Hindi News >>Home >>Odisha Entertainment

Kumkum Bhagya Actress: ସର୍ଭାଇକାଲ କ୍ୟାନସର୍‌ ରେ ପ୍ରାଣ ହରାଇଲେ କୁମ୍କୁମ୍ ଭାଗ୍ୟ ଅଭିନେତ୍ରୀ

Actress Death: ପରଲୋକରେ ଅଭିନେତ୍ରୀ ଡଲି ସୋହି। ‘ଝନକ୍’ ଏବଂ ‘ଭାବି’ରେ ଅଭିନୟ କରି ଜଣାଶୁଣା ଅଭିନେତ୍ରୀ ଡଲି ସୋହି ୮ ତାରିଖରେ ପ୍ରାଣ ତ୍ୟାଗ କରିଛନ୍ତି । ଶୁକ୍ରବାର ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଖବର ସାମ୍ନାକୁ ଆସିଛି। ୪୭ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଡଲି। 

Advertisement
Kumkum Bhagya Actress: ସର୍ଭାଇକାଲ କ୍ୟାନସର୍‌ ରେ ପ୍ରାଣ ହରାଇଲେ କୁମ୍କୁମ୍ ଭାଗ୍ୟ ଅଭିନେତ୍ରୀ
Priyambada Rana|Updated: Mar 09, 2024, 07:39 AM IST
Share

Actress Death: ପରଲୋକରେ ଅଭିନେତ୍ରୀ ଡଲି ସୋହି। ‘ଝନକ୍’ ଏବଂ ‘ଭାବି’ରେ ଅଭିନୟ କରି ଜଣାଶୁଣା ଅଭିନେତ୍ରୀ ଡଲି ସୋହି ୮ ତାରିଖରେ ପ୍ରାଣ ତ୍ୟାଗ କରିଛନ୍ତି । ଶୁକ୍ରବାର ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଖବର ସାମ୍ନାକୁ ଆସିଛି। ୪୭ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଡଲି। ଡଲି ସୋହି(Dolly Sohi) ସୋହିଙ୍କ ମୃତ୍ୟୁର ଖବର ଭାଇ ମନପ୍ରୀତ୍ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି । ଅଭିନେତ୍ରୀ ୬ ମାସ ତଳେ ସର୍ଭାଇକାଲ କ୍ୟାନସର୍‌(Cervical cancer)ରେ ପୀଡ଼ିତ ଥିବା ଜଣାପଡ଼ିଥିଲା ଏବଂ ସେବେଠାରୁ ତାଙ୍କର ଚିକିତ୍ସା ହେଉଥିଲେ।

ସୋହିଙ୍କ ଭାଇ ମନପ୍ରୀତ ପିଟିଆଇକୁ କହିଛନ୍ତି, “ସେ ଆଉ ନାହାନ୍ତି। ଆପୋଲୋ ହସ୍ପିଟାଲରେ ଭୋର ପ୍ରାୟ ୪ଟାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ସର୍ଭିକାଲ କ୍ୟାନସର୍((Cervical cancer) ଥିଲା ଯାହା ତାଙ୍କ ଫୁସଫୁସକୁ ବ୍ୟାପିଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତକାଲି ରାତିରେ ଆମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ”

ସେପଟେ ଗୁରୁବାର ଜଣ୍ଡିସ କାରଣରୁ ଯକୃତ ସମସ୍ୟା ହେତୁ ଅଭିନେତ୍ରୀ ଅମନଦୀପ ସୋହିଙ୍କ ଦେହାନ୍ତ ହୋଇଛି। କିଛି ଘଣ୍ଟା ପରେ ତାଙ୍କ ଭଉଣୀ ଡଲି ସୋହି ମଧ୍ୟ ଇହଧାମ ତ୍ୟାଗ କରିଛନ୍ତି।। ଭଉଣୀର ମୃତ୍ୟୁ ଖବର ଶୁଣି ଡଲି ହୁଏତ ହତାଶ ହୋଇ ବଞ୍ଚିବାର ଆଶା ଛାଡିଥାଇ ପାରନ୍ତି  ବୋଲି କୁହାଯାଉଛି। ଯାହା ବି ହେଉ,ଏହି ଦୁଇ ଭଉଣୀଙ୍କ ମଧ୍ୟରେ ଖୁବ୍ ଭଲ ପାଇବା ଥିଲା ଏବଂ ଜଣଙ୍କର ମୃତ୍ୟୁ ଅନ୍ୟ ଜଣକୁ ମଧ୍ୟ ଗଭୀର ଆଘାତ ଦେଇଥିବା କୁହାଯାଉଛି। ବର୍ତ୍ତମାନ ଏହି ଦୁଇ ଅଭିନେତ୍ରୀଙ୍କ ଦେହାନ୍ତ ହେତୁ ପ୍ରଶଂସକଙ୍କୁ ମରାମାହତ କରିଛି। ଡଲି ସୋହି ‘କୁସୁମ’, ‘ମେରି ଆଶିକି ତୁମ୍ ସେ ହି’, ‘କୁମ୍କୁମ୍ ଭାଗ୍ୟ(Kumkum Bhagya)’ ଏବଂ ‘ପରିଣୀତି’ ଭଳି ଧାରାବାହିକରେ କାମ କରିଥିଲେ। ଆଜି ଉଭୟଙ୍କ ଅନ୍ତିମ ସଂସ୍କାର କରାଯିବ। ଶେଷ ଇନଷ୍ଟାଗ୍ରାମ ପୋଷ୍ଟରେ ଡଲି ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ।

Read More
{}{}