Hindi News >>Home >>Odisha Entertainment

ରାନି ପ୍ରିୟଦର୍ଶିନୀଙ୍କୁ ବୟସ ହେଲାଣି, ଏବେ ଅବସର ନେଇ ଭତ୍ତା ପାଆନ୍ତୁ - ନିଶା ମହାରଣା

ଯେବେଠୁ ଖଣ୍ଡଗିରିରେ ଠେଙ୍ଗା ପାହାର କଥା ଉଠିଛି ସେବେଠୁ ହିଁ ଏହି ୪ ଜଣ ଆଇଟମ୍ ଡ୍ୟାନ୍ସର ଖବରରେ ରହିଛନ୍ତି। ଆଉ ଏଥରକ ମଧ୍ୟ ନିଶା ଏମିତି କିଛି ମନ୍ତବ୍ୟ ରଖିଛନ୍ତି ରାନି ପ୍ରିୟଦର୍ଶିନୀଙ୍କୁ ନେଇ, ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। 

Advertisement
ରାନି ପ୍ରିୟଦର୍ଶିନୀଙ୍କୁ ବୟସ ହେଲାଣି, ଏବେ ଅବସର ନେଇ ଭତ୍ତା ପାଆନ୍ତୁ - ନିଶା ମହାରଣା
Soubhagya Ranjan Mishra|Updated: Feb 07, 2025, 06:44 PM IST
Share

Jollywood News: ଆଇଟମ୍ ଡ୍ୟାନ୍ସର ରାଣୀ ହୁଅନ୍ତୁ କି ରାନି, ଉଭୟ ହେଉଛନ୍ତି ନିଶା ଆଉ ସାହୁ ଭାଉଜଙ୍କର ବଡ଼ ଶତ୍ରୁ। ଯେତେବେଳେ ଦେଖିବେ ନାଁ ନେଲା ମାନେ ଯେମିତି ଏମାନଙ୍କର ନାହି ଡିଏଁ। ଏଇ ଦେଖୁ ନାହାଁନ୍ତି ନିକଟରେ ନିଶା ମହାରଣା ରାଣୀ ଆଉ ରାନି ଉଭୟଙ୍କୁ କଡ଼ା ଟାର୍ଗେଟ କରି ବର୍ଷିଛନ୍ତି। ଉଭୟଙ୍କ ଉପରେ ତାଙ୍କର ଏତେ ରାଗ କାହିଁକି ଏକଥା ତ କେବଳ ସେ ହିଁ କହି ପାରିବେ। ପାଠକବନ୍ଧୁ ଯେବେଠୁ ଖଣ୍ଡଗିରିରେ ଠେଙ୍ଗା ପାହାର କଥା ଉଠିଛି ସେବେଠୁ ହିଁ ଏହି ୪ ଜଣ ଆଇଟମ୍ ଡ୍ୟାନ୍ସର ଖବରରେ ରହିଛନ୍ତି। ଆଉ ଏଥରକ ମଧ୍ୟ ନିଶା ଏମିତି କିଛି ମନ୍ତବ୍ୟ ରଖିଛନ୍ତି ରାନି ପ୍ରିୟଦର୍ଶିନୀଙ୍କୁ ନେଇ, ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। 

ନିଶା ରାନି ପ୍ରିୟଦର୍ଶିନୀଙ୍କ ବିଷୟରେ କହିଛନ୍ତି, ତାଙ୍କର ବୟସ ହୋଇଗଲାଣି। ଏବେ ତାଙ୍କୁ ୪୦ ଟପିଲାଣି, ତେଣୁ ସରକାର ତାଙ୍କ ପାଇଁ ଭତା ବ୍ୟବସ୍ଥା କରିଦେବା ଉଚିତ। ଏମିତି କି ସେ ତାଙ୍କୁ ନିଜ ସମସ୍କନ୍ଧ ଭାବରେ ମଧ୍ୟ ଗଣୁ ନାହାଁନ୍ତି ବୋଲି କହିଛନ୍ତି। ଏହା ସହିତ ରାଣୀ ପଣ୍ଡାଙ୍କ ବିଷୟରେ ମଧ୍ୟ ଅନେକ କିଛି କଥା ଟାର୍ଗେଟ କରି କହିଛନ୍ତି। 

ଆପଣଙ୍କୁ କହି ରଖୁଛୁ କି ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ବନ୍ଦ ହେବା ପରେ ଏହି ତିନିଜଣ ଅନେକ କଥା ସାମ୍ନାକୁ ଆସି କହୁଥିବା ଲୋକମାନେ ଦେଖିବାକୁ ପାଉଛନ୍ତି। ଏଭଳି ମତ ପାଇଁ ସେମାନେ ଅନେକ ସମୟରେ ଟ୍ରୋଲର ମଧ୍ଯ ଶୀକାର ହେଉଛନ୍ତି। ତେବେ ଖଣ୍ଡଗିରି ମେଳା ଆରମ୍ଭ ହୋଇ ସାରିଛି। ଚଳିତ ବର୍ଷ ପ୍ରାୟ ୧୨ରୁ ଅଧିକ ଯାତ୍ରା ମଞ୍ଚ ଲୋକଙ୍କ ମନୋରଞ୍ଜନ କରୁଛି। ତେବେ ପୀୟୁଷ ଏଵଂ ରାଣୀ ପଣ୍ଡାଙ୍କ ବହିରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଏମିତିକି ତାଙ୍କର ସବୁ ଶୋ ହାଉସ୍ ଫୁଲ୍। 

କିଛି ବର୍ଷ ପୂର୍ବେ ଯେଉଁ ରାଣୀ ପଣ୍ଡା ବିବାଦୀୟ ଅଭିନେତ୍ରୀ ଭାବରେ ଗଣା ହେଉଥିଲେ, ଆଜି ସେ ନିଜର ମହାନତା ଏଵଂ ନିଖୁଣ ଅଭିନୟ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ଖାଲି ଏତିକି ନୁହେଁ, ତାଙ୍କ ଶୋ ଦେଖିବାକୁ ଆସୁଥିବା ଦର୍ଶକ ମାନଙ୍କ ପାଇଁ ସେ ନିଶୁଳ୍କ ଖାଈବା ବ୍ୟବସ୍ଥା ମଧ୍ୟ କରିଛନ୍ତି। ଯେଉଁଥି ପାଇଁ ସେ ଆଜି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଆଉ ଏସବୁ ବ୍ୟାନ୍ ହୋଇଥିବା ଆଇଟମ୍ ଡ୍ୟାନ୍ସଙ୍କ ଦେହରେ ନ ଯିବାରୁ ସେମାନେ ରାଣୀଙ୍କୁ ବଦନାମ କରୁଛନ୍ତି ବୋଲି ଲୋକେ କହୁଛନ୍ତି। ତେବେ ନାଟକ ଆରମ୍ଭ ହୋଇସାରିଥିବା ବେଳେ ଏହି ତିନି ଜଣଙ୍କୁ ସୁଯୋଗ ମିଳୁଛି ନା ନାହିଁ ତାହା ସମୟ କହିବ।

ଅନ୍ୟପଟେ ଚଳିଚ ବର୍ଷ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବିଏମସିର ମିଳିତ ସହଯୋଗରେ ଆୟୋଜିତ ହୋଇଛି କୁମ୍ଭମେଳା । ଭୁବନେଶ୍ବର ମେୟର ଓ ବିଏମସି କମିଶନରଙ୍କ ପକ୍ଷରୁ ଖଣ୍ଡଗିରି ମେଳାରେ ଚଳିତ ଥର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେଳାରେ ପ୍ରତି ୧୦୦ ମିଟରରେ ଜଣେ ଲେଖାଏଁ ସ୍ୱଚ୍ଛ କର୍ମୀ ନିୟୋଜିତ ଅଛନ୍ତି । ଅନ୍ୟପଟେ ମେଳା ବୁଲିବା ସଙ୍ଗେ ସଙ୍ଗେ ଚାରିପାଖର ପରିବେଶ କିପରି ସଫା ରହିବ ଏନେଇ ସଚେତନ ହେବାକୁ ଜନସାଧାରଣଙ୍କୁ ମଧ୍ୟ ଅପିଲ କରିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ । ସେପଟେ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ସହ ଆଲୋକୀକରଣ ଏବଂ ସ୍ଥାୟୀ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମୋଟ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ।

Also Read- Ind Vs Eng ODI: ବାରବାଟୀକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ, ଏହି ଜିନିଷ ଭିତରକୁ ମନା

Also Read- Weekly Lucky Zodiac Sign: ନୂଆ ସପ୍ତାହରେ ୫ ରାଶିକୁ ହଠାତ ମିଳିବ ଆର୍ଥିକ ଲାଭ

Read More
{}{}