Hindi News >>Home >>Odisha Entertainment

Rajinikanth Hospitalised: ରାତି ଅଧରେ ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ, ସ୍ବାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍

Rajinikanth Hospitalised: ବିଗିଡିଲା ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା।  ଗୁରୁତର ଅବସ୍ଥାରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ  ଚିକିତ୍ସାରେ ଲାଗିଥିବା ଡାକ୍ତରୀ ଟିମ୍ ଙ୍କ ମଧ୍ୟରୁ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏକ ବୁଲେଟିନ୍ ଜାରି କରାଯାଇଛି। ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଇଛି।...  

Advertisement
Rajinikanth Hospitalised: ରାତି ଅଧରେ ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ, ସ୍ବାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍
Narmada Behera|Updated: Oct 01, 2024, 09:21 AM IST
Share

Rajinikanth Hospitalised: ବିଗିଡିଲା ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା।  ଗୁରୁତର ଅବସ୍ଥାରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ  ଚିକିତ୍ସାରେ ଲାଗିଥିବା ଡାକ୍ତରୀ ଟିମ୍ ଙ୍କ ମଧ୍ୟରୁ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏକ ବୁଲେଟିନ୍ ଜାରି କରାଯାଇଛି। ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଇଛି।...

ALSO READ: Vakri Guru 2024: ନବରାତ୍ରୀରେ ବୃହସ୍ପତିଙ୍କ ଓଲଟା ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Weather Update: ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ପାର୍ବଣ

 

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସାଉଥ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ପରିବାର ଲୋକେ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତୀ କରିଥିଲେ । ମିଳିଥିବା ସୂଚନା ଅନୁସାରେ, ପେଟରେ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ରଜନୀକାନ୍ତଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ ଅକ୍ଟୋବର ୧୦ ତାରିଖରେ  ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ 'ଭେଟ୍ଟାୟାନ' ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ରଜନୀକାନ୍ତଙ୍କୁ ଏକ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ଆସନ୍ତାକାଲି ରିଲିଜ୍ ହେବ। ଏହି ଫିଲ୍ମଟିକୁ ଦର୍ଶକ ବେଶ୍ ଉତ୍ସାହର ସହକାରେ ଚାହିଁ ବସିଛନ୍ତି। 

ରଜନୀକାନ୍ତ ସାଉଥ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତା । ତାଙ୍କ ଅଭିନୟର ଯାଦୁ କେବଳ ସାଉଥ ଇଣ୍ତଷ୍ଟ୍ରିରେ ସୀମିତ ନାହିଁ। ବଲିଉଡ୍ ରେ ମଧ୍ୟ ତାଙ୍କର ଅଭିନୟର ଜଲଓ୍ବା ଦେଖିଛନ୍ତି ଦର୍ଶକ।  ୨୦୦୦ ମସିହାରେ ରଜନୀକାନ୍ତଙ୍କୁ ପଦ୍ମ ଭୂଷଣ ଏବଂ ୨୦୧୬ ରେ ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି ସରକାର । ଏବଂ ଭାରତୀୟ ସିନେମାରେ ଉତ୍କର୍ଷତା ପାଇଁ ଶେୱେଲିୟର ଶିବାଜୀ ଗଣେଶ ପୁରସ୍କାର ମଧ୍ୟ ପାଇଛନ୍ତି ।  ସେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ -ଅଫ୍ -ଇଣ୍ଡିଆ ୨୦୧୯ ର ୫୦ ତମ ସଂସ୍କରଣରେ ତାଙ୍କୁ ଆଇକନ୍ ଅଫ୍ ଗ୍ଲୋବାଲ୍ ଜୟନ୍ତୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Read More
{}{}