Hindi News >>Home >>Odisha Entertainment

Ranbir Kapoor: ଅଭିନେତା ରଣବିର କପୁରଙ୍କ ନାଁ ରେ ଥାନାରେ ଅଭିଯୋଗ..

Ranbir Kapoor: ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଅଭିନେତା ରଣବୀର କପୁର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମୁମ୍ବାଇର ଏକ ଥାନାରେ ଅଭିଯୋଗ ହୋଇଛି। କପୁର ପରିବାର ବଡ଼ ଦିନ ପାଳନ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisement
Ranbir Kapoor: ଅଭିନେତା ରଣବିର କପୁରଙ୍କ ନାଁ ରେ ଥାନାରେ ଅଭିଯୋଗ..
Priyambada Rana|Updated: Dec 28, 2023, 03:02 PM IST
Share

Ranbir Kapoor: ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଅଭିନେତା ରଣବୀର କପୁର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମୁମ୍ବାଇର ଏକ ଥାନାରେ ଅଭିଯୋଗ ହୋଇଛି। କପୁର ପରିବାର ବଡ଼ ଦିନ ପାଳନ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କେକ୍ ଉପରେ ମଦ ଢାଳି ନିଆଁ ଲଗାଇ କାଟିବା ସମୟରେ “ଜୟ ମାତା ଦି” ବୋଲି କହିଛନ୍ତି ରଣବିର।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଶଶି କପୁରଙ୍କ ପୁଅ ତଥା ରଣବୀରଙ୍କ ଦାଦା କୁନାଲ କପୁରଙ୍କ(Kunal Kapoor) ଘରେ ବଡ଼ଦିନ ପାଳନ ହେଉଥିବା ବେଳେ ଏହି ଭିଡିଓ ଉତ୍ତୋଳନ କରାଯାଇଛି।  ଏହି ଭିଡିଓରେ କରିସ୍ମା କପୁର,ତାଙ୍କ ପୁଅ, ରାନ୍ଧୀର କପୁର, ବବିତା, ଆଧାର ଜୈନ, ଅଗସ୍ତ୍ୟା ନନ୍ଦା ଏବଂ ନାବ୍ୟା ନାଭେଲି ନନ୍ଦାଙ୍କ ସମେତ ରଣବିର, ଆଲିଆ ମଧ୍ୟ ଉପସ୍ଥିତ ଥିବେ ଦେଖିବାକୁ ମିଳିଛି।

ବୁଧବାର ଦିନ ଜଣେ ସଞ୍ଜୟ ତିୱାରୀ ତାଙ୍କ ଓକିଲ ଆଶିଶ ରାୟ ଏବଂ ପଙ୍କଜ ମିଶ୍ରଙ୍କ ଜରିଆରେ ଘାଟକୋପର ପୋଲିସ ଷ୍ଟେସନରେ ଏହି ଅଭିଯୋଗ ଦାଖଲ କରିଛନ୍ତି। ସେମାନେ ରଣବୀର ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିବା ଲାଗି ଦାବି କରିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ ସେମାନଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇ ନାହିଁ।

Also Read: Raha kapoor: ଦୁନିଆ ସାମ୍ନାକୁ ଆସିଲେ ରାହା କପୁର୍, ଭିଡିଓ ଦେଖିଲେ ଜାଣି ପାରିବେ କେମିତି ଦେଖାଯାଉଛନ୍ତି ଆଲିଆ, ରଣବିରଙ୍କ ଝିଅ..

Read More
{}{}