Home >>Odisha Entertainment

Utkarsh Sharma: ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା

Utkarsh Sharma: ବାପା ମା ଙ୍କ କର୍ତ୍ତବ୍ୟ ହେଉଛି ପିଲାମାନଙ୍କୁ ପାଳିବା ଓ ପରିଣତ ବୟସରେ ପିଲାମାନଙ୍କର ମଧ୍ୟ ଅନୁରୂପ ଧର୍ମ ହେଉଛି ପିତା ମାତାଙ୍କ ପ୍ରତି କର୍ତ୍ତବ୍ୟ କରିବା। ଯାହା ଏହି ବନବାସ୍ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ଅଭିନେତା ଉତ୍କର୍ଷ। ସେପଟେ ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିଥିବା ବେଳେ ପୁର୍ନବାର ଆଉଥରେ ଶ୍ରୀମନ୍ଦିର ଆସିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଉତ୍କର୍ଷ। 

Advertisement
Utkarsh Sharma: ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
Priyambada Rana|Updated: Nov 20, 2024, 01:14 PM IST
Share
Utkarsh Sharma: ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଲେ ଉତ୍କର୍ଷ। ଗଦର୍ 2 ପରେ ଆଗାମୀ ଚଳଚ୍ଚିତ୍ର ବନବାସ୍ ଚଳଚ୍ଚିତ୍ରର ସଫଳତାକୁ ନେଇ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କଲେ ଉତ୍କର୍ଷ। ଆଗାମୀ ଚଳଚ୍ଚିତ୍ର ବନବାସ୍ ର ସୁଟିଂ କାଶିବିଶ୍ୱନାଥରୁ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରମୋଶନର ଆରମ୍ଭ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦରୁ ହେଉଥିବା କହିଛନ୍ତି ଚଳଚ୍ଚିତ୍ରର ଅଭିନେତା ଉତ୍କର୍ଷ। ଚଳଚ୍ଚିତ୍ର ବନବାସ୍ ର ଥିମ୍ ହେଉଛି ପରିବାର ଆଧାରକୁ ନେଇ। ପ୍ରତିଟି ପରିବାରରେ ରହୁଥିବା ବୃଦ୍ଧବୃଦ୍ଧାଙ୍କୁ ନିଜ ଲୋକମାନେ ବାହାରକୁ ଛାଡିଦିଅନ୍ତି ତଥା ବନବାସ୍ କୁ ପଠେଇ ଦିଅନ୍ତି କିମ୍ବା କୌଣସି ପରିସ୍ଥିତିରେ ସେମାନେ ବନବାସ୍ ଚାଲିଯାଆନ୍ତି ବା ବାହାରକୁ ଚାଲିଯାଆନ୍ତି। ଯାହାକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ଆସନ୍ତା ଡିସେମ୍ବର 20 ତାରିଖରେ ଏହା ବଡ ପରଦାକୁ ଆସିବ।
 
 ତେବେ ବାପା ମା ଙ୍କ କର୍ତ୍ତବ୍ୟ ହେଉଛି ପିଲାମାନଙ୍କୁ ପାଳିବା ଓ ପରିଣତ ବୟସରେ ପିଲାମାନଙ୍କର ମଧ୍ୟ ଅନୁରୂପ ଧର୍ମ ହେଉଛି ପିତା ମାତାଙ୍କ ପ୍ରତି କର୍ତ୍ତବ୍ୟ କରିବା। ଯାହା ଏହି ବନବାସ୍ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ଅଭିନେତା ଉତ୍କର୍ଷ। ସେପଟେ ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିଥିବା ବେଳେ ପୁର୍ନବାର ଆଉଥରେ ଶ୍ରୀମନ୍ଦିର ଆସିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଉତ୍କର୍ଷ। 
Read More
{}{}