Hindi News >>Home >>Odisha Entertainment

Yami Gautam: ମାଆ ହେଲେ ୟାମି ଗୌତମ, ଜାଣନ୍ତୁ ପୁଅ ହେଲା ନା ଝିଅ

Yami Gautam: ବଲିଉଡ ଅଭିନେତ୍ରୀ ତଥା ମଡେଲ ୟାମି ଗୌତମ ନିଜ ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଇଛନ୍ତି। ୟାମି ଗୌତମ ମାଆ ହୋଇଛନ୍ତି। ୟମିଙ୍କ ଘରକୁ ଆସିଛି କୁନି ଅତିଥି। ଏ-ନେଇ ୟାମି ଗୌତମ ଇନଷ୍ଟାଗ୍ରାମରେ ଏହି ଖବର ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି।  

Advertisement
Yami Gautam: ମାଆ ହେଲେ ୟାମି ଗୌତମ, ଜାଣନ୍ତୁ ପୁଅ ହେଲା ନା ଝିଅ
Narmada Behera|Updated: May 20, 2024, 03:53 PM IST
Share

Yami Gautam: ବଲିଉଡ ଅଭିନେତ୍ରୀ ତଥା ମଡେଲ ୟାମି ଗୌତମ ନିଜ ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଇଛନ୍ତି। ୟାମି ଗୌତମ ମାଆ ହୋଇଛନ୍ତି। ୟମିଙ୍କ ଘରକୁ ଆସିଛି କୁନି ଅତିଥି। ୟାମି ଗୌତମ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ପୁଅ ଅକ୍ଷୟ ତୃତୀୟାରେ ଜନ୍ମଗ୍ରହଣ କରିଥିଲେ ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏ-ନେଇ ୟାମି ଗୌତମ ଇନଷ୍ଟାଗ୍ରାମରେ ଏହି ଖବର ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି।  ଇନଷ୍ଟାରେ ସେୟାର କରିଥିବା ଏହି ପୋଷ୍ଟରେ ସେ ପୁଅର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି। ଏବଂ ତାଙ୍କ ପୁଅର ନାମ 'ବେଦାବିଦ୍' ରଖିଛନ୍ତି।  ଏହା ଏକ ସଂସ୍କୃତ ନାମ ବୋଲି କୁହାଯାଉଛି।  ବେଦ ଏବଂ ବିଦ କୁ ନେଇ ଏ ନାଁ ଗଠିତ ହୋଇଛି । ବେଦାବିଦ୍ ମଧ୍ୟ ଭଗବାନ୍ ବି ବିଷ୍ଣୁଙ୍କ ନାମ ।

ALSO READ: Shani Jayanti 2024: ଶନି ଜୟନ୍ତୀରେ ପଞ୍ଚଗ୍ରାହୀ ଯୋଗ, ଏହି ସବୁ ରାଶିଙ୍କ ଖୋଲିବ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ହେବ ଧନ ବର୍ଷା!

 

ସୂଚନାଯୋଗ୍ୟ,  ୟାମି ଏବଂ ତାଙ୍କ ସ୍ବାମୀ ଆଦିତ୍ୟ ଉରି: ଦି ସର୍ଜିକାଲ ଷ୍ଟ୍ରାଇକ ଫିଲ୍ମରେ ଏକାଠି କାମ କରିଥିଲେ। ସେଠାରେ ପରସ୍ପରକୁ ଭଲ ପାଇବସିଥିଲେ। ଗତ କିଛି ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ।  ୟାମି ଜଣେ ଅଭିନେତ୍ରୀ ହୋଇଥିବା ବେଳେ ଆଦିତ୍ୟ ପେଶାରେ ଜଣେ ନିର୍ଦ୍ଦେଶକ।  ସେମାନେ ୪ ଜୁନ ୨୦୨୧ରେ ବିବାହ କରିଥିଲେ। ତାଙ୍କ ବିବାହରେ ବହୁତ କମ୍ ଲୋକ ଯୋଗ ଦେଇଥିଲେ । ବର୍ତ୍ତମାନ ଉଭୟ ଏକ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି। ୟାମି ନିକଟରେ ଚଳଚ୍ଚିତ୍ର ଧାରା ୩୭୦ରେ ଦେଖିବାକୁ ମିଳିଥିଲା ​। ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ତାଙ୍କ ସ୍ୱାମୀ ଆଦିତ୍ୟ ଧର ମଧ୍ୟ ଲେଖିଛନ୍ତି।

Read More
{}{}