Home >>Odisha Entertainment

Entertainment News: 'ସାବରମତୀ ରିପୋର୍ଟ' ଟିକସମୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହିନ୍ଦୀ ସିନେମା ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଓ ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବ

Advertisement
Entertainment News: 'ସାବରମତୀ ରିପୋର୍ଟ' ଟିକସମୁକ୍ତ
Zee Odisha Desk|Updated: Nov 28, 2024, 11:01 PM IST
Share

Entertainment News: ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହିନ୍ଦୀ ସିନେମା ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଓ ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ସିନେମାକୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ।

 

ଆଜି ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, “ସତ୍ୟଘଟଣା ଉପରେ ଆଧାରିତ ହିନ୍ଦି ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ ଯାହାକି ୨୦୦୨ ଫେବୃଆରୀ ୨୭ତାରିଖର ଗୋଧ୍ରା ରେଳପୋଡ଼ି ଘଟଣା ଉପରେ ପର୍ଯ୍ୟବେସିତ। ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଛି। ଏହି ଚଳଚ୍ଚିତତ୍ରର ଗୁଣାତ୍ମକ ତଥା ଭାବାତ୍ମକ କାହାଣୀ ଦୃଷ୍ଟିରୁ ଚଳଚ୍ଚିତ୍ରଟିକୁ ଅଧିକ ଲୋକ ଦେଖିବା ଆବଶ୍ୟକ। ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଏହି ଚଳଚ୍ଚିତ୍ରଟିକୁ ଓଡ଼ିଶାରେ କରମୁକ୍ତ କରାଗଲା।”

Read More
{}{}