Hindi News >>Home >>Odisha Entertainment

Ollywood News: "ଅପରେସନ ୧୨/୧୭" ଚଳଚ୍ଚିତ୍ରର ପ୍ରିମିଅର ଶୋ' ରେ ଦର୍ଶକଙ୍କ ସୁଅ

Ollywood News: ପ୍ରିମିଅର ଶୋ' ରେ ପୁରା ଟିମ୍ ସହିତ ଓଲିଉଡ଼ର ଅନେକ ନାମୀ ପ୍ରଯୋଜକ ନିର୍ଦ୍ଦେଶକ ଯୋଗ ଦେଇଥିଲେ । ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ, ବିରଞ୍ଚି ନାରାୟଣ ପଣ୍ଡା, ଦିଲ୍ଲୀପ ଦାଶ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରସାଦ ଶ୍ରୀଚନ୍ଦନ, ଅଶ୍ୱିନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଦର୍ଶକ ଫିଲ୍ମ ରିଲିଜ୍ ପୂର୍ବରୁ ଗୀତଗୁଡିକୁ ଢେର ଭଲ ପାଇବା ଦେଇଥିଲେ । ଆଜି ଏହାର ପ୍ରିମିଅର ଶୋ' ରେ ଦର୍ଶକ ପୁରା ଫିଲ୍ମଟି ଦେଖି ଛଳ ଛଳ ଆଖିରେ ହଲ୍ ଭିତରୁ ବାହାରୁଥିବା ଦେଖିବାକୁ ମିଳିଥିଲା । 

Advertisement
Ollywood News: "ଅପରେସନ ୧୨/୧୭" ଚଳଚ୍ଚିତ୍ରର ପ୍ରିମିଅର ଶୋ' ରେ ଦର୍ଶକଙ୍କ ସୁଅ
Surya Narayana Mohanty|Updated: Mar 07, 2024, 08:19 PM IST
Share

Ollywood News: ସାଇ ଲୁମ୍ବିନୀ ପ୍ରଡ଼କସନ୍ସ ରେ ନିର୍ମାଣ ହୋଇଥିବା ସିନେମା "ଅପରେସନ୍ ୧୨/୧୭ ସାଇ ଶରଣ°" ର ପ୍ରିମିଅର ଶୋ' ଆଜି ରାଜଧାନୀର ରାଜ ରାସ୍ତା କଡରେ ଥିବା ମହାରାଜା ସିନେମା ହଲ୍ ରେ ହୋଇଛି । ପ୍ରିମିଅରରେ ଦର୍ଶକଙ୍କ ଭିଡ଼ ବହୁତ ବେଶୀ ଥିଲା ଯାହା ବହୁ ବର୍ଷ ପରେ ଦେଖିବାକୁ ମିଳିଥିଲା । ଭଲ ସିନେମା ପ୍ରତି ଦର୍ଶକଙ୍କ ମନରେ ଢେର ଆଗ୍ରହ ରହିଛି । ତେଣୁ ଓଡ଼ିଆ ସିନେପ୍ରେମୀଙ୍କ ସୁଅ ଆଜି ଅପରେସନ ୧୨/୧୭ ସିନେମାର ପ୍ରିମିଅର ଶୋ' ରେ ପରିଲକ୍ଷିତ ହୋଇଥିଲା ।

ପ୍ରିମିଅର ଶୋ' ରେ ପୁରା ଟିମ୍ ସହିତ ଓଲିଉଡ଼ର ଅନେକ ନାମୀ ପ୍ରଯୋଜକ ନିର୍ଦ୍ଦେଶକ ଯୋଗ ଦେଇଥିଲେ । ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ, ବିରଞ୍ଚି ନାରାୟଣ ପଣ୍ଡା, ଦିଲ୍ଲୀପ ଦାଶ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରସାଦ ଶ୍ରୀଚନ୍ଦନ, ଅଶ୍ୱିନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଦର୍ଶକ ଫିଲ୍ମ ରିଲିଜ୍ ପୂର୍ବରୁ ଗୀତଗୁଡିକୁ ଢେର ଭଲ ପାଇବା ଦେଇଥିଲେ । ଆଜି ଏହାର ପ୍ରିମିଅର ଶୋ' ରେ ଦର୍ଶକ ପୁରା ଫିଲ୍ମଟି ଦେଖି ଛଳ ଛଳ ଆଖିରେ ହଲ୍ ଭିତରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଭଲ ସିନେମା ଦର୍ଶକଙ୍କୁ ଭେଟି ଦେବାକୁ ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକଙ୍କ ସ୍ବପ୍ନ ପୁରା ହୋଇଛି ବୋଲି ଏଥିରୁ ସ୍ପଷ୍ଟ ଜଣା ପଡିଥିଲା ।

"ଅପରେସନ ୧୨/୧୭" ଏକ ବିଗ୍ ବଜେଟର ସିନେମା ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । କାହାଣୀ ଲେଖିଛନ୍ତି ଦ୍ବୀପାୟନ ପଟ୍ଟନାୟକ, ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ । ଗୀତ ଗୁଡିକ ଅରୁଣ ମନ୍ତ୍ରୀ ଏବଂ ଡକ୍ଟର ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଟ୍ରେଣ୍ଡୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର,ଋତୁରାଜ ମହାନ୍ତି , ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା ଏବଂ ଅନନ୍ୟା ଶ୍ରୀତମ ନନ୍ଦ ।

ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ଓଲିଉଡ଼ ପାଇଁ ଏକ ଭିନ୍ନ ମୋଡ଼ ସୃଷ୍ଟି କରିଛି । ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଭୂମିକା ଗୋଟିଏ ଶିଶୁର ମାଆ ଭୂମିକାରେ ଅଭିନୟ କରି ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ଶ୍ରେୟାନ୍ ନାୟକ ଭାବେ ଦର୍ଶକଙ୍କୁ ତାଙ୍କ ଚମତ୍କାର ଅଭିନୟ ରେ ଅଭିଭୂତ କରିଥିଲେ । ଅନେକ ଧାରାବାହିକ ତଥା ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଆସୁଥିବା ଅମର ମହାପାତ୍ର ଚଳଚ୍ଚିତ୍ର ଅପରେସନ୍‌ ୧୨/୧୭ରେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବା ସହ ଲାଇନ୍‌ ପ୍ରଡ୍ୟୁସର କର୍ଯ୍ୟଭାର ମଧ୍ୟ ସମ୍ଭାଳିଛନ୍ତି। ଚୌଧୁରୀ ଜୟପ୍ରକାଶ ଦାସ, ପଙ୍କଜ ମହାନ୍ତି, ଉମାକାନ୍ତ ପାଣି, ପ୍ରଶାନ୍ତ ପାତ୍ର, ଦୁଷ୍ମନ୍ତ, କୈଳାଶ ପାଣିଗ୍ରାହୀ ବିଜିତ ବାରିକ୍, ଲୋପାମୁଦ୍ରା,ତ୍ରିଷ୍ଣା, ବିଷ୍ନୁପ୍ରିୟା, ସୋନାଲୀ, ସୁଜାତା  (ଛୋଟ କଳାକାର କିୟାର, କୋମଲ) ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Also Read- Odisha Politics: ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ

Also Read- Shukra Gochar 2024: ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନହେଲେ ହୋଇପାରେ କ୍ଷତି

Read More
{}{}