Home >>Odisha Entertainment

Sidhu Moose Wala: ଦ୍ବିତୀୟ ସନ୍ତାନ ପାଇଁ ପୁଣି ବିବାଦରେ ସିଦ୍ଧୁ ମୁସେୱାଲାଙ୍କ ବାପା

Sidhu Moose Wala Father Video: ପୁଣି ଚର୍ଚ୍ଚାରେ ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ(Sidhu Moose Wala ) ପରିବାର। ନିକଟରେ ସିଦ୍ଧୁଙ୍କ ମାଆ (IVF)ମାଧ୍ୟମରେ ନିଜର ଦ୍ବୀତିୟ ସନ୍ତାନକୁ ସ୍ବାଗତ କରିଛନ୍ତି । ଯାହାକୁ ନେଇ ପୂରା ପରିବାର ମଧ୍ୟରେ ବେଶ୍ ଖୁସିର ମାହୋଲ ଖେଳି ଯାଇଥିଲା। ହେଲେ ପଞ୍ଜାବ ସରକାର ତାଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି  ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର ସିଂ। 

Advertisement
ସୌଜନ୍ୟ-ସୋସିଆଲ ମିଡି଼ଆ
ସୌଜନ୍ୟ-ସୋସିଆଲ ମିଡି଼ଆ
Zee Odisha Desk|Updated: Mar 20, 2024, 01:38 PM IST
Share

Sidhu Moose Wala Father Video: ପୁଣି ଚର୍ଚ୍ଚାରେ ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ(Sidhu Moose Wala ) ପରିବାର। ନିକଟରେ ସିଦ୍ଧୁଙ୍କ ମାଆ (IVF)ମାଧ୍ୟମରେ ନିଜର ଦ୍ବୀତିୟ ସନ୍ତାନକୁ ସ୍ବାଗତ କରିଛନ୍ତି । ଯାହାକୁ ନେଇ ପୂରା ପରିବାର ମଧ୍ୟରେ ବେଶ୍ ଖୁସିର ମାହୋଲ ଖେଳି ଯାଇଥିଲା। ହେଲେ ପଞ୍ଜାବ ସରକାର ତାଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି  ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର ସିଂ। ସେ ଅଭିଯୋଗ ଆଣିଛନ୍ତି ଯେ, ପଞ୍ଜାବ ସରକାର ତାଙ୍କ ଦ୍ବୀତିୟ ଶିଶୁର ପ୍ରମାଣପତ୍ର ମାଗୁଛନ୍ତି । 

 

ALSO READ: Rajyog 2024: ତିନି ରାଶିଙ୍କ ଭାଗ୍ୟ ବଦଳଇବ ସୂର୍ଯ୍ୟ-ବୃହସ୍ପତିଙ୍କ ମିଳନ, ହେବ ଧନର ବର୍ଷା!

ଏନେଇ ସେ ଏକ ଭିଡି଼ଓ ଜାରି କରିଛନ୍ତି,  ଭିଡିଓରେ ସେ କହିଛନ୍ତି ଯେ, ଭଗବାନଙ୍କ କୃପାରୁ ଆମେ ଶୁଭଦୀପଙ୍କୁ ଫେରି ପାଇଛୁ। କିନ୍ତୁ ପଞ୍ଜାବ ସରକାର ମୋତେ ହଇରାଣ କରି ପିଲାଟିର ପ୍ରମାଣପତ୍ର ଦେବାକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ପିଲାଟି ଆଇନଗତ ବୋଲି ପଚାରିହା ସହ ଏହାର ପ୍ରମାଣପତ୍ର ଦେବାକୁ ମୋତେ ବାଧ୍ୟ କରୁଛନ୍ତି।  ମୁଁ ସରକାରଙ୍କୁ, ବିଶେଷକରି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ପିଲାଟିର ସମସ୍ତ ଚିକିତ୍ସା ଶେଷ ହେବା ଯାଏଁ ଅପେକ୍ଷା କରନ୍ତୁ। ମୁଁ ଏଠାରେ ହିଁ ରହୁଛି ଏବଂ ଚିକିତ୍ସା ପରେ ଯେଉଁଠିକୁ ଆପଣମାନେ ମୋତେ ପଚରାଉଚରା କରିବା ପାଇଁ ଡାକିବେ, ମୁଁ ଆସିବି ।''

ସୂଚନା ଯୋଗ୍ୟ,   ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ  (Sidhu Moose Wala) ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲେ। ସିଦ୍ଧୁଙ୍କ ବିୟୋଗ ପରେ ତାଙ୍କ ପିତାମାତାଙ୍କର ଆଉ କେହି ଉତ୍ତରାଧିକାରୀ ନଥିଲେ । ଏଭଳି ପରିସ୍ଥିତିରେ ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଆଇଭିଏଫ୍ ଟେକ୍ନୋଲୋଜି ମାଧ୍ୟମରେ ଗର୍ଭଧାରଣ କରିବାକୁ ତାଙ୍କ ପିତା ମାତା ନିଷ୍ପତ୍ତି ନେଇଥିଲେ। ଏବଂ ଚଳିତ ମାସ ୧୬ ତାରିଖରେ ୫୮ ବର୍ଷରେ ମୁସେୱାଲାଙ୍କ ମା’ ଚରଣ କୌର (Charan Kaur) ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । 

Read More
{}{}