Salman Khan: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ଼। ରବିବାର ଭୋର ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ଅଭିନେତାଙ୍କ ଘର ବାହାରେ ୩ ରାଉଣ୍ତ ଗୁଳି ଚଳାଇଥିବା ସୂଚନା ମିଳିଛି । ସେତେବେଳେ ସଲମାନ ଘରେ ଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ସଲମାନଙ୍କ ଘର ବାହାରେ ଗୁଳି ଫୁଟିଥିବା ସୂଚନା ମିଳିଛି । ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଘର ବାହାରେ ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟାଇଥିବା ସୂଚନା ମିଳିଛି। ଗୁଳି ମାଡ଼ ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତ କାହିଁକି ଗୁଳି ଫୁଟାଇଥିଲେ? ଏହା ପଛରେ କ'ଣ କାରଣ ରହିଛି, ତାହା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ସଲମାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ସହ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି।
Also Read- Ramayana: ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିବେନି ୟଶ, ଜାଣନ୍ତୁ କାରଣ...
ପ୍ରକାଶଥାଉ କି, ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଅନେକ ଥର ମୃତ୍ୟୁ ଧମକ ମିଳିଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏକ ଟେଲିଭିଜନ ସାକ୍ଷାତକାରରେ ସେ ଖୋଲାଖୋଲି କହିଥିଲେ, ‘ସଲମାନ ଖାନଙ୍କୁ ହତ୍ୟା କରିବା ତାଙ୍କ ଜୀବନର ଉଦ୍ଦେଶ୍ୟ’। ତେବେ ଆଜିର ଏହି ଘଟଣା ପରେ ପୋଲିସ ସଲମାନ ଖାନଙ୍କ ଘରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।