Ollywood News: ଓଡ଼ିଶାରେ ରେଶମ ସହର ବ୍ରହ୍ମପୁର ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି ଏକ କଳା, ସଂସ୍କୃତି, ପରମ୍ପରାର ସହରର ଭାବେ । ସେହି ପରିପ୍ରେକ୍ଷୀରେ ବ୍ରହ୍ମପୁରର ରୁକ୍ମିଣୀ, ପାୟଲ, ଗାୟତ୍ରୀ ଫିଲ୍ମ ହଲ୍ ରେ ଶ୍ରୀଜଗନ୍ନାଥଙ୍କ ନବକଳେବର ଫିଲ୍ମର ଟିମ୍ ପହଞ୍ଚି ଦର୍ଶକଙ୍କ ସହିତ ଏକାଠି ବସି ଫିଲ୍ମକୁ ଦେଖିଥିଲେ ।
କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ଓଡିଆ ଦର୍ଶକ ନିଜେ ଟାଣି ହୋଇ ଆସୁଛନ୍ତି ଫିଲ୍ମ ହଲକୁ । ମହାପ୍ରଭୁଙ୍କ କାହାଣୀକୁ ନେଇ ଏହି ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ସାମଲ, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର (ବିସନ ମହାନ୍ତି), ଅଭିନେତା ଶ୍ରୀତମ ଦାସ (ରାଜା ମୁକୁନ୍ଦ ଦେବ), (ଗଜପତି ରାମଚନ୍ଦ୍ର ଦେବ) ଜ୍ୟୋତି ନାୟକ, (କଳାପାହାଡ଼) ଅଂଶୁମାନ, ପ୍ରମୁଖ ବ୍ରହ୍ମପୁର ସହରର ତିନିଟି ଫିଲ୍ମ ହଲ୍ ରେ ଦର୍ଶକଙ୍କ ସହିତ ମିଶି ସମ୍ପୂର୍ଣ୍ଣ ଫିଲ୍ମକୁ ଦେଖିଥିଲେ ।
ତେବେ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକ ବହୁତ ଭାବ ବିହ୍ଵଳ ହୋଇଥିଲେ । ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ । ବ୍ରହ୍ଣପୁର ସହରର ଆଖପାଖ ଅନେକ ସହରରୁ ଦର୍ଶକ ଦେଖିବାକୁ ଆସିଥିଲେ ଓ ତାଙ୍କ ପ୍ରିୟ କଳାକାରଙ୍କୁ ଦେଖି ବହୁତ ଖୁସି ହୋଇ ସେଲ୍ଫି ନେଇଥିଲେ । ତେବେ ବ୍ରହ୍ମପୁରବାସୀଙ୍କର ଓଡ଼ିଆ ଫିଲ୍ମ ପ୍ରତି ଏପରି ଭଲ ପାଇବା ଦେଖି ନବକଳେବର ଟିମ୍ ଗଣମାଧ୍ୟମକୁ କହିଥିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିବାରୁ ନିଜକୁ ଧନ୍ଯ ମନେ କରୁଛୁ ।
Also Read- FM କଲେଜ ପ୍ରିନ୍ସିପାଲ ଓ ଏଜୁକେସନ ବିଭାଗ HOD ସସ୍ପେଣ୍ଡ
Also Read- ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ଫୋର୍ସ