Hindi News >>Home >>Odisha Entertainment

Govinda: ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ, ଡାକ୍ତରଖାନାକୁ ଦେଲେ ଏହି ନିର୍ଦ୍ଦେଶ

ମିଳିଥିବା ସୂଚନା ମୁତାବକ, ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଅଭିନେତା ନିଜେ ଏ ସମ୍ପର୍କରେ ବିବୃତ୍ତି ଦେଇଛନ୍ତି। ଗୋବିନ୍ଦା ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି ଯେ, ଡାକ୍ତରମାନେ ଗୁଳିଟିକୁ ଗୋଡରୁ କାଢି ସାରିଛନ୍ତି । ପ୍ରଶଂସକଙ୍କ ଭଲପାଇବା ଏବଂ ଭଗବାନଙ୍କ ଆଶୀର୍ବାଦରୁ ସେ ଭଲ ଥିବା କହିଛନ୍ତି ।

Advertisement
Govinda: ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ, ଡାକ୍ତରଖାନାକୁ ଦେଲେ ଏହି ନିର୍ଦ୍ଦେଶ
Soubhagya Ranjan Mishra|Updated: Oct 01, 2024, 04:09 PM IST
Share

Govinda: ଆଜି ସକାଳେ ବଲିଉଡ ଅଭିନେତା ଗୋବିନ୍ଦା ଗୋଡରେ ଗୁଳି ବାଜିବା କାରଣରୁ ଆହତ ହୋଇଥିଲେ। ତାଙ୍କୁ ମୁମ୍ବାଇର କ୍ରିଟିକାଲ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଅନେକ ତାରକା ହସ୍ପିଟାଲକୁ ଆସୁଛନ୍ତି । ଏହି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଅଭିନେତା ନିଜେ ଏ ସମ୍ପର୍କରେ ବିବୃତ୍ତି ଦେଇଛନ୍ତି। ଗୋବିନ୍ଦା ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି ଯେ, ଡାକ୍ତରମାନେ ଗୁଳିଟିକୁ ଗୋଡରୁ କାଢି ସାରିଛନ୍ତି । ପ୍ରଶଂସକଙ୍କ ଭଲପାଇବା ଏବଂ ଭଗବାନଙ୍କ ଆଶୀର୍ବାଦରୁ ସେ ଭଲ ଥିବା କହିଛନ୍ତି । ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋବିନ୍ଦାଙ୍କ ସହ ଫୋନରେ କଥା ହୋଇଛନ୍ତି। ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ କିପରି ଅଛି ସେନେଇ ମୁଖ୍ୟମନ୍ତ୍ରୀ ପଚାରିଥିଲେ । ଏଥିସହ ଶୀଘ୍ର ଆରୋଗ୍ୟ ହେବା ନେଇ କାମନା କରିଥିଲେ। ଗୋବିନ୍ଦାଙ୍କୁ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କାଶ୍ମୀରା ଶାହା, ବିନୟ ଆନନ୍ଦ ଏବଂ ଦୀପକ ସାୱନ୍ତ ମଧ୍ୟ ଗୋବିନ୍ଦାଙ୍କୁ ଭେଟିବାକୁ ଆସିଛନ୍ତି।

ସୂଚନା ଅନୁସାରେ, ବଲିଉଡ ଅଭିନେତା ଗୋବିନ୍ଦା ଆଜି ସକାଳେ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକଟିକୁ ସଫା କରୁଥିଲେ। କିନ୍ତୁ ଅସାବଧାନତା ହେତୁ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା। ଆଉ ଏହି ଗୁଳିଟି ତାଙ୍କ ଗୋଡରେ ବାଜିଥିଲା। ଏହାପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ।  ଡାକ୍ତର ଗୁଳିଟିକୁ ତାଙ୍କ ଗୋଡରୁ ବାହାର କରି ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୂଚନା ଦେଇଛନ୍ତି ।

୯୦ ଦଶର ଜଣ ଭେଟେରାନ ଅଭିନେତା ହେଉଛନ୍ତି ଗୋବିନ୍ଦା। ଯଦିଓ ସେ ଏବେ ଅଭିନୟ ଠାରୁ ଦୂରେଇ ରହିଛନ୍ତି କିନ୍ତୁ ତାଙ୍କୁ କେତେକ ରିୟଲିଟି ସୋରେ ଜଜ୍ ଭାବେ ଦେଖିବାକୁ ମିଳୁଛି। ସେ ରାଜାବାବୁ,  କୁଲି ନଂ ଓ୍ବାନ୍, ଆଙ୍ଖେ,  ଦିଓ୍ବାନା ମସ୍ତାନା, ହିରୋ ନଂ-୧,  ସଜନ ଚାଲେ ଶଶୁରାଲ୍,  ସୋଲେ ଆୈର ସବନମ୍, ଭାଗମ୍ ଭାଗ୍,ଦୁଲେ ରାଜା, ହତ୍ୟା ଓ ବଡ଼େ ମିଆଁ ଛୋଟୋ ମିଆଁ ଭଳି ହିଟ୍ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି। 

Also Read- ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ସ୍ଥିତି : ଡେଙ୍ଗୁ ଟେଷ୍ଟିଂ କିଟ୍‍ ଅଭାବ

Also Read- Shani Gochar 2024: ସୂର୍ଯ୍ୟପରାଗ ପରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ ରାଶିକୁ ମିଳିବ ଧନ

Read More
{}{}