Home >>Odisha Entertainment

Yodha:'ଯୋଦ୍ଧା' ବକ୍ସ ଅଫିସ ରିପୋର୍ଟ; ଜାଣନ୍ତୁ ତୃତୀୟ ଦିନରେ ଆୟ କଲା କେତେ କୋଟି?

Yodha Box Office Collection Day 3: ଦିର୍ଘ ଦୁଇ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି ସିଦ୍ଧାର୍ଥ ମାଲହୋତ୍ରା (Sidharth Malhotra )। ଗତ ଶୁକ୍ରବାର ଦିନ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଯୋଦ୍ଧା’(Yodha) ରିଲିଜ୍ ହୋଇଛି । ପ୍ରଥମ ଦିନ ଏତେ କିଛି ଖାସ୍ କଲେକସନ୍ କରିପାରି ନ ଥିଲା ଫିଲ୍ମଟି। ପ୍ରଥମ ଦିନରେ ମାତ୍ର ୪.୧ କୋଟି ରୋଜଗାର କରିଥିବା ବେଳେ‘ଯୋଦ୍ଧା’ ଦ୍ବିତୀୟ ଦିନରେ ୫.୭୫ କୋଟି ଟଙ୍କାର ଆୟ କରିଛି । 

Advertisement
Yodha:'ଯୋଦ୍ଧା' ବକ୍ସ ଅଫିସ ରିପୋର୍ଟ; ଜାଣନ୍ତୁ ତୃତୀୟ ଦିନରେ ଆୟ କଲା କେତେ କୋଟି?
Zee Odisha Desk|Updated: Mar 18, 2024, 12:36 PM IST
Share

Yodha Box Office Collection Day 3: ଦିର୍ଘ ଦୁଇ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି ସିଦ୍ଧାର୍ଥ ମାଲହୋତ୍ରା (Sidharth Malhotra )। ଗତ ଶୁକ୍ରବାର ଦିନ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଯୋଦ୍ଧା’(Yodha) ରିଲିଜ୍ ହୋଇଛି । ପ୍ରଥମ ଦିନ ଏତେ କିଛି ଖାସ୍ କଲେକସନ୍ କରିପାରି ନ ଥିଲା ଫିଲ୍ମଟି। ପ୍ରଥମ ଦିନରେ ମାତ୍ର ୪.୧ କୋଟି ରୋଜଗାର କରିଥିବା ବେଳେ‘ଯୋଦ୍ଧା’ ଦ୍ବିତୀୟ ଦିନରେ ୫.୭୫ କୋଟି ଟଙ୍କାର ଆୟ କରିଛି । 

ALSO READ: Gold Price Today: ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍, ଜାଣନ୍ତୁ ଓଡି଼ଶାରେ ଭରି ପିଛା କେତେ ରହିଛି ଦର?

ALSO READ: Petrol-Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ରାଜଧାନୀରେ ଖସିଲା ପେଟ୍ରୋଲ-ଡିଜେଲ ଦର

ତେବେ, ତୃତୀୟ ଦିନର କଲେକସନ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ସାକ୍ନନିକ୍  ରିପୋର୍ଟ(Sacknilk's report)ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ‘ଯୋଦ୍ଧା’ତୃତୀୟ ଦିନରେ ଅର୍ଥାତ୍ ରିଲିଜ୍ ହେବାର ପ୍ରଥମ ରବିବାରରେ ୭ କୋଟି ଟଙ୍କା ସଂଗ୍ରହ କରିଛି। ଛୁଟି ଦିନ ଥିବାରୁ ଫିଲ୍ମଟି ଭଲ ଆୟ କରିଛି । ଆଗକୁ ମଧ୍ୟ ଫିଲ୍ମଟି ଆହୁରି ଭଲ କଲେକସନ୍ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି।ଏହା ସହିତ ତିନି ଦିନ ମଧ୍ୟରେ ‘ଯୋଦ୍ଧା’ର ମୋଟ ଆୟ ବର୍ତ୍ତମାନ ୧୬.୮୫ କୋଟି ଟଙ୍କାରେ ପହଞ୍ଚିଛି। 

ସୂଚନାଯୋଗ୍ୟ, ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମାଲହୋତ୍ରା, ରୋନିତ୍‌ ରାୟ, ସନି ହିନ୍ଦୁଜା, ରାଶି ଖନ୍ନା ଓ ଦିଶା ପଟାନୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।  ଯଦି ଆମେ ଏହି ଫିଲ୍ମ ବିଷୟରେ କଥା ହେବା , ତେବେ ଏହି ଫିଲ୍ମର କାହାଣୀଟି ଜଣେ ଯୋଦ୍ଧାଙ୍କ ଉପରେ ପର୍ଯ୍ୟବେଷିତ ହୋଇଛି। ଯିଏ ବିମାନକୁ ହାଇଜାକ୍ କରିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢେଇ କରି ସମସ୍ତ ଯାତ୍ରୀଙ୍କୁ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସୁରକ୍ଷିତ ଭାବେ ଉଦ୍ଧାର କରୁଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଯୋଦ୍ଧା ସେନା ଭୂମିକାରେ ସିଦ୍ଧାର୍ଥ ନଜର ଆସିଛନ୍ତି।  ‘ଯୋଦ୍ଧା’ ଫିଲ୍ମର ନିର୍ଦ୍ଦେଶକ ପୁସ୍କର ଓଝା ଓ ସାଗର ଆମ୍ରେ ରହିଛନ୍ତି । ଏହାର ନିର୍ମାତା ହିରୋ ୟଶ୍ ଜୋହର, କରନ୍ ଜୋହର, ଅପୁର୍ବ ମେହେଟ୍ଟା ଓ ଶଶାଙ୍କ କେତନ୍ ରହିଛନ୍ତି।  ସିଦ୍ଧାର୍ଥ ମାଲହୋତ୍ରାଙ୍କ ଶେଷ ଫିଲ୍ମ ଥିଲା‘ଥ୍ୟାଙ୍କ୍‌ ଗଡ୍‌’। ଯାହା ବକ୍ସ ଅଫିସରେ ମାଡ ପୂରା ଫ୍ଲପ୍ ହୋଇଥିଲା।

Read More
{}{}