Home >>Odisha Entertainment

Stree 2 Box Office Collection Day 14: ଫ୍ୟାନ୍ସଙ୍କ ହୃଦୟ ଜିତୁଛି 'ସ୍ତ୍ରୀ-୨', ଭାଙ୍ଗିଲା ବାହୁବଳୀ ରେକର୍ଡ

Stree 2 Box Office Collection Day 14: ରାଜକୁମାର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ସ୍ତ୍ରୀ-୨ ପ୍ରଥମ ଦିନରୁ ହିଁ ଫ୍ୟାନ୍ସଙ୍କ ହୃଦୟ ଜିତିଛି। ରିଲିଜ୍ ହେବାର ୧୪ ଦିନ ପରେ ବି ଫିଲ୍ମର କ୍ରେଜ୍ ବେଶ୍ ଅଧିକ ରହିଛି।  ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। 

Advertisement
Stree 2 Box Office Collection Day 14: ଫ୍ୟାନ୍ସଙ୍କ ହୃଦୟ ଜିତୁଛି 'ସ୍ତ୍ରୀ-୨', ଭାଙ୍ଗିଲା ବାହୁବଳୀ ରେକର୍ଡ
Narmada Behera|Updated: Aug 29, 2024, 01:25 PM IST
Share

Stree 2 Box Office Collection Day 14: ରାଜକୁମାର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ସ୍ତ୍ରୀ-୨ ପ୍ରଥମ ଦିନରୁ ହିଁ ଫ୍ୟାନ୍ସଙ୍କ ହୃଦୟ ଜିତିଛି। ରିଲିଜ୍ ହେବାର ୧୪ ଦିନ ପରେ ବି ଫିଲ୍ମର କ୍ରେଜ୍ ବେଶ୍ ଅଧିକ ରହିଛି।  ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଏହି ଫିଲ୍ମଟି ରିଲିଜ୍ ହେବାର ପ୍ରଥମ ସପ୍ତାହରେ ୨୦୨୪  ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଥିବାବେଳେ ୧୩ ତମ ଦିନରେ ଏହି ଫିଲ୍ମଟି ଭାରତୀୟ ସିନେମାର ଶ୍ରେଷ୍ଠ ୧୦ଟି ଅଧିକ ରୋଜକାର କରିଥିବା ଫିଲ୍ମ ତାଲିକାରେ ମଧ୍ୟ ପହଞ୍ଚିଛି। ତେବେ, ଆସନ୍ତୁ ଜାଣିବା ରିଲିଜ୍ ହେବାର ୧୪ ଦିନରେ ଫିଲ୍ମଟି କେତେ କୋଟିର ଆୟ କରିଛି। 

ALSO READ: Shani Gochar 2024: ଶନିଦେବ କରିବେ ନକ୍ଷେତ୍ର ପରିବର୍ତ୍ତନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ !

ALSO READ: Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଆଉ ନାହାଁନ୍ତି ଏହି ବରିଷ୍ଠ ଅଭିନେତ୍ରୀ

୧୪ ଦିନରେ  ସ୍ତ୍ରୀ-୨ କଲା ଏତିକି କୋଟିର ରୋଜଗାର:

ଫିଲ୍ମ ସ୍ତ୍ରୀ-୨ ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ଦମଦାର ରୋଜଗାର କରିଥିଲା। ଫିଲ୍ମଟି ପ୍ରଥମ ସପ୍ତାହରେ .୨.୯୧ କୋଟି ରୋଜଗାର କରିଥିବା ବେଳେ ଦ୍ବୀତିୟ ସପ୍ତାହର ଦ୍ବୀତିୟ ଶୁକ୍ରବାରରେ ୧୭.୫ କୋଟି ବ୍ୟବସାୟ କରିଥିଲା। ଦ୍ବୀତିୟ ଶନିବାରରେ ଏହାଲ ୩୩ କୋଟି ରୋଜଗାର୍ କରିଥିଲା। ଦ୍ବୀତିୟ ରବିବାର ଫିଲ୍ମଟି ୪୨.୪ କୋଟି ଇନକମ୍ କରିଥିବା ବେଳେ ଦ୍ବୀତିୟ ସୋମବାର ୧୮.୫ କୋଟି,ଦ୍ବୀତିୟ ମଙ୍ଗଳବାର ୧୧.୭୫ କୋଟି ବ୍ୟବସାୟ କରିବାରେ ସଫଳ ହୋଇଥିଲା। ସାକନିକ୍  (Sacnilk) ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଫିଲ୍ମଟି ରିଲିଜ୍ ହେବାର ୧୪ ଦିନରେ ୯.୨୫ କୋଟି ରୋଜଗାର୍ କରିସାରିଛି। ତେବେ ମୋଟ ୧୪ ଦିନରେ ଦେଶରେ ଫିଲ୍ମଟି ୪୨୪.୦୫ କୋଟି ଓ ବିଶ୍ବରେ ୯୮.୭୫ କୋଟି ରୋଜଗାର କରିଛି। 

ସ୍ତ୍ରୀ-୨ ବାହୁବଳୀର ରେକର୍ଡ଼ ଭାଙ୍ଗିଛି: 
ତେବେ, ଆମେ ଏଛାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୦୧୫ରେ ରିଲିଜ ହୋଥିବା 'ବାହୁବଳୀ' ର ରେକର୍ଡକୁ 'ସ୍ତ୍ରୀ ୨' ଫିଲ୍ମ ଭାଙ୍ଗିଛି। ବାହୁବଳୀର ଭାରତରେ ଲାଇଫଟାଇମ କଲେକ୍ସନ ୪୨୧ କୋଟି ଟଙ୍କା ଥିଲା। କିନ୍ତୁ, 'ସ୍ତ୍ରୀ୨' ର ଘରୋଇ ବଜାରରେ ୫୦୦ କୋଟି ଟଙ୍କା ପାର କରିଛି।  ଏହାସହ 'ସ୍ତ୍ରୀ-୨' ଇଣ୍ଡିଆନ ସିନେମାର ସବୁଠାରୁ ଅଧିକ ରୋଜଗାର କରୁଥିବା ଟପ ୧୦ ଫିଲ୍ମର ଲିଷ୍ଟରେ ୯ମ ସ୍ଥାନ ଅଧିକାର କରିଛି। ତେବେ 'ସ୍ତ୍ରୀ-୨'ର ନିର୍ଦ୍ଦେଶକ ଅମର କୌଶିକ୍ ରହିଛନ୍ତି । ଏହି ଫିଲ୍ମର ପାର୍ଟ-୧ ୨୦୧୮ରେ ରିଲିଜ୍ ହୋଇଥିଲା। ଯେଉଁଥିରେ ,ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତୀତ (Aparshakti Khurana) ଅପରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ ଏବଂ ଅଭିଷେକ ବାନାର୍ଜୀଙ୍କୁ ଦେଖିବାକୁ ମିଳିଥିଲା। 

 

 

Read More
{}{}