Home >>Odisha Entertainment

Janhvi Kapoor: ବେକରେ କାହା ନାଁ ଥିବା ନେକଲେସ୍ ପିନ୍ଧିଲେ ଜାନଭୀ, ଦେଖନ୍ତୁ ଭିଡ଼ିଓ

Janhvi Kapoor: ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର (Janhvi Kapoor) ସର୍ବଦା ନିଜ କାର୍ଯ୍ୟ ତଥା ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟରେ ରହିଥାଆନ୍ତି । ବର୍ତ୍ତମାନ ଶିଖର ପାହାରିଆଙ୍କ (Shikhar Pahariya) ସହ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଶିଖର ପାହାରିଆଙ୍କୁ ଡେଟ୍ କରୁଥିବା ଜଣାପଡ଼ିଛି।

Advertisement
Janhvi Kapoor: ବେକରେ କାହା ନାଁ ଥିବା ନେକଲେସ୍ ପିନ୍ଧିଲେ ଜାନଭୀ, ଦେଖନ୍ତୁ ଭିଡ଼ିଓ
Payal Priyadarshini|Updated: Apr 10, 2024, 05:33 PM IST
Share

Janhvi Kapoor: ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର (Janhvi Kapoor) ସର୍ବଦା ନିଜ କାର୍ଯ୍ୟ ତଥା ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟରେ ରହିଥାଆନ୍ତି । ବର୍ତ୍ତମାନ ଶିଖର ପାହାରିଆଙ୍କ (Shikhar Pahariya) ସହ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଶିଖର ପାହାରିଆଙ୍କୁ ଡେଟ୍ କରୁଥିବା ଜଣାପଡ଼ିଛି।

ସୂଚନା ଥାଉ କି, ପୂର୍ବରୁ ଜାନଭୀ ଟେଲିଭିଜନ ଟକ୍ ସୋ ‘କଫି ୱିଥ୍ କରଣ’ରେ ରିଲେସନସିପ୍ ରେ ଥିବା ନେଇ ହିଣ୍ଟ୍ ଦେଇଥିଲେ । ଖାଲି ଏତିକି ନୁହେଁ, ପିତା ବୋନି କପୁର ମଧ୍ୟ ଶିଖର ପାହାରିଆଙ୍କ ସହ ଝିଅର ସମ୍ପର୍କକୁ ନିଶ୍ଚିତ କରିଥିଲେ। ନିକଟରେ ଅଭିନେତ୍ରୀ ଏପରି କିଛି କାମ କରିଥିଲେ ଯାହା ପରେ ଶିଖରଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଗ୍ରୀନ ସିଗନାଲ ମିଳିଥିଲା ।ନିକଟରେ ମୁମ୍ବାଇରେ ଫିଲ୍ମ ‘ମଇଦାନ’ର ସ୍କ୍ରିନିଂ ଆୟୋଜିତ ହୋଇଥିଲା। ଏଥିରେ ଜାନଭୀ ନିଜ ପରିବାର ସହ ସେଠାରେ ପହଁଞ୍ଚିଥିଲେ । ଧଳା ରଙ୍ଗର ଫର୍ମଲା ଡ୍ରେସ୍ ରେ ବେଶ ସୁନ୍ଦର ଦେଖାଯାଉଥିବା ଅଭିନେତ୍ରୀଙ୍କ ନେକଲେସ୍ ଉପରେ ସମସ୍ତଙ୍କ ନଜର ଅଟକି ଯାଇଥିଲା । ବାସ୍ତବରେ, ଜାନଭୀ ଏହି ଇଭେଣ୍ଟକୁ ଏକ ନିକଲେସ୍ ପିନ୍ଧି ଆସିଥିଲେ, ଖାସ୍ କଥା ହେଉଛି ଏହି ନେକଲେସରେ ତାଙ୍କ ପ୍ରେମିକଙ୍କ ନାମ ଅର୍ଥାତ୍ ‘ସିକୁ’ ବୋଲି ଲେଖାଯାଇଥିଲା । ତେବେ ଜାନଭୀଙ୍କ ବେକରେ ଏହି ନେକଲେସ୍ ଦେଖିବା ପରେ ଶିଖର ପାହାରିଆଙ୍କ ସହ ତାଙ୍କ ସମ୍ପର୍କ ଏକ ପ୍ରକାର ସ୍ପଷ୍ଟ ହୋଇଛି ।

 

ନିକଟରେ ଅଭିନେତ୍ରୀ ଶିଖରଙ୍କ ମାଆଙ୍କ ସହ ମନ୍ଦିର ଯାଇଥିବା ଦେଖିବାକୁ ମିଳିଥିଲା ​​। ଅଭିନେତ୍ରୀଙ୍କ ଅନେକ ବନ୍ଧୁ କହିଛନ୍ତି ଯେ, ଜାନଭୀ ଏତେ ଧାର୍ମିକ ଅଟନ୍ତି ଯେ ସେ କୌଣସି ଦିନ ମନ୍ଦିରକୁ ଯାଇ ଏକ ସିପଲ୍ ବିବାହ କରିପାରିନ୍ତି। ସେ ପ୍ରାୟତଃ ଶିଖରଙ୍କ ସହ ମନ୍ଦିରରେ ଯାଇଥାଆନ୍ତି । ଏପରି ପରିସ୍ଥିତିରେ ସେମାନେ ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Read More
{}{}