Ollywood News: ଓଲିଉଡ ଅଭିନେତା ମନୋଜ ମିଶ୍ର ଅଭିନୟରେ କମ ବରଂ ବିବାଦ ପାଇଁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି ବୋଲି ସାଧାରଣ ଲୋକେ ଚର୍ଚ୍ଚା କଲେଣି । କେତେବେଳେ କେଉଁ ସିନେମାକୁ ଭଲ ଆଉ କେଉଁ ସିନେମାକୁ ଖରାପ କହି ସୋସିଆଲ ମିଡିଆରେ ବିବାଦକୁ ଆସୁଛନ୍ତି ତ ପୁଣି କେତେବେଳେ ସେହି ବିବାଦ ପାଇଁ ଥାନା ସାମ୍ନାରେ ଧସ୍ତାଧସ୍ତି ଖବର ମଧ୍ୟ ସାମ୍ନାକୁ ଆସିଛି । ଓଲିଉଡର ଅନେକ କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସଭିଙ୍କୁ ଟାର୍ଗେଟ୍ କରିବା ପରେ ଏବେ ମନୋଜଙ୍କ ଟାର୍ଗେଟରେ ଲୋକପ୍ରିୟ ତଥା ରିଲ୍ ହିରୋରୁ ରିୟଲ ହିରୋ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ?
ସବ୍ୟଙ୍କୁ ମନୋଜ ଟାର୍ଗେଟ୍ କରିବାର ପ୍ରକୃତ କାରଣ ସାମ୍ନାକୁ ଆସିନଥିଲେ ମଧ୍ୟ ଏହା ସ୍ପଷ୍ଟ ଆକଳନ କରାଯାଉଛି ଯେ, ଲଗାତାର ସବ୍ୟଙ୍କ ଦୁଇଟି ସିନେମାକୁ ନେଇ ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡିଆରେ ବିରୋଧର ସ୍ୱର ଉଠାଇଛନ୍ତି । ବ୍ୟାସକବି ସ୍ୱର୍ଗତଃ ଫକିର ମୋହନ ସେନାପତିଙ୍କ ଉପନ୍ୟାସକୁ ନେଇ ଆଧାରିତ ତଥା ରଜରେ ରିଲିଜ ହେବାକୁ ଥିବା ସବ୍ୟଙ୍କ ନୂଆ ସିନେମା 'ରାଣ୍ଡି ପୁଅ ଅନନ୍ତା' ନାମକୁ ମନୋଜ ଆରମ୍ଭରୁ ହିଁ ବିରୋଧ କରି ଆସୁଛନ୍ତି । ସିନେମାଟି ନାମକରଣ ଏପରି କାହିଁକି ହେଲା ଏବଂ ଏହା କରାନଯିବା ଉଚିତ ବୋଲି ମନୋଜ ସୋସିଆଲ ମିଡିଆ ଏବଂ କିଛି ୟୁଟୁବ୍ ଚ୍ୟାନେଲରେ ପ୍ରତିକ୍ରିୟା ଦେଇଥିଲେ । ବର୍ତ୍ତମାନ ସବ୍ୟ ଆରମ୍ଭ କରିବାକୁ ଯାଉଥିବା ଆଉ ଏକ ନୂଆ ସିନେମା ମଧ୍ୟ ମନୋଜଙ୍କ ଟାର୍ଗେଟ୍ ରେ ? ମନୋଜ ଏଥର ସିନେମାର ନାମକରଣ ନୁହେଁ ବରଂ ସିଧା ଟାର୍ଗେଟ୍ କରିଛନ୍ତି ସିନେମାର ଅଭିନେତା ଏବଂ ପୁରା ଟିମକୁ ?
Also Read- Ollywood News: ଓଡ଼ିଶାର ସବୁଠୁ ବ୍ୟୟବହୁଳ ସିନେମା ହେବ 'ଲ୍ୟାଣ୍ଡଫଲ୍'
ଆଜି ଅଭିନେତା ମନୋଜ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, 'ଏତେ ଏତେ ଏତେ ଏତେ ଟଙ୍କା ର ଫିଲ୍ମ.... ପ୍ରଥମ ଥର.... ସେଥିରେ ପୁଣି ଅଭିନୟ କୁ ବୁଝି ନଥିବା ଅଭିନେତା, (ଭଲ ନିର୍ଦ୍ଦେଶକ ଭଲ ଅଭିନେତା ଚୟନ କରନ୍ତି) ସେଇଟା ପୁଣି ହିନ୍ଦୀରେ ରିଲିଜ୍ ହେବ। ଯେଉଁ ସମୟରେ ସଲମାନ୍ ଭଳିଆ ମେଗଷ୍ଟାରର ଫିଲ୍ମ୍ ଭଲ ନହେଲେ (ସିକନ୍ଦର) ଲୋକ ଦେଖୁନାହାନ୍ତି। ଧନ୍ୟ ସେ ପ୍ରଯୋଜକ କେମିତି ଏମିତି ପ୍ରଯୋଜକଙ୍କୁ ମୂର୍ଗା ବନା ଯାଏ ଏ "କଳା" ନିହାତି ଶିଖିବା ଦରକାର୍। ଅବଶ୍ୟ ସେ ପ୍ରଯୋଜକଙ୍କ ଗୋଟେ ବ୍ୟୟ ବହୁଳ ଫିଲ୍ମ୍ ପୂର୍ବ ରୁ ଆସିଥିଲା । କେହି ଜାଣି ବି ପାରିନଥିଲେ, ତାଙ୍କୁ loss ର ଅଭ୍ୟାସ ଅଛି। ଅବଶ୍ୟ ଗତ ସରକାର୍ ଯେମିତି 'ଦମନ" ଫିଲ୍ମକୁ ସାଥ ଦେଲେ ସେମିତି ଯଦି ଏ ସରକାର୍ ଏ ଫିଲ୍ମକୁ ସାଥ ଦେବେ ତାହେଲେ ଭିନ୍ନ କଥା। ଦୁଃଖର କଥା ମୋ କମେଣ୍ଟ ବକ୍ସରେ ଯେତେ ଜଣ ସପୋର୍ଟର୍ ମତେ ଗାଳି ଦେବେ ସେମାନେ ଏ ଫିଲ୍ମ୍ , ହଲ୍ ରେ ନିଜେ ଟିକେଟ କିଣି ଦେଖିବାକୁ ଯିବେନି। ଧନ୍ୟରେ followers ତମ ଚକ୍କରରେ ପ୍ରଯୋଜକ ମାନେ ସତ ମିଛ ଜାଣି ପାରୁ ନାହାନ୍ତି। (ଏ କଥା ପୁରା ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରିର ମନରେ ଅଛି କିନ୍ତୁ କେହି କହି ପାରୁ ନାହାନ୍ତି)'
Also Read- 'ଲ୍ୟାଣ୍ଡଫଲ୍' ମାଧ୍ୟମରେ ପରଦାରେ ମହାବାତ୍ୟାର କରାଳ ରୂପ ଦେଖିବେ ଦର୍ଶକ
ମନୋଜଙ୍କ ଲେଖା ପଢି ତାଙ୍କ ଉପରେ ଅନେକ ବର୍ଷିଛନ୍ତି ସାଧାରଣ ଜନତା ତଥା ଓଡ଼ିଆ ସିନେମାକୁ ଭଲ ପାଉଥିବେ ସିନେପ୍ରମୀମାନେ । ତା ମଧ୍ୟରେ ଜଣେ ଗାୟିକା ଗୀତି ପ୍ରଜ୍ଞା (Geet Gpt) ଲେଖିଛନ୍ତି ଯେ, ସବ୍ୟସାଚୀ ମିଶ୍ର ଜଣେ ଭଲ ଅଭିନେତା । ପୁଷ୍କରାରେ ତାଙ୍କ ଅଭିନୟ ବହୁତ ହୃଦୟ ଜିତି ପାରିଛି । ଆଶା ତାଙ୍କର ଏ ପ୍ରୟାସ ମଧ୍ୟ ଭଲ ସାବ୍ୟସ୍ତ ହେବ । ପୁରା ଟିମକୁ ଏମିତି ଡିମୋଟିଭେଟ୍ ନ କରି ଉତ୍ସାହିତ କରିଲେ ସେମାନେ ଓଡ଼ିଶାକୁ ଗୋଟେ ଭଲ ଫିଲ୍ମଟେ ଭେଟି ଦେଇ ପାରିବେ । RJ Debashis ଲେଖିଛନ୍ତି ଯ, କଣ୍ଟା ବାଡ଼ରେ ଲୁଗା ପକାଇ ଝଗଡା କରିବା ତମର ବୋଧେ ଜନ୍ମଗତ ଅଭ୍ୟାସ..... ଯେତେବେଳେ ଦେଖ କାହାକୁ ଗୋଟେ ବିରୋଧ କରୁଥିବ । ନିଜକୁ ଅଭିନେତା କହୁଛ ପରା଼ ଅନ୍ୟ ଜଣେ ଅଭିନେତାକୁ କେମିତି ସମ୍ମା ଦିଆଯାଏ ସେଟା ତ ତମକୁ ଆଜିପର୍ଯ୍ୟନ୍ତ ଜଣାନାହି । ମୁଁ ତ କହିବି ତମେ ଅଭିନେତା ହେବାକୁ ଯୋଗ୍ୟ ନୁହଁ ଅଭିନେତାର କୌଣସି ବି ଗୋଟେ ଗୁଣ ତମ ପାଖରେ ନାହିଁ । ତ ଭଲ ହବ ତମପାଇଁ ଓଡ଼ିଆ ଫିଲ୍ମରେ କଣ ହେଲା କି ନହେଲା ସେଥିରେ ମୁଣ୍ଡ ନ ପୁରାଇ ନିଜ ପଛରେ ଯଦି ଦମ ଅଛି ଫିଲ୍ମ କରିକି ଦେଖାଓ । ନହେଲେ ବବି ଇସଲାମ ଯେମିତି ଭୁବନେଶ୍ୱର ଧୋଇଥିଲା ତମକୁ ସମୟ ନଆସୁ ଆଉକିଏ ସାମ୍ନାସାମନି ଆସି ଧୋଇ ନଦେଉ । ସୋନୁ ନାମକ ଜଣେ ବ୍ୟକ୍ତି କମେଣ୍ଟ ଦେଇଛନ୍ତି ଯେ, କିଏ ଭଲ ଅଭିନେତା ଓଡ଼ିଶା ଜାଣିଛି ସେ କେତେ ସିନେମା କରିଛନ୍ତି ଆଉ ତମେ କେତେ ସିନେମା କରିଛ ଓଡ଼ିଶା ଜାଣିଛି ।
ସେହିପରି ଅଚ୍ୟୁତାନନ୍ଦ ପଣ୍ଡା ମନୋଜଙ୍କ ପୋଷ୍ଟରେ କମେଣ୍ଟ ମାଧ୍ୟମରେ ଲେଖିଛନ୍ତି ଯେ, ଅର୍ଚ୍ଚିତା ମାମଙ୍କୁ ଅଭିନୟ ଜାଣିନଥିବା କହି ପୁଣି ପର ମୁହୂର୍ତ୍ତରେ ସ୍ୱୀକାର କଲେ ଯେ, ସେ ଭଲ ଅଭିନୟ କରିଛନ୍ତି ସେଭଳି ଲାଣ୍ଡଫଲ ବି ଆପଣ ହିଁ ଦିନେ ପୋଷ୍ଟ କରିବେ ଏଭଳି ଫିଲ୍ମ ଓଡ଼ିଆରେ ହେଇନି ବୋଲି । ଆଉ ରହିଲା ନିର୍ଦ୍ଦେଶକ ଭଲ ଅଭିନୟ ବାଛିବା କଥା ଆଜ୍ଞା ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ ସେ ଠିକ ଅଭିନେତା ବାଛିଛନ୍ତି ଆଉ ସେ ଦମନ ଜରିଆରେ ନିଜକୁ ପ୍ରମାଣିତ କରିଛନ୍ତି । ଏ ଚଳଚିତ୍ର ଇତିହାସ ରଚିବ ଏ ପ୍ରତିଶୃତି ମୁଁ ଦେଉଛି । ହଁ ଆପଣ ଯୋଉ ଚଳଚିତ୍ର ଖରାପ କହୁଛନ୍ତି ସେ ଚଳଚିତ୍ରର ପ୍ରୋମସନ ମଧ୍ୟ ହେଇଯାଉଛି ।
ତେବେ ଏ ପ୍ରସଙ୍ଗରେ ଆମେ ଆଉଜଣେ ସିନେପ୍ରେମୀଙ୍କ ପ୍ରତିକ୍ରିୟା ଲୋଡିଥିଲୁ ସେ କହିଥିଲେ ମନୋଜ ମିଶ୍ର ଠିକ୍ କହିଛନ୍ତି । ଅଭିନୟକୁ ବୁଝିଗଲେ ଖେଳ ଶେଷ ହେଇ ଯାଏ... ଡେଲି ଶିଖୁଥିଲେ ଯାଇ ଠିକ୍ ।
ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ଅଭିନେତା ମନୋଜ ମିଶ୍ର ଓଲିଉଡ ମିଡିଆ ପ୍ଲାନର ପ୍ରଣୟ ଜେଠୀଙ୍କୁ ମଧ୍ୟ ନିଜ ସୋସିଆଲ ମିଡିଆରେ କଡା ସମାଲୋଚନା କରିଥିଲେ । ଯାହାର ଉତ୍ତରରେ ପ୍ରଣୟ କହିଥିଲେ ସେ, ଓଲିଉଡର କାହାକୁ ଚାଡିଛନ୍ତି ଯେ ମତେ ସମାଲୋଚନା ନକରିବେ । ସଭିଙ୍କ ନାମରେ ଏଣୁତେଣୁ କହିବା ମନୋଜଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ପ୍ରଣୟ କହିଥିଲେ ।