Hindi News >>Home >>Odisha Entertainment

"ନମନ" କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ, ହୃଦୟ ଜିଣିଲେ ଅଭିନେତା ସବ୍ୟସାଚୀ ମିଶ୍ର

ଏହି କାର୍ଯ୍ୟକ୍ରମରେ ଏକ ବିଶାଳ ଆୟୋଜନ ମାଧ୍ୟମରେ ଓଡ଼ିଶା ସିନେମା ଜଗତର ୪୦ରୁ ଅଧିକ ଆଗଧାଡିର କଳାକାର ନିଜର କଳା ପ୍ରଦର୍ଶନ କରିଥିଲେ । ଓଡ଼ିଶାର ଅନେକ ଖ୍ୟାତି ସମ୍ପନ୍ନ ନୃତ୍ୟ ନିର୍ଦ୍ଦେଶକମାନଙ୍କ ନୃତ୍ୟ ଶିକ୍ଷାରେ ପ୍ରାୟ ୨୦୦ରୁ ଅଧିକ ନୃତ୍ୟ ଶିଳ୍ପୀ ୩ ଘଣ୍ଟାରୁ ଅଧିକ ସମୟ ଧରି ନୃତ୍ୟ ପରିବେଷଣ କରିଥିଲେ । 

Advertisement
"ନମନ" କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ, ହୃଦୟ ଜିଣିଲେ ଅଭିନେତା ସବ୍ୟସାଚୀ ମିଶ୍ର
Soubhagya Ranjan Mishra|Updated: Jan 05, 2025, 09:28 PM IST
Share

ଭୁବନେଶ୍ୱର: ୭ମ ବାଟାଲିୟନ ପଡିଆରେ ଧୂମ୍ ଧାମ୍ ରେ ପାଳନ କରାଯାଇଛି "ନମନ" କାର୍ଯ୍ୟକ୍ରମ । ପୋଲିସ ବିଭାଗର ନିରବିଚ୍ଛିନ୍ନ ସେବା ଏବଂ ତାଙ୍କର ପରିବାରର ତ୍ୟାଗକୁ ନମନ ଜଣାଇବା ପାଇଁ ନମନ ଫାଉଣ୍ଡେସନ ତରଫରୁ ଏବଂ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ "ସ୍ମାଇଲ ପ୍ଲିଜ" ଓ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ "ପୋପା" ର ମିଳିତ ଆନୁକୂଲ୍ୟରେ ୨୦୨୨ ମସିହାରୁ ଆରମ୍ଭ ହୋଇଥିଲା ଏହି ପ୍ରଚେଷ୍ଟା । ଯାହା ତୃତୀୟ ସଂସ୍କରଣରେ ପହଞ୍ଚିଛି ।

ଏହି କାର୍ଯ୍ୟକ୍ରମରେ ଏକ ବିଶାଳ ଆୟୋଜନ ମାଧ୍ୟମରେ ଓଡ଼ିଶା ସିନେମା ଜଗତର ୪୦ରୁ ଅଧିକ ଆଗଧାଡିର କଳାକାର ନିଜର କଳା ପ୍ରଦର୍ଶନ କରିଥିଲେ । ଓଡ଼ିଶାର ଅନେକ ଖ୍ୟାତି ସମ୍ପନ୍ନ ନୃତ୍ୟ ନିର୍ଦ୍ଦେଶକମାନଙ୍କ ନୃତ୍ୟ ଶିକ୍ଷାରେ ପ୍ରାୟ ୨୦୦ରୁ ଅଧିକ ନୃତ୍ୟ ଶିଳ୍ପୀ ୩ ଘଣ୍ଟାରୁ ଅଧିକ ସମୟ ଧରି ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ସଙ୍ଗୀତ ଏବଂ ଅଭିଜ୍ଞ କଳାକାରମାନଙ୍କ ଦ୍ୱାରା ପରିବେଶିତ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ଵୀରାଜ ହରିଚନ୍ଦନ, ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେସ ବାହାଦୁର ଖୁରାନିୟା, ଭୁବନେଶ୍ୱର, କଟକ ପୋଲିସ କମିଶନର ଦେବଦତ୍ତ ସିଂ, ଆସିଷ୍ଟାଣ୍ଟ ପୋଲିସ କମିଶନର ଉମାଶଙ୍କର ଦାସ, ଟ୍ୱିନ ସିଟିର ଦୁଇ ଡିସିପିଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ସେମାନଙ୍କ ପରିବାରବର୍ଗ ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପ୍ରତ୍ୟେକ କଳାକାରଙ୍କ ଥିମ୍ ବେସ୍ ପରଫରମାନ୍ସ ପୋଲିସଙ୍କ ଅବଦାନ ଏବଂ ତ୍ୟାଗ ପ୍ରତି ସମର୍ପିତ ଥିଲା । ବିଶେଷ କରି ଆସିଷ୍ଟାଣ୍ଟ ପୋଲିସ କମିଶନରଙ୍କ ରଚିତ ଏବଂ ପ୍ରେମାନନ୍ଦଙ୍କ ସଙ୍ଗୀତରେ ନମନର ଥିମ୍ ଗୀତରେ ସବ୍ୟସାଚୀ ମିଶ୍ରଙ୍କ ପରଫରମାନ୍ସ ଯାହା ଶହୀଦଙ୍କ ପ୍ରତି ଉତ୍ସର୍ଗୀକୃତ ଥିଲା ତାହା ସମସ୍ତଙ୍କୁ ଭାବ ବିଭୋଳିତ କରିଥିଲା । କାର୍ଯ୍ୟକ୍ରମକୁ ଦେଖି ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ନମନ ଫାଉଣ୍ଡେସନକୁ ଏବଂ ସମସ୍ତ କଳାକାରଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହିତ ଏହି କାର୍ଯ୍ୟକ୍ରମ ପୋଲିସ ବିଭାଗର ପ୍ରତ୍ୟେକ କର୍ମଚାରିଙ୍କ ମନୋବଳ ବଢାଇବା ସହ ଅନୁପ୍ରାଣିତ କରିବ ବୋଲି ତାଙ୍କ ଉଦବୋଧନରେ କହିଥିଲେ । ପୋଲିସ ମହାନିର୍ଦ୍ଦେଶକ ଯୋଗେସ ବହାଦୁର ଖୁରାନିୟା, ନିଜ  ୩୫ ବର୍ଷର ଚାକିରୀ ସମୟ ସୀମା ଭିତରେ ପ୍ରଥମଥର ପୋଲିସଙ୍କ ଉଦ୍ଧେଶ୍ୟରେ ଏମିତି ଏକ ଭାବୁକ କଲାଭଳି ସନ୍ଧ୍ୟା ଦେଖି ପୋଲିସ ଚାକିରି କରି ଗର୍ବିତ ବୋଲି ମତ ପ୍ରକାଶ କରି ଉପସ୍ଥିତ କଳାକାରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ । ଦେବଦତ୍ତ ସିଂ ସମସ୍ତ ପୋଲିସ ପରିବାର ତରଫରୁ ସାଧୁବାଦ ଦେବା ସହ ନମନ ଫାଉଣ୍ଡେସନର ଏଭଳି ପ୍ରୟାସ ଆଗକୁ ମଧ୍ୟ ଜାରି ରହୁ ବୋଲି ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ଆସନ୍ତା ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ତରଙ୍ଗ ଟିଭିରେ ପ୍ରସାରିତ ହେବ ଯାହା ସାରା ଓଡିଶାର ଦର୍ଶକ ଘରେ ବସି ଦେଖିପାରିବେ ବୋଲି  ଅଭିନେତା ସବ୍ୟସାଚୀ ସୂଚନା ଦେଇଛନ୍ତି ।

Also Read- ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ମିଳିଲା ପ୍ରୋତ୍ସାହନ

Also Read- ଆସନ୍ତାକାଲି ଏକାଧିକ ରେଳ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Read More
{}{}