Hindi News >>Home >>Odisha Entertainment

Salaar Advance Booking: ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲା 'ସଲାର'

Salaar: ବାରମ୍ବାର ରିଲିଜ ଡ଼େଟ ବଦଳିବା ପରେ ଶେଷରେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଇଛି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଏହାର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଛି ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 17, 2023, 12:13 PM IST
Share

Salaar Advance Booking: ସାଉଥ ସୁପରଷ୍ଟାର ପ୍ରଭାସଙ୍କ (Prabhas) ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସଲାର' (Salaar) ଡିସେମ୍ବର ୨୨ରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି । ବାରମ୍ବାର ରିଲିଜ ଡ଼େଟ ବଦଳିବା ପରେ ଶେଷରେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଇଛି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଏହାର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଡିସେମ୍ବର ୧୬ରୁ ଅର୍ଥାତ୍ ରିଲିଜର ଏକ ସପ୍ତାହ ପୂର୍ବରୁ ପ୍ରଭାସଙ୍କ ଫିଲ୍ମର ଆଡଭାନ୍ସ ବୁକିଂ (Salaar Advance Booking) ଆରମ୍ଭ ହୋଇଛି । ବୁକିଂର ପ୍ରଥମ ଦିନରେ ପ୍ରାୟ ୩୧ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । ଅର୍ଥାତ୍ ଫିଲ୍ମଟି ରିଲିଜ ପୂର୍ବରୁ ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କା ଆୟ କରିଥିବା ସୂଚନା ମିଳିଛି । ସାକନିଲ୍କର ରିପୋର୍ଟ ଅନୁଯାୟୀ, ‘ସଲାର୍’ ପ୍ରଥମ ଦିନରେ ୩୧,୨୮୬ଟିକେଟ୍ ବିକ୍ରି କରିସାରିଛି ଏବଂ ୬୬.୮୧ ଲକ୍ଷ ଟଙ୍କା ସଂଗ୍ରହ କରିଛି । ଫିଲ୍ମଟି ତେଲୁଗୁ, ମଲୟାଲମ୍, ତାମିଲ୍, କନ୍ନଡ ଏବଂ ହିନ୍ଦୀ ସମେତ ୫ଟି ଭାଷାରେ ମୁକ୍ତିଲାଭ କରିବ।  ​

 

ଏପର୍ଯ୍ୟନ୍ତ ହିନ୍ଦୀ ଭାଷାରେ ଅଗ୍ରୀମ ବୁକିଂର ଆୟ ସାମ୍ନାକୁ ଆସିନାହିଁ। ଅନ୍ୟପକ୍ଷରେ ଫିଲ୍ମର ପ୍ରଥମ ଟିକେଟ୍ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲୀ (SS Rajamouli) କିଣିଥିବା ଜଣାପଡ଼ିଛି। ଟିକେଟ୍ କିଣିବା ପରେ ବାହୁବଲୀ ନିର୍ଦ୍ଦେଶକ ‘ସଲାର’ର କାଷ୍ଟ ସହିତ ଏକ ଫଟୋ ମଧ୍ୟ ଉଠାଇଥିଲେ, ଯାହାକୁ ନିର୍ମାତାମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

'ସଲାର' ଷ୍ଟାରକାଷ୍ଟ

ହୋମ୍ବଲେ ଫିଲ୍ମସ୍ (Hombale Films) ବ୍ୟାନରରେ ନିର୍ମିତ ଏହି ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ଥ ନିଲ୍ (Prashanth Neel) । ପ୍ରଭାସଙ୍କ ସହ ଏହି ଫିଲ୍ମରେ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ, ମୀନାକ୍ଷୀ ଚୌଧୁରୀ, ଟିନୁ ଆନନ୍ଦ, ବ୍ରହ୍ମାଜୀ, ଇଶ୍ୱରୀ ରାଓ ନଜର ଆସିବେ।

 

 

Read More
{}{}