Hindi News >>Home >>Odisha Entertainment

ଯାତ୍ରା ଅଭିନେତା ନରୀ ପଣ୍ଡାଙ୍କୁ ମାଡ ଅଭିଯୋଗ, କହିଲେ ଯାତ୍ରା ଛାଡିଦେବି

ଯାତ୍ରା ପାର୍ଟି ପକ୍ଷରୁ ନରୀଙ୍କୁ ଏକ ଢାବାକୁ ଡକାଯାଇଥିଲା । ନରୀ ଢାବାରେ ପହଞ୍ଚିବା ପରେ କିଛି ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ପ୍ରବଳ ମାଡ ଭିତରେ କାଗଜରେ ଦସ୍ତଖତ କରାଇନେଇଥିଲେ ନାଣ୍ଡୁ ବାବୁ । 

Advertisement
ଯାତ୍ରା ଅଭିନେତା ନରୀ ପଣ୍ଡାଙ୍କୁ ମାଡ ଅଭିଯୋଗ, କହିଲେ ଯାତ୍ରା ଛାଡିଦେବି
Soubhagya Ranjan Mishra|Updated: Mar 29, 2025, 05:18 PM IST
Share

Jollywood News: ଲୋକପ୍ରିୟ ଯାତ୍ରା କଳାକାର ନରୀ ପଣ୍ଡାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ଆସିଛି । ନିଜେ ନରୀ ଏନେଇ ଗଣମାଧ୍ୟମରେ ମୁହଁ ଖୋଲି ପ୍ରକାଶ କରିଛନ୍ତି । ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁ ଏବଂ ତାଙ୍କର କିଛି ସହଯୋଗୀ ନରୀଙ୍କୁ ଏକ ଢାବାକୁ ଡାକି ମାଡ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ନରୀ କହିଛନ୍ତି ଯେ, ମୋ ବୟସ ୫୨ ବର୍ଷ ଏବଂ ଯାତ୍ରାରେ ପ୍ରାୟ ୩୨ ବର୍ଷ ସମୟ ଅତିବାହିତ କରିସାରିଲିଣି । କିନ୍ତୁ ଏ ପରିସ୍ଥିତି କେବେ ଭୋଗିନଥିଲି । ମୁଁ କୋଣାର୍କ ଗଣନାଟ୍ୟରେ ଦୀର୍ଘ ବର୍ଷ ଧରି ରହିଥିଲି ଏବଂ କଳିଙ୍ଗ ଗଣନାଟ୍ୟରେ ମଧ୍ୟ କିଛି ବର୍ଷ କାମ କରିଛି । ଏଥିସହ ଅନ୍ୟାନ୍ୟ ପ୍ରମୁଖ ଯାତ୍ରା ପାର୍ଟିରେ ମଧ୍ୟ କିଛି ବର୍ଷ କାମ କରିଛି । ଏବେ ୩ ବର୍ଷ ଧରି ସ୍ୱପ୍ନମହଲରେ କାର୍ଯ୍ୟ କରୁଛି । ଆଗାମି ଯାତ୍ରା ଋତୁ ପାଇଁ ନରୀ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ କଥା ହୋଇଥିଲେ । ଏନେଇ ଚୁକ୍ତି ହେବା ସହ ଅଗ୍ରିମ ଟଙ୍କା ମଧ୍ୟ ନରୀଙ୍କୁ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତୁଳସୀ ଗଣନାଟ୍ୟ ପକ୍ଷରୁ ନରୀଙ୍କୁ ଆଭଏଡ କରାଯାଇଥିଲା । ନରୀଙ୍କ ଫୋନ୍ ମଧ୍ୟ ରିସିଭ୍ କରିନଥିଲେ ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁ । ତେଣୁ ନିଜ ପତ୍ନୀଙ୍କ ମାଧ୍ୟମରେ ନରୀ ତାଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ନରୀଙ୍କ ପତ୍ନୀ ବୋଲି ଜାଣିବା ପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନାଣ୍ଡୁ ବାବୁ ଫୋନ କାଟିଦେଇଥିବା ନରୀ ଅଭିଯୋଗ କରିଛନ୍ତି । କଥାବାର୍ତ୍ତା ସମୟର ଫୋନକଲ୍ ରେକର୍ଡିଂ ମଧ୍ୟ ରହିଛି ବୋଲି ନରୀ କହିଛନ୍ତି । ପରବର୍ତ୍ତୀ ସମୟରେ ନାଣ୍ଡୁ ବାବୁଙ୍କ ସହ ଯୋଗାଯୋଗ ହେବା ପରେ ନରୀ କହିଥିଲେ ଯେ, ଆପଣଙ୍କ ବ୍ୟବହାର ମତେ ଭଲ ଲାଗୁନାହିଁ ତେଣୁ ଆପଣଙ୍କ ଯାତ୍ରାପାର୍ଟିରେ ମୁଁ କାର୍ଯ୍ୟ କରିବାକୁ ଉଚିତ ମଣୁନାହିଁ । ଏଣୁ ଆପଣଙ୍କ ଟଙ୍କା ଫେରସ୍ତ କରିଦେବି ।

ଏହା ପରେ କଥା ଅନୁଯାୟୀ, ଯାତ୍ରା ପାର୍ଟି ପକ୍ଷରୁ ନରୀଙ୍କୁ ଏକ ଢାବାକୁ ଡକାଯାଇଥିଲା । ନରୀ ଢାବାରେ ପହଞ୍ଚିବା ପରେ କିଛି ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ପ୍ରବଳ ମାଡ ଭିତରେ କାଗଜରେ ଦସ୍ତଖତ କରାଇନେଇଥିଲେ ନାଣ୍ଡୁ ବାବୁ । ଫଳରେ ନରୀ ଆହତ ହୋଇଥିବା ଗଣମାଧ୍ୟମରେ କହିଛନ୍ତି । ଏହାପରେ ବରିଷ୍ଠ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା, ଗୌର ଦାସ ପ୍ରମୁଖଙ୍କୁ ନରୀ ଏ ବାବଦରେ ସମ୍ପୂର୍ଣ୍ଣ ସୂଚନା ଅବଗତ କରାଇଥିଲେ । ସେମାନଙ୍କ ପରାମର୍ଶ କ୍ରମେ ଗଣମାଧ୍ୟମରେ ଯାତ୍ରା ଦୁନିଆର ଭିତିରି କଥା କହିଛନ୍ତି ନରୀ । ବର୍ତ୍ତମାନ ନିରାଶ ହୋଇ ନରୀ କହିଛନ୍ତି ଯେ, ମୁଁ ଭାବୁଥିଲି ଏ ସମ୍ପର୍କରେ କାହାକୁ ଜଣାଇବି ନାହିଁ କିନ୍ତୁ ଯାତ୍ରା ଅନୁଷ୍ଠାନର କିଛି ବରିଷ୍ଠ ବ୍ୟକ୍ତି ବିଶେଷଙ୍କ କଥାରେ ଏକଥା ସାମ୍ନାକୁ ଆଣିବାକୁ ବାଧ୍ୟ ହେଲି । ତେବେ କେବଳ ଏତିକି ନୁହେଁ, ନରୀ ଗଣମାଧ୍ୟମରେ କାନ୍ଦି କାନ୍ଧି କହିଛନ୍ତି ଯେ, ମୋ ପାଇଁ ମୋ ମାନ ସମ୍ମାନ ବଡ ତେଣୁ ଯାତ୍ରା ଦୁନିଆ ମୁଁ ଛାଡିଦେବି ...

Also Read- Earthquake News: ପୁଣିଥରେ ଭୂକମ୍ପରେ ଥରିଲା ମିଆଁମାର, ତୀବ୍ରତା 5.1

Also Read- Weekly Tarot Reading: ନୂଆ ସପ୍ତାହରେ ଗଜକେଶରୀ ରାଜଯୋଗ, ୩ ରାଶିକୁ ଆର୍ଥିକ ଲାଭ

Read More
{}{}