Hindi News >>Home >>Odisha Entertainment

Fighter: ଫ୍ୟାନ୍ସଙ୍କ ହୋସ୍ ଉଡ଼ାଉଛି ହ୍ରିତିକ-ଦୀପିକାଙ୍କ ସିଜଲିଂ କେମେଷ୍ଟ୍ରି, ୪ର୍ଥ ଦିନରେ ଆୟ କଲାଣି ଏତେ କୋଟି

Fighter Box Office Collection Day 4: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫାଇଟର' (Fighter) ଜାନୁଆରୀ ୨୫ରେ ରିଲିଜ୍ ହୋଇଛି । ସାଧାରାଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଫିଲ୍ମଟି ପରଦାକୁ ଆସିଥିଲେ ବି ପ୍ରଥମ ଦିନ ଏତେ ଖାସ୍ କଲେକସନ୍ କରି ପାରି ନଥିଲା। 

Advertisement
Fighter: ଫ୍ୟାନ୍ସଙ୍କ ହୋସ୍ ଉଡ଼ାଉଛି ହ୍ରିତିକ-ଦୀପିକାଙ୍କ ସିଜଲିଂ କେମେଷ୍ଟ୍ରି, ୪ର୍ଥ ଦିନରେ ଆୟ କଲାଣି ଏତେ କୋଟି
Zee Odisha Desk|Updated: Jan 29, 2024, 11:43 AM IST
Share

Fighter Box Office Collection Day 4: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫାଇଟର' (Fighter) ଜାନୁଆରୀ ୨୫ରେ ରିଲିଜ୍ ହୋଇଛି । ସାଧାରାଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଫିଲ୍ମଟି ପରଦାକୁ ଆସିଥିଲେ ବି ପ୍ରଥମ ଦିନ ଏତେ ଖାସ୍ କଲେକସନ୍ କରି ପାରି ନଥିଲା। କିନ୍ତୁ ଦ୍ବିତୀୟ ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା ।  ହ୍ରିତିକ ରୋଶନ(Hrithik Roshan), ଦୀପିକା ପାଦୁକୋନ ଓ ଅନୀଲ କପୁରଙ୍କ ଅଭିନୀତ ଏହି ସିନେମା ଏବେ ଧିରେ ଧିରେ ଦର୍ଶକଙ୍କ ପସନ୍ଦ ଆସିବାରେ ଲାଗିଛି। କିନ୍ତୁ ଗତକାଲି ଛୁଟି ଦିନ ଥିବାରୁ ଫିଲ୍ମଟି ଭଲ ବ୍ୟବସାୟ କରିଛି । ତେବେ, ଆସନ୍ତୁ ଜାଣିବା ଫିଲ୍ମଟି ରିଲିଜ୍ ହେବାର ଚତୁର୍ଥ ଦିନରେ(ରବିବାର) କେତେ କଲେକସନ୍ (Fighter Box Office Collection Day 4) କରିଛି। 

 

ଯଦି ଆମେ ଫିଲ୍ମଟିର କଲେକସନ୍ ଉପରେ ନଜର ପକାଇବା, ତେବେ ଫିଲ୍ମଟି ପ୍ରଥମ ଦିନରେ ଅର୍ଥାତ୍ ରିଲିଜ୍ ହେବା ଦିନ ୨୨.୫ କୋଟି କଲେକସନ୍ କରିଥିବା ବେଳେ ଦ୍ବୀତିୟ ଦିନରେ ୩୯.୫ କୋଟି, ତୃତୀୟ ଦିନରେ ୨୭.୫ କୋଟି ବ୍ୟବସାୟ କରିଛି । ଏବଂ ଚତୁର୍ଥ ଦିନ(ରବିବାର) ୨୮.୫ କୋଟି ଟଙ୍କା ରୋଜଗାର କରିଛି। ଏବଂ ଫିଲ୍ମଟି ସାରା ବିଶ୍ୱରେ ପ୍ରଥମ ଦିନରେ ୩୬.୦୪ କୋଟି, ଦ୍ୱିତୀୟ ଦିନରେ ୬୪.୫୭ କୋଟି ଏବଂ ତୃତୀୟ ଦିନରେ ୫୬.୧୯ କୋଟି  ବ୍ୟବସାୟ କରିବାରେ ସଫଳ ହୋଇଛି। ଏହା ସହିତ ସାରା ବିଶ୍ବରେ ଫିଲ୍ମଟି ୧୫୬.୮୦ କୋଟି ଟଙ୍କା କଲେକସନ୍ କରିପାରିଛି। ଏବଂ ଚତୁର୍ଥ ଦିନରେ ଫିଲ୍ମଟି ପ୍ରାୟ ୨୦୦ କୋଟି ଟଙ୍କାର ବ୍ୟବସାୟ କରିଛି।

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଏହି ଏରିୟଲ ଆକ୍ସନ ଫିଲ୍ମର କାହାଣୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ ଉପରେ ଆଧାରିତ ।  ତେବେ, ଏହି ଫିଲ୍ମରେ ପ୍ରଥମ ଥର ଦୀପିକା ପାଦୁକୋନ୍ ଅନୀଲ କପୁରଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ହ୍ରିତିକ। ଫିଲ୍ମଟି ୨୫୦ କୋଟି ବଜେଟର ଏହି ଫିଲ୍ମଟି ତିଆରି ହୋଇଛି। ଦୀପିକା ପାଦୁକୋନ୍, ଅନୀଲ କପୁର,ହ୍ରିତିକଙ୍କ ବ୍ୟତିତ ଏହି ଫିଲ୍ମରେ କରଣ ସିଂ ଗ୍ରୋଭର ଏବଂ, ଅକ୍ଷୟ ଅବରୋଏ ନଜର ଆସିଛନ୍ତି । 

 

Read More
{}{}