୁ ଦେଖିଥିବା ସନ୍ଦିଗ୍ଧ ସହ ଚେହେରା ମିଶିବାରୁ ଜଣାଇଥିଲେ ଯାତ୍ରୀ ଜଣକ । ଧରାପଡ଼ିଥିବା ସନ୍ଦିଗ୍ଧର ନାଁ ଆକାଶ ବୋଲି ସୂଚନା ମିଳିଛି । ସନ୍ଦିଗ୍ଧକୁ ଆଣିବାକୁ ଛତିଶଗଡ଼ ଯାଇଛି ମୁମ୍ବାଇ ପୋଲିସ ।

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀ ଆକ୍ରମଣ ହୋଇଥିଲା। ଗୁରୁତର ହୋଇପଡିବାରୁ ତାଙ୍କୁ ସ୍ଥାନୀୟ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣ ସମୟରେ ସୈଫଙ୍କ ପତ୍ନୀ କରୀନା ଏବଂ ସେମାନଙ୍କ ପିଲାମାନେ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। କିନ୍ତୁ ଏବେ ଆସିଥିବା ସଦ୍ୟତମ ଖବର ଅନୁସାରେ, ସୈଫ ଅଲ୍ଲୀ ଖାନ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଝଗଡ଼ା କରିଥିବା ଅଭିଯୋଗ ହୋଇଥିଲା। ତେବେ ସୈଫଙ୍କୁ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ମାମଲାର ତଦନ୍ତ କରୁଛି ମୁମ୍ବାଇ ପୋଲିସ। ବର୍ତ୍ତମାନ ସୁଦ୍ଧା ପୋଲିସ ୪୦ରୁ ୫୦ ଜଣଙ୍କୁ ପଚରାଉଚରା କରିଛି। ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ସମୟରେ ସେହି ସନ୍ଦିଗ୍ଧଙ୍କ ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏହି ସିସିଟିଭି ଫୁଟେଜ୍ ଜାନୁଆରୀ ୧୨ ତାରିଖରେ ମୁମ୍ବାଇର ଭର୍ସୋଭା ଅଞ୍ଚଳର, ଯେଉଁଥିରେ ସନ୍ଦିଗ୍ଧ ଜଣକ ଚପଲ ଚୋରି କରୁଥିବାର ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ତଦନ୍ତ ବେଳେ ପୋଲିସ ନିକଟରେ କିଛି ସିସିଟିଭି ଫୁଟେଜ୍ ମଧ୍ୟ ଲଗାଯାଇଛି, ଯେଉଁଥିରେ ଅଭିଯୁକ୍ତ ଆସୁଥିବା ଓ ଯାଉଥିବା ଦେଖିବାକୁ ମିଳିଛି। ସାମ୍ନାକୁ ଆସିଥିବା ପ୍ରଥମ ଫଟୋରେ ଅଭିଯୁକ୍ତ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାପରେ ଆସିଥିଲା ଦ୍ୱିତୀୟ ଫଟୋ ଯେଉଁଥିରେ ଆକ୍ରମଣକାରୀ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ଏବେ ନୂଆ ଫଟୋରେ ସେ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ଏମିତି ବି ଚର୍ଚ୍ଚା ହେଉଛି ଯେ, କିଛି ଦିନ ତଳେ ଶାହାରୁଖ ଖାନ୍ ଥିଲେ ଟାର୍ଗେଟରେ। ସୈଫ୍ ଅଲ୍ଲୀ ଖାନ୍ ଛୁରାମାଡ଼ ମାମଲାରେ ଆକ୍ରମଣକାରୀ ପୂର୍ବରୁ ଜାନୁଆରୀ ୧୪ ତାରିଖରେ ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ଙ୍କ ମନ୍ନତ ବଙ୍ଗଳାରେ ପଶିବାକୁ ଚେଷ୍ଟା କରିଥିଲେ। ତେବେ କଡ଼ା ସୁରକ୍ଷା କାରଣରୁ ସେ ଘର ଭିତରକୁ ପ୍ରବେଶ କରିପାରିନଥିଲେ। ଆଉ ଏହି ଚର୍ଚ୍ଚା ପରେ ମୁମ୍ବାଇ ପୋଲିସ ସବୁ ବଡ ବଡ ସେଲିବ୍ରିଟିଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି।

Also Read- RG Kar Case: କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସଞ୍ଜୟ ରାୟ, କହିଲେ ମତେ ଫସାଯାଇଛି

Also Read- Saptahik Rashifal: ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କଠାରୁ ଜାଣନ୍ତୁ କିପରି ବିତିବ ନୂଆ ସପ୍ତାହ

Read More
{}{}