Varsha Priyadarshini: ଗତ କିଛିଦିନ ଧରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ସୋସିଆଲ ମିଡିଆ ପେଜ୍ ରୁ ଦୂରେଇ ରହିଛନ୍ତି। ଖାସ୍ କରି ଅନୁଭବ ମହାନ୍ତି ଓ ଜାଗ୍ରତି ଶୁକ୍ଳାଙ୍କ ବିବାହ ପରେ ସୋସିଆଲ ମିଡିଆ ରେ ସକ୍ରିୟ ନାହାଁନ୍ତି ଏହି ଅଭିନେତ୍ରୀ । ତେବେ ଅନୁଭବଙ୍କ ସହ ଜାଗ୍ରତିଙ୍କ ବିବାହ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ଓ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତେବେ ଅନୁଭବ ଜାଗ୍ରତିଙ୍କ ବିବାହ କୁ ନେଇ ଯାତ୍ରା ଡ୍ୟାନ୍ସର ନିଶା ମହାରଣା ନିଜ ପ୍ରତିକ୍ରିୟା ରଖିଛନ୍ତି । ଏକ ଡିଜିଟାଲ ଗଣମାଧ୍ୟମ ତାଙ୍କୁ ଏହି ବିଷୟରେ ପଚାରିଥିଲେ। ନିଶା ମହାରଣା କହିଥିଲେ...ଏଥିର କିଛି ଖରାପ କଥା ନାହିଁ ଜଣେ ଯଦି ଖୁସି ରେ ରହିବାକୁ ଚାହୁଁଛି ରହୁ ।
ଏହାସହ ସେ କହିଥିଲେ ଯେ, ମୋତେ ଲାଗୁଛି ଅନୁଭବ ମହାନ୍ତି ଜେଲସି ରେ ବିବାହ କରିଛନ୍ତି। ଏହାସହ ଯେତେବେଳେ ନିଶା ମହାରଣାଙ୍କୁ ବର୍ଷା ପ୍ରିୟଦର୍ଶିନୀଙ୍କ ପରବର୍ତ୍ତୀ ଷ୍ଟେପ୍ କଣ ହେବା ଦରକାର ବୋଲି ପଚାରିଥିଲେ ସେ କହିଥିଲେ ଯେ, ବର୍ଷାଙ୍କ ର କଣ ନାହିଁ କି...ତାଙ୍କର ଯିଏ ଅଛି ସେ ଭୟଙ୍କର। ତେବେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପୁଣିଥରେ ପଚାରିଥିଲେ କି ଭୟଙ୍କର ମାନେ? ସେ କହିଥିଲେ ଯେ, ବର୍ଷାଙ୍କ ର ଅଛି ହେଲେ ସେ ବଡ ଭୟଙ୍କର। ଆଉ ଏହା ପରେ ସେ କିଛି ବି କହିବାକୁ ଚାହୁଁନଥିଲେ। ତେବେ ଏଇ କିଛି ମିନିଟ୍ ର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, କିଛିବର୍ଷ ତଳେ ଅନୁଭବ ମହାନ୍ତିଙ୍କ ଛାଡପତ୍ର ହେବା ପୂର୍ବରୁ ଏକ ନ୍ୟୁଜ୍ ଚ୍ୟାନେଲ୍ ରେ ଅଭିନେତା କହିଥିଲେ ଯେ ବର୍ଷା ଖୁବ ପାୱାରଫୁଲ । ତାଙ୍କ ପଛରେ ଜଣେ ଅଦୃଶ୍ୟ ଶକ୍ତି ରହିଛି। ଆଉ ସେତେବେଳେ ଏହି ଷ୍ଟେଟମେଣ୍ଟ ଖୁବ୍ ଭାଇରାଲ ହୋଇଥିଲା । ତେବେ ଆଜି ନିଶା ମହାରଣାଙ୍କ ଏହି ବୟାନ ପରେ ଏବେ ସବୁଠି ଚର୍ଚ୍ଚା ସତରେ କଣ ବର୍ଷା ଙ୍କ ପଛରେ କେହି ଜଣେ ପାୱାରଫୁଲ ଲୋକ ରହିଛି ନା ଏସବୁ ମନଗଢା କାହାଣୀ। ଯେବେ ଯାଏଁ ଏହାର କୌଣସି ପ୍ରମାଣ ମିଳିନାହିଁ ଏହାକୁ ନେଇ ତର୍କ ବିତର୍କ ହେବା ଠିକ୍ କଥା ନୁହେଁ। ଏକ ନ୍ୟୁଜ ସଂସ୍ଥାର କର୍ତ୍ତବ୍ୟ ଅନୁସାରେ ଆମେ କେବଳ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରତିକ୍ରିୟା ସମ୍ପର୍କରେ ଜଣାଇଲୁ। ଏକଥା ଉପରେ ଜୀ ଓଡ଼ିଶା ନ୍ୟୁଜ୍ କୌଣସି ମତେ ସ୍ପଷ୍ଟତା ରଖୁନାହିଁ।
ଏଠାରେ କହିରଖୁଛୁ ଯେ, ଗତ ୧୧ ମାର୍ଚ୍ଚରେ ଓଲିଉଡର ସୁପରଷ୍ଟାର ଅଭିନେତା ଅନୁଭବ ମହାନ୍ତି ୨ୟ ବିବାହ କରିଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବୈବାହିକ ଜୀବନରେ ବିବାଦ ଓ ଝଡ଼ ସୃଷ୍ଟି ପରେ ବାନ୍ଧବୀ ଜାଗ୍ରତିଙ୍କ ହାତ ଧରିଥିଲେ। ଜାଗ୍ରତି ଲୋକସଭା ଟିଭିର ଉପସ୍ଥାପିକା ଥିଲେ। ବିବାହର ୧୦ ବର୍ଷ ପରେ ବର୍ଷାଙ୍କ ସହ ଅନୁଭବଙ୍କ ଛାଡ଼ପତ୍ର ହୋଇଥିଲା। ଡିସେମ୍ୱର ୨୧, ୨୦୨୩ରେ ପରସ୍ପରଠୁ ଅଲଗା ହୋଇଥିଲେ ଅନୁଭବ ଓ ବର୍ଷା। ତେବେ ଜାଗ୍ରତିଙ୍କ ସହ ସମ୍ପର୍କରୁ ଅନୁଭବଙ୍କ ସହ ବର୍ଷାଙ୍କ ବିବାଦର ସୂତ୍ରପାତ ହୋଇଥିଲା ବୋଲି ସେତେବେଳେ ଗୁଜବ ଉଠିଥିଲା। କିଛି ଦିନ ଆଗରୁ ଅନୁଭବଙ୍କ ବାୟୋଗ୍ରାଫି ଲେଖି ଚର୍ଚ୍ଚାକୁ ଆସିଥିଲେ ଜାଗ୍ରତି। ଦ୍ୱିତୀୟ ବିବାହକୁ ନେଇ ସବୁଠି ଚର୍ଚ୍ଚାରେ ଅନୁଭବ।
Also Read: Odisha Panchayat Maitri Job: ନୋ ଏକଜାମ୍, ନୋ ଫି...ଡାଇରେକ୍ଟ ସିଲେକ୍ସନ, ଶୀଘ୍ର କରନ୍ତୁ ଆବେଦନ
Also See Video: Varsha Priyadarshini: ଅନୁଭବଙ୍କ ବାହାଘର ପରେ ପୁଣିଥରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷାଙ୍କ ଏହି ଭିଡିଓ