Home >>Odisha Entertainment

ଅନୁଭବଙ୍କୁ ବିବାହ କରିବାକୁ ରାଜି ବୋଲି ମାନିଲେ ଜାଗ୍ରତି! ଅନୁଭବ କହିଲେ, ମୁଁ ଭଲ ସ୍ବାମୀ ହେବି...

ଅନୁଭବଙ୍କ ଜୀବନ କେତେ ସଂଘର୍ଷମୟ ସେ ସବୁକୁ ନିଜ ଲିଖନୀରେ ଆଙ୍କିଛନ୍ତି ଜାଗ୍ରତି। ଜାଗ୍ରତି ଲେଖିଛନ୍ତି ଅନୁଭବଙ୍କ ଜୀବନୀ କାହାଣୀ। ଏକଥା ତ ଆପଣ ଜାଣିଥିବେ, ହେଲେ ଏ ଚର୍ଚ୍ଚା ଆଜି କାହିଁକି ହେଉଛି ତାହା ନିଶ୍ଚିତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ? ପାଠକବନ୍ଧୁ ବର୍ତ୍ତମାନ ଜାଗ୍ରତି ଓ ଅନୁଭବ ଗୋଟିଏ ପୋଡକାଷ୍ଟରେ ଏକାଠି ନଜର ଆସିଛନ୍ତି। ଆଉ ଏହି ଏପିଶୋଡରେ ସେ ଦେଇଥିବା ବୟାନ ସୋସିଆଲ ମିଡ଼ିଆରେ ନିଆଁ ଲଗେଇଛି । 

Advertisement
ଅନୁଭବଙ୍କୁ ବିବାହ କରିବାକୁ ରାଜି ବୋଲି ମାନିଲେ ଜାଗ୍ରତି! ଅନୁଭବ କହିଲେ, ମୁଁ ଭଲ ସ୍ବାମୀ ହେବି...
Soubhagya Ranjan Mishra|Updated: Feb 09, 2025, 08:11 PM IST
Share

Ollywood News: ଯଦି ଅନୁଭବ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତୁତ ହୋଇଯିବେ ତାହାଲେ ଲାଗୁଛି କି ଅନୁଭବଙ୍କ ସ୍ଵୟଂ ବଧୂ ହେଇଯିବ। ମାନେ ଏତେ ଝିଅ ପ୍ରସ୍ତୁତ ଅଛନ୍ତି ବିବାହ କରିବାକୁ ଏଵଂ ଏହା ମଧ୍ୟ କହିଛନ୍ତି ଯଦି ଅନୁଭବ ରାଜି ହେବେ ତେବେ ସେ ମଧ୍ୟ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ଅନୁଭବ ଏହି ପ୍ରସଙ୍ଗରେ କହିଛନ୍ତି, ମୁଁ ଏବେବି ସିଙ୍ଗିଲ୍ ଅଛି, ଯଦି ମୁଁ କୌଣସି ଝିଅର ଜୀବନକୁ ବର୍ବାଦ କରୁନାହିଁ, ଯଦି ସେ ଝିଅ ମୋ ଉପରେ ସେତିକି ବିଶ୍ଵାସ କରୁଥିବ, ତାହାଲେ ମୁଁ ନିଶ୍ଚିତ ବିବାହ ପାଇଁ ପ୍ରସ୍ତୁତ ଏଵଂ ମୁଁ ଭଲ ସ୍ବାମୀ ମଧ୍ୟ ହେବି।

ଅନୁଭବଙ୍କ ଜୀବନ କେତେ ସଂଘର୍ଷମୟ ସେ ସବୁକୁ ନିଜ ଲିଖନୀରେ ଆଙ୍କିଛନ୍ତି ଜାଗ୍ରତି। ଜାଗ୍ରତି ଲେଖିଛନ୍ତି ଅନୁଭବଙ୍କ ଜୀବନୀ କାହାଣୀ। ଏକଥା ତ ଆପଣ ଜାଣିଥିବେ, ହେଲେ ଏ ଚର୍ଚ୍ଚା ଆଜି କାହିଁକି ହେଉଛି ତାହା ନିଶ୍ଚିତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ? ପାଠକବନ୍ଧୁ ବର୍ତ୍ତମାନ ଜାଗ୍ରତି ଓ ଅନୁଭବ ଗୋଟିଏ ପୋଡକାଷ୍ଟରେ ଏକାଠି ନଜର ଆସିଛନ୍ତି। ଆଉ ଏହି ଏପିଶୋଡରେ ସେ ଦେଇଥିବା ବୟାନ ସୋସିଆଲ ମିଡ଼ିଆରେ ନିଆଁ ଲଗେଇଛି । ଏହି ଭିଡ଼ିଓ ଦେଖିବା ପରେ କିଏ କିଏ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତ ଆଉ କେହି ତାଙ୍କୁ ଗାଳି କରିଛନ୍ତି। ତେବେ ଉଭୟଙ୍କ କଥା କେତେ ସତ ଆଉ ମିଛ ତାହାର କୌଣସି ସଠିକ୍ ସୂଚନା ଆମ ପାଖରେ ନାହିଁ। 

ଅନୁଭବ କହିଛନ୍ତି, 'ଆରମ୍ଭରୁ ମୋ ଜୀବନରେ ଆହ୍ବାନର ସାମ୍ନା କରିବାକୁ ପଡିଛି। ଆଉ ମତେ ଆହ୍ଵାନ ମଧ୍ୟ ଭଲ ଲାଗେ। ସ୍ବାମୀ ବିବେକାନନ୍ଦଙ୍କୁ ମୁଁ ବହୁତ ମାନେ। ସେ ଗୋଟେ ସ୍ଥାନରେ କହିଥିଲେ, ଯେତେବେଳେ ପ୍ରତିଦିନ ସେ ସକାଳେ ଉଠିବା ପରେ ଯଦି ତାଙ୍କ ସାମ୍ନାରେ କୌଣସି ଚାଲେଞ୍ଜ ନଥାଏ ତେବେ ସେ ଦିନର କୌଣସି ଅର୍ଥ ହିଁ ନାହିଁ । ପ୍ରତିଦିନ କିଛି କିଛି ମ କିଛି ଚ୍ୟାଲେଞ୍ଜ ଆସୁ ଏହାହିଁ ଆମକୁ ଭାବିବା ଉଚିତ୍ ଜୀବନରେ ଏଵଂ ପ୍ରତି ଚ୍ୟାଲେଞ୍ଜକୁ ସମ୍ବା କରିବା ଉଚିତ୍। ଡାଇବେଟିସ ପରେ ପରେ ଯେତେବେଳେ ମୁଁ ପ୍ରଥମେ ମ୍ୟୁଜିକ ଭିଡିଓରେ କାମ ଆରମ୍ଭ କଲି, ପ୍ରଥମ ମଡେଲିଂ ଶୋ'ରେ ଭଗବାନ୍ ମତେ ଜିତେଇଲେ , ମୋର ପ୍ରଥମ ମ୍ୟୁଜିକ୍ ଭିଡିଓ ହିଟ୍ ହୋଇଗଲା। ପ୍ରଥମ ସିନେମା ଇତିହାସ ବନିଗଲା ଓଡ଼ିଶାରେ ଏବଂ ରାଜନୀତିରେ ଯେବେ ମୁଁ ଆସିଲି ୨୦୧୩ ରେ ପାର୍ଟି ଯାଏନ କଲି ୨୦୧୪ ରେ ମୁଁ ହିନ୍ଦୁସ୍ଥାନର ସର୍ବକନିଷ୍ଠ ସାଂସଦ ମୁଁ ହୋଇ ମୁଁ ଗଲି ରାଜ୍ୟସଭାକୁ। ତାପର ୨୦୧୯ ରେ ମତେ ବର୍ଷୀୟାନ ରାଜନେତା ବିଜୁ ପଟ୍ଟନାୟକଙ୍କ ଲୋକସଭା କ୍ଷେତ୍ରରୁ ମତେ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିଲା ଏଵଂ ଜନତା ଲକ୍ଷ୍ୟ ଲକ୍ଷ୍ୟ ଭୋଟରେ ମତେ ଜିତେଇ ଥିଲେ। ଏତେ ଭଲ ପାଇବା ମତେ ମିଳିଥିଲା। ତେଣୁ ମୋର ପ୍ରତିଟି ଜିନିଷକୁ ନେଇ ମୁଁ ସବୁବେଳେ କମିଟେଡ୍ ରହି ଆସିଛି। ମତେ ଲାଗେ କି ଯଦି କମିଟମେଣ୍ଟ ନଥାନ୍ତା କି ସେ ଡେଡିକେସନ୍ ନଥାନ୍ତା କି ମୋ ଭିତରେ ଯଦି ମୋ କାମ ପ୍ରତି ସତ୍ୟତା (ସଚ୍ଚୋଟତା) ନଥାନ୍ତା ତେବେ ଏତେ ସବୁ କ୍ଷେତ୍ରରେ କେହି ଏମିତି ଆଗକୁ ବଢ଼ି ପାରିନଥାନ୍ତା । ମୋର ପରିଶ୍ରମ ସହିତ ସମସ୍ତଙ୍କ ଆଶିର୍ବାଦ ଆଉ ଭଲପାଇବା ମିଳିଥିଲା' । 

ଯେଉଁ ନବୀନ ପଟ୍ଟନାୟକଙ୍କୁ ଦିନେ ପିତା ସମାନ କହିଥିଲେ ତାଙ୍କୁ କିପରି ଛାଡ଼ିକି ଅନ୍ୟ ପାର୍ଟିକୁ ଗଲେ ପ୍ରଶ୍ନ ଉପରେ ଅନୁଭବ କହିଛନ୍ତି, 'ତାଙ୍କ ପାଈଁ ମୋ ମନରେ ସବୁବେଳେ ସମ୍ମାନ ଥିଲା ଆଜି ବି ସେ ସବୁଠୁ ଉପରେ ରହିବେ । ସେ ମୋର ବାପା ସମାନ ଥିଲେ ଅଛନ୍ତି ଏବଂ ସବୁବେଳେ ରହିବେ। ତାଙ୍କୁ ମୁଁ ସବୁବେଳେ ଦେଖିଛି ସେ ଯେତେ ବି କାମରେ ବ୍ୟସ୍ତ ରୁହନ୍ତୁ, ଯେତେ କାମ ପ୍ରେସର ଥାଉ ନା କାହିଁକି, ସେ ସବୁବେଳେ ଶାନ୍ତ ରୁହନ୍ତି। ମତେ ସବୁବେଳେ ସେ ପୁଅ ପରି ଦେଖୁଥିଲେ। ୨୦୧୩ -୧୪ ବେଳେ ଯେତେବେଳେ ମୁଁ ପ୍ରଚାର କରିକି ଫେରୁଥିଲି ମୁଁ କେବେ ବ୍ୟସ୍ତତା ହେତୁ ଖାଇନ ଥାଏ ତାଙ୍କୁ ସବୁକିଛି ଜଣାଥାଏ। ସେତେବେଳେ ମତେ ସେ ହେଲିକପ୍ଟର ଦେଇଥିଲେ ପ୍ରଚାର କରିବା ପାଇଁ । ଫେରିବା ପରେ ସେ ମତେ ତାଙ୍କ ଖାଇବାରୁ ମତେ ଖାଇବାକୁ ଦେଉଥିଲେ। ୨୦୧୯ ପରେ ମୋର ବିବାହ ବିବାଦ ପାଇଁ ଏଭଳି ଜଣେ ନେତାଙ୍କ ସହ ଦେଖା ହେବାକୁ ଅନୁମତି ଦିଆଗଲା ନାହିଁ। ମତେ ଏହା ବହୁତ ଆଘାତ ଦେଇଥିଲା।

କାରଣ ୨୦୧୫-୧୬ ରେ ମଧ୍ୟ ଆମର କଥା ଉଠିଥିଲା ଆମର ଛାଡ଼ପତ୍ର ହେଇଯିବ, କାହିଁକି ନା ଆମ ଭିତରେ କେବେବି ପଡୁନଥିଲା, ଏତେ ଭଲ ପାଇକି କାହାକୁ ବାହା ହୋଇଥିଲି ସମ୍ପର୍କକୁ କିପରି ମୁଁ ବଞ୍ଚେଇବି ଏବଂ ତାଙ୍କ ପାଇଁ ମୋ ମନରେ ଇଜ୍ଜତ ସବୁବେଳେ ରହିଛି, ହୁଏତ ସେ ମୋର ଇଜ୍ଜତ କରନ୍ତୁ କି ନକରନ୍ତୁ ମୁଁ ଵିଵାହକୁ ବଞ୍ଚାଇବାକୁ ଚାହୁଁଥିଲି, କିନ୍ତୁ ଯେତେବେଳେ ଦରକାରଠୁ ଅଧିକା ସବୁ କଥା ବଢ଼ିଗଲା । ମୁଁ ପ୍ରଥମ ଥର ପାଇଁ ମୁଁ କୌଣସି ମିଡ଼ିଆରେ କହୁଛି, ଆଜି ପର୍ଯ୍ୟନ୍ତ ମୁଁ କେବେ କୋଉଠି କହି ନାହିଁ । ୨୦୧୭ରେ ଯେତେବେଳେ ଛାଡ଼ପତ୍ର କଥା ବହୁତ୍ ଅଧିକ ଚର୍ଚ୍ଚାକୁ ଆସିଲା ମୋ ବାପା, ବଡ଼ ଭାଈ ଏଵଂ ଘରେ ସମସ୍ତେ ମତେ ବୁଝାଇଥିଲେ କି ଆମ ଭିତରେ ପଡୁନି, ଆମେ ଏମିତି ଅଲଗା ହେଇଯିବୁ, ଏକଥା ସାରଙ୍କ ସହ ଦେଖା ହୋଇ ତାଙ୍କୁ କୁହ । ସେ ବହୁତ୍ ଭଲ ବ୍ୟକ୍ତି, ସେ ଜଣେ ଷ୍ଟେଟ୍ସ ମ୍ୟାନ୍, ସେ ନିଶ୍ଚିତ ତୁମକୁ ବୁଝିବେ । ଆଉ ମତେ ଏପରି ଏକ ସୁଯୋଗ ମିଳିଗଲା କି ଯେମିତି ମ୍ୟାଜିକାଲି ସବୁକିଛି ହୋଇଗଲା।  ହଠାତ୍ ଏକ ସମୟରେ ସାରଙ୍କ ସହ ୱାନ ଟୁ ୱାନ୍ କଥା ହେବାକୁ ସୁଯୋଗ ମିଳିଲା। ତାଙ୍କ ସହ ବିବାହ ବିବାଦ ବିଷୟରେ ସବୁ କଥା ଖୋଲିକି କଥା ହେଲି କି କେମିତି ମୁଁ ଦିନ ଦିନ ଧରି ଏସବୁ ପାଇଁ ଚିନ୍ତାରେ ରହୁଛି। ସାର୍ ନିଜେ ଆମ ବାହାଘରରେ ଆଶିର୍ବାଦ ଦେବା ପାଇଁ ପହଞ୍ଚି ଥିଲେ। ତେଣୁ ସେ ମତେ ବୁଝି ପାରନ୍ତି। କିନ୍ତୁ ପରବର୍ତ୍ତି ସମୟରେ ମୁଁ ଚକ୍ରାନ୍ତର ଶିକାର ହେଲି। ଆଉ ପାର୍ଟିରୁ ମତେ ଅଣଦେଖା କରାଗଲା।

Also Read- Zodiac Signs: ଉତ୍ତର ଦିଗକୁ ଗତି କରିବେ ବୁଧ, ୫ ରାଶିରେ କୁବେରଙ୍କ କୃପା, ମିଳିବ ଧନ

Also Read- ବର୍ଷିଆନ କଳାକାର ଉତ୍ତମ ମହାନ୍ତିଙ୍କୁ ନେଇ ଆରମ୍ଭ ହେଲା ରାଜନୀତି, BJP VS BJD

Read More
{}{}