Hindi News >>Home >>Odisha Entertainment

what couses breast Cancer: ଜାଣନ୍ତୁ ସ୍ତନ କର୍କଟ କାହିଁକି ହୁଏ?ଏବଂ ପ୍ରତିବର୍ଷ କେତେ ସଂଖ୍ୟକ ମୃତ୍ୟୁବରଣ କରନ୍ତି?

Breast Cancer symptoms : ଟେଲିଭିଜନର ଲୋକପ୍ରିୟ ତାରକା ହିନା ଖାନଙ୍କୁ ସ୍ତନ କର୍କଟ ହୋଇଛି ବୋଲି ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ସେ ପ୍ରକାଶ କରିଛନ୍ତି।ତେବେ ଜାଣନ୍ତୁ ସ୍ତନ କର୍କଟ କାହିଁକି ହୁଏ? ଏବଂ ପ୍ରତିବର୍ଷ କେତେ ସଂଖ୍ୟକ ମୃତ୍ୟୁବରଣ କରନ୍ତି?

Advertisement
cancer
cancer
Zee Odisha Desk|Updated: Jun 29, 2024, 07:59 PM IST
Share

How to identify symptoms : ଟେଲିଭିଜନର ଲୋକପ୍ରିୟ ତାରକା ହିନା ଖାନଙ୍କୁ ସ୍ତନ କର୍କଟ ହୋଇଛି ବୋଲି ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ସେ ପ୍ରକାଶ କରିଛନ୍ତି। ସେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏହାର ଚିକିତ୍ସା କରାଯାଉଛି ବୋଲି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି।

 ସ୍ତନ କର୍କଟ ସମଗ୍ର ବିଶ୍ୱରେ ମହିଳାମାନଙ୍କ ପାଇଁ ଏକ ବଡ଼ ବିପଦ।ଯାହାକି ମହିଳାଙ୍କ ସୁନ୍ଦରତା ନଷ୍ଟ କରିଥାଏ।ଏଭଳି ପରିସ୍ଥିତିରେ ଜୀବନ ବଞ୍ଚାଇବା ମଧ୍ୟ କଷ୍ଟସାଧ୍ୟ ହୋଇଯାଏ।ତେବେ ଯଦି ଆପଣ ପ୍ରଥମ ଷ୍ଟେଜରୁ ରୋଗକୁ ଚିହ୍ନି ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରିବେ ତାହେଲେ ହୁଏତ ଆପଣ ରୋଗରୁ ମୁକ୍ତି ପାଇ ପାରନ୍ତି।

ତେବେ ସ୍ତନ କର୍କଟରେ ମହିଳାଙ୍କ ମୃତ୍ୟୁ ସଂଖ୍ୟା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏହା ଏକ ଗମ୍ଭୀର ସମସ୍ୟା ଭାବରେ ଉଭା ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଭିନ୍ନ କର୍କଟ ଗବେଷଣା ଏଜେନ୍ସିର ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୨୩ ସୁଦ୍ଧା ବିଶ୍ୱରେ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ସବୁଠାରୁ ସାଧାରଣ କର୍କଟ ଅଟେ। ଏହା ବ୍ୟତୀତ ସମଗ୍ର ବିଶ୍ୱରେ କର୍କଟ ରୋଗ ହେତୁ ମହିଳାମାନଙ୍କ ମୃତ୍ୟୁର ଏହା ମଧ୍ୟ ବଡ କାରଣ।

ସାରା ବିଶ୍ୱରେ, ପ୍ରାୟ ୧୨% ମହିଳା ସ୍ତନ କର୍କଟରେ ପୀଡିତ।ଏହା ବ୍ୟତୀତ, ଯଦି ଆମେ ଭାରତ ବିଷୟରେ କହିବା, ତେବେ ଗତ କିଛି ଦଶନ୍ଧି ମଧ୍ୟରେ ଆମ ଦେଶରେ ସ୍ତନ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଭାରତୀୟ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ହେଉଛି ସବୁଠାରୁ ସାଧାରଣ କର୍କଟ।ଯେଉଁଠାରେ ପ୍ରତିବର୍ଷ ପ୍ରାୟ ୧.୫ ରୁ ୨ ଲକ୍ଷ ନୂଆ ମାମଲା ରିପୋର୍ଟ କରାଯାଏ।ଯଦି ଆମେ ମୃତ୍ୟୁ ହାରକୁ ଦେଖିବା, ଭାରତରେ ସ୍ତନ କର୍କଟ ଯୋଗୁଁ ପ୍ରତିବର୍ଷ ପ୍ରାୟ ୨୫% ମହିଳାଙ୍କର ମୃତ୍ୟୁ ହୋଇଥାଏ। ୨୦୨୦ ମସିହାରେ ସାରା ବିଶ୍ୱରେ ସ୍ତନ କର୍କଟ ଯୋଗୁଁ ୬୮,୫୦୦୦ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଆକଳନ ଅନୁଯାୟୀ, ପ୍ରତିବର୍ଷ ସାରା ବିଶ୍ୱରେ ସ୍ତନ କର୍କଟ କାରଣରୁ ୧୦ ଲକ୍ଷ ମୃତ୍ୟୁ ରେକର୍ଡ କରାଯାଉଛି। ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଅଧିକାଂଶଙ୍କ କ୍ଷେତ୍ରରେ ଦେଖାଯାଏ।

ଏହାର ଅନେକ କାରଣ ଥିଲେ ମଧ୍ୟ ବିଶେଷ କାରଣ ହେଉଛି ମହିଳାଙ୍କ ଟାଇଟ୍ ପୋଷାକ ଏବଂ ଅପରିଷ୍କାର ଯୋଗୁଁ।ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ହୋଇପାରେ। ଏବଂ ବୟସ ବୃଦ୍ଧି, ଜେନେଟିକ୍ସ, ମେଦବହୁଳତା, ଧୂମପାନ, ଅତ୍ୟଧିକ ମଦ୍ୟପାନ କରିବା, ସନ୍ତାନ ଜନ୍ମ ନକରିବା ଏବଂ ବୟସ୍କ ବୟସରେ ସନ୍ତାନ ଜନ୍ମ କରିବା।

ସ୍ତନ କର୍କଟର ଲକ୍ଷଣ :-

ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇପାରେ, ସ୍ତନ ମଧ୍ୟରେ ଗଣ୍ଠି, ସ୍ତନର ଆକାର ପରିବର୍ତ୍ତନ, ସ୍ତନମୁହଁ/ ନିପଲ୍ ଟାଣିହୋଇ ରହିବା, ସ୍ତନ କିମ୍ବା ଏହା ପାଖରେ ଯନ୍ତ୍ରଣା ଅନ୍ତର୍ଭୁକ୍ତ। ସ୍ତନରୁ ଧଳା ରଙ୍ଗ, ଚର୍ମ ପରିବର୍ତ୍ତନ ହୁଏ। ଯଦି ଆପଣ ଏହି ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ତୁରନ୍ତ ଏହାର ଚିକିତ୍ସା ଆରମ୍ଭ କରନ୍ତୁ।୪୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ମାମୋଗ୍ରାମ୍ ପ୍ରାୟତଃ ପରାମର୍ଶ ଦିଆଯାଏ। ସ୍ତନ କର୍କଟ ରୋକିବାରେ ଅସ୍ତ୍ରୋପଚାର, କେମୋଥେରାପି, ହରମୋନ୍ ଥେରାପି ଅନ୍ତର୍ଭୁକ୍ତ। ଯଦି ଏହା ସମୟ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ମଧ୍ୟ ହୋଇପାରେ।

Read More
{}{}