Hindi News >>Home >>Odisha Entertainment

Entertainment News: ୨୨ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ପୁଣି ବଡ଼ ପରଦାରେ ଏକାଠି ନଜର ଆସିବେ ବାବୁରାଓ-ରାଜୁ -ଶ୍ୟାମ

Hera Pheri 3 Shooting Begins: ଦିର୍ଘ ୨୩ ବର୍ଷ ପରେ ପୁଣି ଦର୍ଶକ ଦେଖିବାକୁ ପାଇବେ ବାବୁରାଓ , ରାଜୁ ଓ ଶ୍ୟାମଙ୍କ କେମେଡ଼ି । ଏନେଇ ନିର୍ଦ୍ଦେଶକ ଫିଲ୍ମର ସୁଟିଂ ଆଜିଠାରୁ ଆରମ୍ଭ କରିଛନ୍ତି। ତେବେ,'ହେରାଫେରି-୩'(hera pheri 3 )କେବେ,ହଲକୁ ଆସିବ ସେନେଇ କୌଣସି ତାଜା ଅପଡେଟ ଆସି ନ ଥିବା ବେଳେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା କଥାଶୁଣି ବେଶ ଉତ୍ସାହିତ ଅଛନ୍ତି ଦର୍ଶକ। ଏବଂ ଫିଲ୍ମଟି କେବେ ପରଦାକୁ ଆସିବ ସେନେଇ ଚାତକ ପରି ଚାହିଁ ରହିଛନ୍ତି ଫ୍ୟାନ୍ସ ।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
ସୌଜନ୍ୟ- ସୋସିଆଲ ମିଡିଆ
Zee Odisha Desk|Updated: Feb 21, 2023, 05:19 PM IST
Share

Hera Pheri 3 Shooting Begins: ଦିର୍ଘ ୨୩ ବର୍ଷ ପରେ  ପୁଣି ଦର୍ଶକ ଦେଖିବାକୁ ପାଇବେ ବାବୁରାଓ , ରାଜୁ ଓ ଶ୍ୟାମଙ୍କ କେମେଡ଼ି । ଏନେଇ ନିର୍ଦ୍ଦେଶକ ଫିଲ୍ମର ସୁଟିଂ ଆଜିଠାରୁ ଆରମ୍ଭ କରିଛନ୍ତି।  ତେବେ,'ହେରାଫେରି-୩'(hera pheri 3 )କେବେ,ହଲକୁ ଆସିବ ସେନେଇ କୌଣସି ତାଜା ଅପଡେଟ ଆସି ନ ଥିବା ବେଳେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା କଥାଶୁଣି ବେଶ ଉତ୍ସାହିତ ଅଛନ୍ତି ଦର୍ଶକ। ଏବଂ ଫିଲ୍ମଟି କେବେ ପରଦାକୁ ଆସିବ ସେନେଇ ଚାତକ ପରି ଚାହିଁ ରହିଛନ୍ତି ଫ୍ୟାନ୍ସ । ଫିଲ୍ମର ଉଭୟ ଭାଗକୁ ଲୋକେ ବେଶ ଭଲପାଇବା ଦେଇଥିବା ବେଳେ ଏହି ଭାଗ (ହେରାଫେରି-୩)(hera pheri 3)କୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିବେ ବୋଲି ନିର୍ମାତା ଆଶା ରଖିଛନ୍ତି। ଗତ କିଛିଦିନ ତଳେ ଫିଲ୍ମର  (Entertainment News)ଷ୍ଟାରକାଷ୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଫିଲ୍ମରେ ଅକ୍ଷୟ କୁମାର ଅଭିନୟ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା।

କାର୍ତ୍ତିକ ଆର୍ଯ୍ୟାନଙ୍କୁ ଦେଖିବାକୁ ମିଳିବ ନାହିଁ : ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ(akshay kumar) ବଦଳରେ କାର୍ତ୍ତିକ ଆର୍ଯ୍ୟନଙ୍କୁ (kartik aaryan)ଏହି ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ରିପୋର୍ଟରେ ଦର୍ଶାଯାଇଛି ଯେ, କାର୍ତ୍ତିକଙ୍କ ନୁହେଁ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସୁନୀଲ ଶେଟ୍ଟୀ(suniel shetty)  ଏବଂ ପରେଶ ରାୱଲ(paresh rawal)ଙ୍କୁ ମଧ୍ୟ ଫିଲ୍ମର ଲିଡ୍ ରୋଲରେ ଦେଖିବାକୁ ମିଳିବ। ତେବେ, କିଛି ଦିନ ପୂର୍ବରୁ ଅକ୍ଷୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମନା କରିଥିଲେ। କିନ୍ତୁ ଫିଲ୍ମରେ  ତାଙ୍କୁ ରାଜୁ ଭୂମିକାରେ  ଏଥର ଦେଖିବାକୁ ମିଳିବ। 

Also Read : Crime News: ଲିଭିଙ୍ଗ ପାର୍ଟନରକୁ ଜିଅନ୍ତା ଜାଳିଦେଲା ପ୍ରେମିକ, ଆଉ ତା'ପରେ...

Also Read : Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...

ଏଥର ଫରହାଦ୍ ସମଜୀ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି : ଇ -ଟାଇମ୍ସର ରିପୋର୍ଟ ଅନୁଯାୟୀ,ଏହି ଚଳଚ୍ଚିତ୍ରଟି ଅନିଷ ବାଜମିଙ୍କ ଦ୍ୱାରା ନୁହେଁ ବରଂ ଫରହାଦ୍ ସମଜୀ ଫିଲ୍ମଟିକୁ ନିର୍ଦ୍ଦେଶନା ଦେଉଥିବା ସୂଚନା ମିଳିଛି । ଏଥି ସହିତ ମୁମ୍ବାଇର ଫିରୋଜ ନାଡିଆଡୱାଲାଙ୍କ ଏମ୍ପାୟାର ଷ୍ଟୁଡିଓ(Firoz Nadiadwala's Empire Studio in Mumbai) ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଯଦିଓ ମୁଖ୍ୟ ଅଭିନେତ୍ରୀଙ୍କ ନାମ ଏ-ପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।

ଅକ୍ଷୟ କୁମାରଙ୍କ ପାଇଁ ପରିବର୍ତ୍ତନ : ଖବର ଅନୁଯାୟୀ ଅକ୍ଷୟ କୁମାର (akshay kumar) ଏହି ଚଳଚ୍ଚିତ୍ରର କାହାଣୀକୁ (hera pheri 3 shooting begins) ଅଧିକ ପସନ୍ଦ କରୁନଥିଲେ,ଯେଉଁଥିପାଇଁ ସେ ଫିଲ୍ମରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଫିଲ୍ମର ନିର୍ମାତା ଅକ୍ଷୟ କୁମାରଙ୍କ ପାଇଁ ଫିଲ୍ମରେ ଅନେକ କିଛି ପରିବର୍ତ୍ତନ କରିଛନ୍ତି।

Also Read: Second Marriage: ବିଜେଡିର ଏହି ରାଜନେତା କରିବେ ଦ୍ୱିତୀୟ ବିବାହ, ଏହି ରାଜକୁମାରୀ ପାଲଟିବେ...
 

Read More
{}{}