Hindi News >>Home >>Odisha Entertainment

ଗଣେଶ ପୂଜା ବଜାରରେ ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର "ସମୀକ୍ଷା"

ଶ୍ରୀମତୀ ପ୍ରଭାସିନୀ ପାଟ୍ଟଯୋଶୀ ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ବର୍ଷିଆନ ନିର୍ଦ୍ଦେଶକ ରଞ୍ଜନ ମିଶ୍ର। ସଂଳାପ ରଚନା କରିଛନ୍ତି ଅଭିଜ୍ଞ ସଚ୍ଚି ମହାନ୍ତି। ଗୀତଗୁଡିକୁ ସଚ୍ଚି ମହାନ୍ତିଙ୍କ ସହିତ ଗୀତିକାର ପଞ୍ଚାନନ ନାୟକ ରଚନା କରିଛନ୍ତି । ସେହି ଗୀତକୁ ସ୍ୱର କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଯଜ୍ଞ ଦାଶ ଏବଂ ବିଦ୍ୟାଧର ସାହୁ ।

Advertisement
ଗଣେଶ ପୂଜା ବଜାରରେ ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର "ସମୀକ୍ଷା"
Soubhagya Ranjan Mishra|Updated: Sep 06, 2024, 10:08 PM IST
Share

Ollywood News: ବିକ୍ୟୁବ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ସମୀକ୍ଷା’  ଗଣେଶ ପୂଜା ବଜାରରେ ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରି‌ ବେଶ୍ ଲୋକାଦୃତ ହୋଇସାରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା ଯୋଗଦାନ କରି ଚଳଚ୍ଚିତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ।

ଶ୍ରୀମତୀ ପ୍ରଭାସିନୀ ପାଟ୍ଟଯୋଶୀ ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ବର୍ଷିଆନ ନିର୍ଦ୍ଦେଶକ ରଞ୍ଜନ ମିଶ୍ର। ସଂଳାପ ରଚନା କରିଛନ୍ତି ଅଭିଜ୍ଞ ସଚ୍ଚି ମହାନ୍ତି। ଗୀତଗୁଡିକୁ ସଚ୍ଚି ମହାନ୍ତିଙ୍କ ସହିତ ଗୀତିକାର ପଞ୍ଚାନନ ନାୟକ ରଚନା କରିଛନ୍ତି । ସେହି ଗୀତକୁ ସ୍ୱର କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଯଜ୍ଞ ଦାଶ ଏବଂ ବିଦ୍ୟାଧର ସାହୁ । କଣ୍ଠଦାନ କରିଛନ୍ତି ପଣ୍ଡିତ ଶିବ ରଥ ଏବଂ କରୁଣାକର । ବିଶେଷ କରି ଚଳଚ୍ଚିତ୍ରଟି ତ୍ୟାଗ ଓ ସଂଘର୍ଷକୁ ନେଇ ନିର୍ମାଣ ହୋଇଛି । ଜଣେ ଅସୁସ୍ଥ ବୃଦ୍ଧଙ୍କର ମାନସିକ ଓ ଶାରୀରିକ ସମସ୍ୟା ଏଥିରେ ପ୍ରତିଫଳିତ ହୋଇଛି। ଉଚ୍ଚ ଶିକ୍ଷା ପାଇଁ ପିଲାମାନଙ୍କୁ ବାପା ମାଆ ନିଜଠୁ ଦୂରକୁ ପଠାନ୍ତି ତାଙ୍କ ପିଲାମାନେ ଉଚ୍ଚ ଶିକ୍ଷିତ ହେବା ପାଇଁ । ହେଲେ ପରିବର୍ତ୍ତିତ ସାମାଜିକ ସମସ୍ୟା କିପରି ଧିରେ ଧିରେ ବୟସ୍କଙ୍କୁ ଏକା ବଞ୍ଚିବାକୁ ଓ ମରିବାକୁ ବାଧ୍ୟ କରେ ଏବଂ କିପରି ଏହି ସମସ୍ୟାର ସମାଧାନ ହୋଇଛି ତାହକୁ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ବିଭିନ୍ନ ଭୂମିକାରେ ବହୁ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଧୀର ମଲ୍ଲିକ, ଧରିତ୍ରୀ ଖଣ୍ଡୁଆଳ, ପ୍ରଭଞ୍ଜନ ମିଶ୍ର, ଅଭିଳାଷ ହୋତା, ବିକାଶ ପଟ୍ଟନାୟକ, ବବ୍ଲୀ, ବୁଲଟି, ଭରଦ୍ବାଜ, ଅଂଶିତା, ଅପୂର୍ବ, ଧାରା ଶ୍ରାବଣୀ, ମମତା,କ୍ରୀଷ୍ଣାଙ୍କ ସମେତ ଆହୁରି ଅନେକ କଳାକାର ଅଭିନୟ କରିଛନ୍ତି ।

ଚଳଚ୍ଚିତ୍ର ମାଧ୍ୟମରେ ସମାଜ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ରହିଛି । ସମୀକ୍ଷା ଚଳଚ୍ଚିତ୍ର ଦେଖିବା ଦ୍ୱାରା ଜଣେ ବ୍ୟକ୍ତି ନିଜ ଭୁଲକୁ ସୁଧାରିବା ସହିତ ଅବାଟରେ ଯାଉଥିବା ବ୍ୟକ୍ତିବିଶେଷ ନିଜକୁ ସୁଧାରି ପାରିବ ବୋଲି ଚଳଚ୍ଚିତ୍ରର ପ୍ରଯୋଜକ ବିକାଶ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି । ସମୀକ୍ଷା  ନିଶ୍ଚିତ ଭାବେ ସମାଜର ଏକ ପ୍ରକାର ପରିବର୍ତ୍ତନର ବାର୍ତ୍ତାବହନ କରିବ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି ।

Also Read- Grah Gochar 2024: ଷଡାଷ୍ଟକ ଯୋଗ ପ୍ରଭାବ, ୧୧ ସେପ୍ଟେମ୍ୱରରୁ ୩ ରାଶିକୁ ଆର୍ଥିକ ଲାଭ

Also Read- Weekly Lucky Zodiac Sign: ସେପ୍ଟେମ୍ୱର ୯ରୁ ୧୫ ତାରିଖ ଭିତରେ ୫ରାଶିକୁ ମିଳିବ ଶୁଭଫଳ

Read More
{}{}