Home >>Odisha Entertainment

Rakul Jackky Marriage: ମିସେସ୍ ଭାଗ୍‌ନାନୀ ହେବେ ରକୁଲ୍‌ ପ୍ରୀତ୍ ସିଂ, ଏହି ଦିନ ପଡ଼ିବ ହାତଗଣ୍ଠି!

ଦୀର୍ଘ ଦିନ ଧରି ବଲିଉଡ଼ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍ ସିଂହ ଓ ନିର୍ଦ୍ଦେଶକ ତଥା ଅଭିନେତା ଜ୍ୟାକି ଭାଗ୍‌ନାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଉଭୟ ୨୦୨୩ରେ ବିବାହ କରିବା ନେଇ ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ନୂଆ ବର୍ଷ ଭ୍ୟାକେସନ୍ ସାରି ମୁମ୍ବାଇ ଫେରିଥିବା ବେଳେ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Jan 08, 2024, 03:29 PM IST
Share

Rakul Preet and Jackky Bhagnani: ଦୀର୍ଘ ଦିନ ଧରି ବଲିଉଡ଼ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍ ସିଂହ ଓ ନିର୍ଦ୍ଦେଶକ ତଥା ଅଭିନେତା ଜ୍ୟାକି ଭାଗ୍‌ନାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଉଭୟ ୨୦୨୩ରେ ବିବାହ କରିବା ନେଇ ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ନୂଆ ବର୍ଷ ଭ୍ୟାକେସନ୍ ସାରି ମୁମ୍ବାଇ ଫେରିଥିବା ବେଳେ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ‘ଦେ ଦେ ପ୍ୟାର୍‌ ଦେ’ ଫେମ୍‌ ରକୁଲ୍‌ ପ୍ରୀତ ଖୁବଶୀଘ୍ର ନିଜ ବୟଫ୍ରଣ୍ତ  ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭାଗ୍‌ନାନୀଙ୍କୁ ବିବାହ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି । ଆସନ୍ତା ଫେବ୍ରୁଆରି ୨୨ରେ ଉଭୟ ଗୋଆରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଗତ ୨ ତାରିଖ ଦିନ ଉଭୟ ନୂଆବର୍ଷ ପାଳନ କରି ମୁମ୍ବାଇ ଫେରିଥିଲେ। ଉଭୟଙ୍କୁ ମୁମ୍ବାଇ ବିମାନ ବନ୍ଦର‌ରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ଜ୍ୟାକି ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ରକୁଲ ଏକ ବ୍ୟାଗି ବ୍ଲୁ ଡେନିମ୍ ଜିନ୍ସ , ମିକି ମାଉସ୍‌ ପ୍ରିଣ୍ଟ୍‌ ଟି-ସର୍ଟ ସହ ବ୍ଲାକ୍‌ ଜ୍ୟାକେଟ୍‌ରେ ନଜର ଆସିଥିଲେ।

 

 
 
 
 

 
 
 
 
 
 
 
 
 
 
 

A post shared by Rakul Singh (@rakulpreet)

ଗତ ୨୫ ତାରିଖରେ ଜ୍ୟାକିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ ରକୁଲ୍। ଏନେଇ ଅଭିନେତ୍ରୀ ଲେଖିଥିଲେ, ‘ଏକାଠି ରହିବା, ଦୁଃସାହସିକ କାର୍ଯ୍ୟ କରିବା, ବୁଲିବା ଓ ହସିବା ପ୍ରତିଟି ମୂହୂର୍ତ୍ତରେ ସାଙ୍ଗରେ ରହିବା ଭଳି ମୁହୂର୍ତ୍ତମାନ ସମ୍ପର୍କରେ ଉଲ୍ଲେଖ କରିଥିଲେ’। ରକୁଲ୍ ଙ୍କ ଏହି ଶୁଭେଚ୍ଛା ବାର୍ତ୍ତାକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥିଲେ।  ପ୍ରକାଶ ଥାଉ କି, ୨୦୨୧ ଠାରୁ ଉଭୟ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଛନ୍ତି। ନିଜର ବିବାହ ସହ ଆଗାମୀ ଫିଲ୍ମ ‘ଆୟାଲ୍ଲାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ରକୁଲ ।  ଏହା ହେଉଛି ତାମିଲ ଭାଷାରେ ନିର୍ମିତ ଏକ ସାଇ-ଫାଇ (ସାଇନ୍ସ -ଫିକ୍‌ସନ) ଚଳଚ୍ଚିତ୍ର।

 

 

Read More
{}{}