Ollywood News: ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ଶ୍ରୀଯୁକ୍ତ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରଥ୍ଵୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜେପିର ବରିଷ୍ଠ ସଦସ୍ୟ ଜଗନ୍ନାଥ ପ୍ରଧାନ ଯୋଗଦେଇଥିଲେ ।
ଓଡ଼ିଆ ଚଳଚ୍ଚିତ୍ର ତଥା କଳା ଜଗତ ପାଇଁ ଶ୍ରୀଯୁକ୍ତ ଜେଠୀଙ୍କର ଅବଦାନ ପାଇଁ ସାଧୁବାଦ ଜଣାଇଥିଲେ । ଓଡ଼ିଆ ଦର୍ଶକ କିପରି ଆମ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ବିଭିନ୍ନ ଶୈଳୀରେ ପ୍ରଚାର କରି ବେଶ ଚର୍ଚ୍ଚିତ ହୋଇଛନ୍ତି । ଏଯାବତ୍ ୧୫୦ ରୁ ଉର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର କରିବା ସହିତ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଛନ୍ତି । କେବଳ ଚଳଚ୍ଚିତ୍ର ନୁହେଁ, ମେଗା ଧାରାବାହିକ, ୱେବ ସିରିଜ୍, ମଞ୍ଚ ନାଟକ ପ୍ରତି ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । କଞ୍ଚା ଲଙ୍କା, ଆଓ ନେକ୍ସଟ ଭଳି ଆଗଧାଡିର ଦୁଇଟି ଓଟିଟି ପ୍ଲାଟଫର୍ମ, ଓଡିଶାର ସର୍ବାଧିକ ଲୋକ ପ୍ରିୟ ସାଟେଲାଇଟ ଚ୍ୟାନେଲ ଜୀ ସାର୍ଥକ, ଲୋକପ୍ରିୟ ମ୍ୟୁଜିକ ଚ୍ୟାନେଲ୍ ଆମର ମ୍ୟୁଜିକର ପ୍ରଚାର ଓ ପ୍ରସାର ମୁଖ୍ୟ ଦାୟିତ୍ୱରେ ନିୟୋଜିତ ଅଛନ୍ତି । ଜୁପିଟର କଲେଜ, ନିସ୍ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ, ଗୀତା ଅଟୋନୋମସ୍ କଲେଜ, ଗିଫ୍ଟ ଅଟୋନୋମସ୍ କଲେଜ, ଅକ୍ସଫୋର୍ଡ ଗ୍ରୁପ୍ ଅଫ୍ ଇଷ୍ଟିଚ୍ୟୂସଳସ୍ , ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ଇତ୍ୟାଦି କଲେଜର ଫ୍ରିଲାନ୍ସ ପ୍ରଚାର ଓ ପ୍ରସାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଯେଉଁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଏ ତାହା କିପରି ସଠିକ ଭାବେ ହୋଇପାରିବ ଏବଂ ଲୋକମାନଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ସେ ସବୁବେଳେ ଯତ୍ନବାନ ଥାଆନ୍ତି । ମିଡ଼ିଆ ଦୁନିଆ ପ୍ରତି ଶ୍ରୀ ଜେଠୀଙ୍କ ଅତୁଳନୀୟ ଅବଦାନ ପାଇଁ ଉପସ୍ଥିତ ଅତିଥି ଗଣ ଅଧିକରୁ ଅଧିକ କାର୍ଯ୍ୟକରନ୍ତୁ ବୋଲି ଆଶା ପ୍ରକଟ କରିଥିଲେ ।
Also Read- Fatty liver disease: ଫ୍ୟାଟି ଲିଭର ସମସ୍ୟା ପାଇଁ ରାମବାଣ ଆପଲ, ଜାଣନ୍ତୁ ତଥ୍ୟ...
Also Read- Job News: ଲିଖିତ ପରୀକ୍ଷା ନାହିଁ, କେବଳ ସାକ୍ଷାତକାରରେ ନିଯୁକ୍ତି ସୁଯୋଗ, ଖୁସି ହେବେ ଦରମା ଜାଣି